କାନ୍ଥକୁ ଧରି ଛିଡ଼ା ହେଉହେଉ ପଡ଼ିଗଲେ ୧୦ ମାସର ଶିଶୁପୁତ୍ର, ଚାଲିଗଲା ଜୀନନ
କୋକସରା,୧୬।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କନ୍ଦାଗଡ଼, ସୁକଳିଭଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। କାନ୍ଥକୁ ଧରି ଛିଡ଼ା ହେଉହେଉ ଗଳିପଡ଼ି ୧୦ ମାସର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଗ୍ରାମର ଗବର ନାଏକ ଓ ବାସନ୍ତୀ ନାଏକଙ୍କ ୧୦ ମାସର ଶିଶୁପୁତ୍ର ସନ୍ଧ୍ୟା ସମୟରେ ଘର ଅଗଣାରେ କାନ୍ଥକୁ ଧରି ଛିଡ଼ାହେବା ସମୟରେ ପଛ ମୁଣ୍ଡମାଡ଼ି ପଡିଯାଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ଶିଶୁକୁ ଧରି କୋକସରା ଡାକ୍ତରଖାନାରେ […] The post କାନ୍ଥକୁ ଧରି ଛିଡ଼ା ହେଉହେଉ ପଡ଼ିଗଲେ ୧୦ ମାସର ଶିଶୁପୁତ୍ର, ଚାଲିଗଲା ଜୀନନ appeared first on Dharitri Odia News.
କୋକସରା,୧୬।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କନ୍ଦାଗଡ଼, ସୁକଳିଭଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। କାନ୍ଥକୁ ଧରି ଛିଡ଼ା ହେଉହେଉ ଗଳିପଡ଼ି ୧୦ ମାସର ଶିଶୁପୁତ୍ରର ମୃତ୍ୟୁ ଘଟିଛି।
ଗ୍ରାମର ଗବର ନାଏକ ଓ ବାସନ୍ତୀ ନାଏକଙ୍କ ୧୦ ମାସର ଶିଶୁପୁତ୍ର ସନ୍ଧ୍ୟା ସମୟରେ ଘର ଅଗଣାରେ କାନ୍ଥକୁ ଧରି ଛିଡ଼ାହେବା ସମୟରେ ପଛ ମୁଣ୍ଡମାଡ଼ି ପଡିଯାଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ଶିଶୁକୁ ଧରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ପରୀକ୍ଷା ପରେ ଶିଶୁକୁ ମୃତ ଘୋଷଣା କରିଥିଲେ। ପଛମୁଣ୍ଡରେ ମାଡ଼ ହେବାରୁ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡିଛି।
The post କାନ୍ଥକୁ ଧରି ଛିଡ଼ା ହେଉହେଉ ପଡ଼ିଗଲେ ୧୦ ମାସର ଶିଶୁପୁତ୍ର, ଚାଲିଗଲା ଜୀନନ appeared first on Dharitri Odia News.