କାନ୍ଥରୁ ଲିଭିନି ବାହା ଚିତା, ଲିଭିଗଲା ନବବଧୂଙ୍କ ଜୀବନ ଦୀପ : ଫ୍ରିଜ୍ ମାଗୁଥିଲେ, ଦେଲେନି ବୋଲି..
ସୋର ୩।୯: କାନ୍ଥରୁ ଲିଭିନି ବାହା ଚିତା, ଲିଭିଗଲା ନବବଧୂଙ୍କ ଜୀବନ ଦୀପ l ସାମାନ୍ୟ ଫ୍ରିଜ୍ ପାଇଁ ଚାଲିଗଲା ନବବଧୂଙ୍କ ଜୀବନ l ନବବଧୂଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ବାଲେଶ୍ବର ଜିଲ୍ଲା ଖଇରା ଥାନା ଗଡପୋଖରୀ ପଞ୍ଚାୟତ ତେନ୍ତଳାଗଡିଆ ଗ୍ରାମରେ ଘଟିଛି ଏଭଳି ଘଟଣା । ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।ସୂଚନାଯୋଗ୍ୟ ଯେ, ଗତ ଜୁନ୍ ମାସ ୧୪ ତାରିଖରେ କୁପାରୀ ପଞ୍ଚାୟତ ସରପୁର ଗ୍ରାମର ସୁଦାମ ସେଠୀଙ୍କ ଝିଅଙ୍କୁ ହିନ୍ଦୁ ରୀତିନୀତି ଅନୁସାରେ ଖଇରା ବ୍ଲକ ଗଡ଼ପୋଖରୀ ପଞ୍ଚାୟତ ତେନ୍ତାଲ ଗଡିଆ ଗ୍ରାମର ଜଗନ୍ନାଥ ଦାସ ବାହା ହୋଇଥିଲେ l ବିବାହର କିଛି ଦିନ ସବୁ ଠିକଠାକ ଚାଲିଥିବା ବେଳେ ଜଗନ୍ନାଥ ଓ ତାଙ୍କ ମା’ ଫ୍ରିଜ୍ ପାଇଁ ବାରମ୍ବାର ଝିଅକୁ ନିର୍ଯାତନା ଦେଉଥିଲେ l ଯାହାକୁ ନେଇ ସବୁବେଳେ ପରିବାର ଭିତରେ ଅଶାନ୍ତି ଲାଗି ରହିଥିଲା l ମଙ୍ଗଳବାର ଝିଅ ଆତ୍ମହତ୍ୟା କରିଥିବା ନେଇ ଜଗନ୍ନାଥଙ୍କ ଗ୍ରାମବାସୀ ମାନେ ଝିଅ ପରିବାରକୁ ଖବର ଦେଇଥିଲେ l ପରିବାର ଲୋକ ଆସିବା ପରେ ଜଗନ୍ନାଥ ସମେତ ତାଙ୍କ ପରିବାର ଲୋକ ଫେରାର ହୋଇଯାଇଥିବା ବେଳେ ଝିଅକୁ ହତ୍ୟା କରିଥିବା ପରିବାର ଲୋକ ଦାବି କରିଛନ୍ତି l ଗ୍ରାମରେ ଉତ୍ତେଜନା ଲାଗି ରହିଛି l You Can Read:୧୦୮ ଆମ୍ବୁଲାନ୍ସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ରୋଗୀ
ସୋର ୩।୯: କାନ୍ଥରୁ ଲିଭିନି ବାହା ଚିତା, ଲିଭିଗଲା ନବବଧୂଙ୍କ ଜୀବନ ଦୀପ l ସାମାନ୍ୟ ଫ୍ରିଜ୍ ପାଇଁ ଚାଲିଗଲା ନବବଧୂଙ୍କ ଜୀବନ l ନବବଧୂଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ବାଲେଶ୍ବର ଜିଲ୍ଲା ଖଇରା ଥାନା ଗଡପୋଖରୀ ପଞ୍ଚାୟତ ତେନ୍ତଳାଗଡିଆ ଗ୍ରାମରେ ଘଟିଛି ଏଭଳି ଘଟଣା । ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ଗତ ଜୁନ୍ ମାସ ୧୪ ତାରିଖରେ କୁପାରୀ ପଞ୍ଚାୟତ ସରପୁର ଗ୍ରାମର ସୁଦାମ ସେଠୀଙ୍କ ଝିଅଙ୍କୁ ହିନ୍ଦୁ ରୀତିନୀତି ଅନୁସାରେ ଖଇରା ବ୍ଲକ ଗଡ଼ପୋଖରୀ ପଞ୍ଚାୟତ ତେନ୍ତାଲ ଗଡିଆ ଗ୍ରାମର ଜଗନ୍ନାଥ ଦାସ ବାହା ହୋଇଥିଲେ l ବିବାହର କିଛି ଦିନ ସବୁ ଠିକଠାକ ଚାଲିଥିବା ବେଳେ ଜଗନ୍ନାଥ ଓ ତାଙ୍କ ମା’ ଫ୍ରିଜ୍ ପାଇଁ ବାରମ୍ବାର ଝିଅକୁ ନିର୍ଯାତନା ଦେଉଥିଲେ l ଯାହାକୁ ନେଇ ସବୁବେଳେ ପରିବାର ଭିତରେ ଅଶାନ୍ତି ଲାଗି ରହିଥିଲା l ମଙ୍ଗଳବାର ଝିଅ ଆତ୍ମହତ୍ୟା କରିଥିବା ନେଇ ଜଗନ୍ନାଥଙ୍କ ଗ୍ରାମବାସୀ ମାନେ ଝିଅ ପରିବାରକୁ ଖବର ଦେଇଥିଲେ l ପରିବାର ଲୋକ ଆସିବା ପରେ ଜଗନ୍ନାଥ ସମେତ ତାଙ୍କ ପରିବାର ଲୋକ ଫେରାର ହୋଇଯାଇଥିବା ବେଳେ ଝିଅକୁ ହତ୍ୟା କରିଥିବା ପରିବାର ଲୋକ ଦାବି କରିଛନ୍ତି l ଗ୍ରାମରେ ଉତ୍ତେଜନା ଲାଗି ରହିଛି l
You Can Read: