କାବୁ ହେଲା କଲରାପତରିଆ ବାଘ, ଟ୍ରାଙ୍କୁଲାଇଜ୍ ପରେ ଧରିଲା ବନବିଭାଗ

ବାରିପଦା  ୧୭/୦୫: ଶେଷରେ କାବୁ ହେଲା କଲରାପତରିଆ ବାଘ । ଧରପଡ଼ିଲା ବାରିପଦା ସହରରେ ପଶିଥିବା ବାଘ । ଟ୍ରାଙ୍କୁଲାଇଜ୍ କରି ବାଘକୁ ଧରିଛି ବନ ବିଭାଗ । ବୁଢୀଖମାରୀ ଅଞ୍ଚଳରୁ ଟ୍ରାଙ୍କୁଲାଇଜ କରି କାବୁ କରିଛି ବନବିଭାଗ । ଉଦ୍ଧାର ପରେ କଲରାପତରିଆ ବାଘକୁ ସ୍ବାସ୍ଥ୍ୟ ପରୀକ୍ଷା ନିଆଗଲା । ସ୍ବାସ୍ଥ୍ୟ ପରୀକ୍ଷା ପରେ ଶିମିଳିପାଳରେ ପୁଣି ଛଡାଯିବ । ସୂଚନା ଥାଉକି, ସକାଳ ୬ଟାରେ ବାରିପଦା ସହର ଭଞ୍ଜପୁର ସ୍ଥିତ ବାଘ ଘର ଗଳି ବୁଢ଼ୀଖମାରିଆ ପ୍ରାଥମିକ ବିଦ୍ୟାଳୟ ନିକଟରେ କୁକୁର ଭୁକିଥିଲେ । ଏହି ସମୟରେ ଏକ ୫ ଫୁଟ ଲମ୍ବର କଲରା ପତରିଆ ବାଘ ପାଚେରୀ ଡେଇଁ ସ୍କୁଲ ପରିସରରେ ପଶି ଯାଇଥିବା ଦେଖିବାକୁ ମିଳିଥିଲା । ବନ ବିଭାଗକୁ ସ୍ଥାନୀୟ ଲୋକେ ଖବର ଦେବା ପରେ ବନ କର୍ମଚାରୀ ବାଘକୁ ଖୋଜାଖୋଜି ଆରମ୍ଭ କରିଥିଲେ । ବନ କର୍ମଚାରୀ ପହଞ୍ଚି ବାଘକୁ ଖୋଜାଖୋଜି ଆରମ୍ଭ କରିଥିଲେ । ଗୁରୁବାର ସାମାଖୁଣ୍ଟା ବ୍ଲକ ଜଗନ୍ନାଥପୁରଠାରେ ଏକ କଲରାପତାରିଆ ବାଘ ଦେଖିବାକୁ ମିଳିଥିଲା । ଏହି ବାଘକୁ ଉଦ୍ଧାର କରିବାକୁ ବନବିଭାଗ ବହୁ ଚେଷ୍ଟା କରିବା ପରେ ମଧ୍ୟ ଏହା ଖସି ପଳାଇଥିଲା । ସେହି ବାଘ ଏବେ ସହରମୁହାଁ ହୋଇଛି । ତେବେ ସହରରେ ବାଘ ବୁଲୁଥିବାର ଖବର ଶୁଣି ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି ।

କାବୁ ହେଲା କଲରାପତରିଆ ବାଘ, ଟ୍ରାଙ୍କୁଲାଇଜ୍ ପରେ ଧରିଲା ବନବିଭାଗ

ବାରିପଦା  ୧୭/୦୫: ଶେଷରେ କାବୁ ହେଲା କଲରାପତରିଆ ବାଘ । ଧରପଡ଼ିଲା ବାରିପଦା ସହରରେ ପଶିଥିବା ବାଘ । ଟ୍ରାଙ୍କୁଲାଇଜ୍ କରି ବାଘକୁ ଧରିଛି ବନ ବିଭାଗ । ବୁଢୀଖମାରୀ ଅଞ୍ଚଳରୁ ଟ୍ରାଙ୍କୁଲାଇଜ କରି କାବୁ କରିଛି ବନବିଭାଗ । ଉଦ୍ଧାର ପରେ କଲରାପତରିଆ ବାଘକୁ ସ୍ବାସ୍ଥ୍ୟ ପରୀକ୍ଷା ନିଆଗଲା । ସ୍ବାସ୍ଥ୍ୟ ପରୀକ୍ଷା ପରେ ଶିମିଳିପାଳରେ ପୁଣି ଛଡାଯିବ । 

ସୂଚନା ଥାଉକି, ସକାଳ ୬ଟାରେ ବାରିପଦା ସହର ଭଞ୍ଜପୁର ସ୍ଥିତ ବାଘ ଘର ଗଳି ବୁଢ଼ୀଖମାରିଆ ପ୍ରାଥମିକ ବିଦ୍ୟାଳୟ ନିକଟରେ କୁକୁର ଭୁକିଥିଲେ । ଏହି ସମୟରେ ଏକ ୫ ଫୁଟ ଲମ୍ବର କଲରା ପତରିଆ ବାଘ ପାଚେରୀ ଡେଇଁ ସ୍କୁଲ ପରିସରରେ ପଶି ଯାଇଥିବା ଦେଖିବାକୁ ମିଳିଥିଲା । ବନ ବିଭାଗକୁ ସ୍ଥାନୀୟ ଲୋକେ ଖବର ଦେବା ପରେ ବନ କର୍ମଚାରୀ ବାଘକୁ ଖୋଜାଖୋଜି ଆରମ୍ଭ କରିଥିଲେ । ବନ କର୍ମଚାରୀ ପହଞ୍ଚି ବାଘକୁ ଖୋଜାଖୋଜି ଆରମ୍ଭ କରିଥିଲେ । 

ଗୁରୁବାର ସାମାଖୁଣ୍ଟା ବ୍ଲକ ଜଗନ୍ନାଥପୁରଠାରେ ଏକ କଲରାପତାରିଆ ବାଘ ଦେଖିବାକୁ ମିଳିଥିଲା । ଏହି ବାଘକୁ ଉଦ୍ଧାର କରିବାକୁ ବନବିଭାଗ ବହୁ ଚେଷ୍ଟା କରିବା ପରେ ମଧ୍ୟ ଏହା ଖସି ପଳାଇଥିଲା । ସେହି ବାଘ ଏବେ ସହରମୁହାଁ ହୋଇଛି । ତେବେ ସହରରେ ବାଘ ବୁଲୁଥିବାର ଖବର ଶୁଣି ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି ।