କାବ୍ୟା ମାରନ ପ୍ରତିଦିନ ସହୁଛନ୍ତି ବଡ କ୍ଷତି, ଜାଣନ୍ତୁ ପ୍ରକୃତ କାରଣ..

ନୂଆଦିଲ୍ଲୀ ୨୫/୦୧: SRH ସିଇଓ କାବ୍ୟା ମାରନ । ଆଇପିଏଲ୍‌ର ଚର୍ଚ୍ଚିତ ଚେହେରା । ଏବେ କିନ୍ତୁ ଚର୍ଚ୍ଚା ତାଙ୍କର କମ୍ପାନୀକୁ ନେଇ । ତାଙ୍କ କମ୍ପାନୀର ଖସୁଥିବା ସେୟାରକୁ ନେଇ ଲାଇମ୍ ଲାଇଟ୍‌ରେ କାବ୍ୟା । ବାସ୍ତବରେ କହିବାକୁ ଗଲେ ମିଡିଆ କମ୍ପାନୀ ସହ ସନ ଟିଭି ନେଟଓ୍ୱର୍କର ସେୟାର ଲାଗାତାର ଡାଉନ୍ ହେବାରେ ଲାଗିଛି । ଶୁକ୍ରବାର କାବ୍ୟା ମାରନଙ୍କ ମିଡିଆ କମ୍ପାନୀ ସନ୍ ଟିଭି ନେଟଓ୍ୱର୍କର ସେୟାର ୧.୯୧ ପ୍ରତିଶତ ଟଙ୍କା ଖସିଥିବା ଦେଖିବାକୁ ମିଳିଛି । ସାଢେ ୫ ମାସରେ କେତେ ଖସିଲା: ଖାସ୍ କଥା ହେଉଛି ଗତ ସାଢେ ୫ ମାସରେ କମ୍ପାନୀ ସେୟାର ରେକର୍ଡ ଉପରୁ ୩୦.୫୨ ପ୍ରତିଶତ ଖସିଛି । ୯ ଅଗଷ୍ଚରେ କାବ୍ୟା ମାରନଙ୍କ ମିଡିଆ କମ୍ପାନୀ ସେୟାର ୯୨୧.୬୦ ଟଙ୍କା  ୫୨ ସପ୍ତାହର ଉଚ୍ଚକୁ ଉଠିଥିଲା । ସେବେଠୁ ଏବେ ଯାଏଁ କାବ୍ୟା ମାରନଙ୍କ ସେୟାର ୨୮୧.୩ ଟଙ୍କା କମି ଶୁକ୍ରବାର ୬୪୦.୩୦ ଟଙ୍କାରେ ପହଞ୍ଚିଛି । ସେହିଭଳି ସନ୍ ଟିଭି ନେଟଓ୍ୱର୍କ ମାର୍କେଟ କ୍ୟାପ୍ ୧୧,୦୮୫.୬୦ କୋଟି ଟଙ୍କା କମି ଦେଖିବାକୁ ମିଳିଥିଲା । ୯ ଅଗଷ୍ଟ ପରେ ଦେକିବାକୁ ଗଲେ କମ୍ପାନୀକୁ ମାର୍କେଟ କ୍ୟାପ୍ ନିୟମିତ ୬୬ କୋଟିରୁ କମ୍ ହେଉଛି । କହିରଖୁ ଯେ, ଆଇପିଏଲ୍‌ରେ ସନ୍ ରାଇଜର୍ସ ହାଇଦ୍ରାବାଦ ଟିମ୍‌ର ମାଲିକାଣୀ କାବ୍ୟା ମାରନ । ପୂର୍ବଥର ଟିମ୍‌ର ପ୍ରଦର୍ଶନ ଥିଲା ବେଶ୍ ଦମ୍‌ଦାର । ଲାଗୁଥିଲା ଯେମିତି ହାତେଇବ ଟ୍ରଫି । ହେଲେ ଠିକ୍ ସମୟରେ ବାଜି ମାରିଥିଲା କେକେ

କାବ୍ୟା ମାରନ ପ୍ରତିଦିନ ସହୁଛନ୍ତି ବଡ କ୍ଷତି, ଜାଣନ୍ତୁ ପ୍ରକୃତ କାରଣ..

ନୂଆଦିଲ୍ଲୀ ୨୫/୦୧: SRH ସିଇଓ କାବ୍ୟା ମାରନ । ଆଇପିଏଲ୍‌ର ଚର୍ଚ୍ଚିତ ଚେହେରା । ଏବେ କିନ୍ତୁ ଚର୍ଚ୍ଚା ତାଙ୍କର କମ୍ପାନୀକୁ ନେଇ । ତାଙ୍କ କମ୍ପାନୀର ଖସୁଥିବା ସେୟାରକୁ ନେଇ ଲାଇମ୍ ଲାଇଟ୍‌ରେ କାବ୍ୟା । ବାସ୍ତବରେ କହିବାକୁ ଗଲେ ମିଡିଆ କମ୍ପାନୀ ସହ ସନ ଟିଭି ନେଟଓ୍ୱର୍କର ସେୟାର ଲାଗାତାର ଡାଉନ୍ ହେବାରେ ଲାଗିଛି । ଶୁକ୍ରବାର କାବ୍ୟା ମାରନଙ୍କ ମିଡିଆ କମ୍ପାନୀ ସନ୍ ଟିଭି ନେଟଓ୍ୱର୍କର ସେୟାର ୧.୯୧ ପ୍ରତିଶତ ଟଙ୍କା ଖସିଥିବା ଦେଖିବାକୁ ମିଳିଛି । 

ସାଢେ ୫ ମାସରେ କେତେ ଖସିଲା: 

ଖାସ୍ କଥା ହେଉଛି ଗତ ସାଢେ ୫ ମାସରେ କମ୍ପାନୀ ସେୟାର ରେକର୍ଡ ଉପରୁ ୩୦.୫୨ ପ୍ରତିଶତ ଖସିଛି । ୯ ଅଗଷ୍ଚରେ କାବ୍ୟା ମାରନଙ୍କ ମିଡିଆ କମ୍ପାନୀ ସେୟାର ୯୨୧.୬୦ ଟଙ୍କା  ୫୨ ସପ୍ତାହର ଉଚ୍ଚକୁ ଉଠିଥିଲା । ସେବେଠୁ ଏବେ ଯାଏଁ କାବ୍ୟା ମାରନଙ୍କ ସେୟାର ୨୮୧.୩ ଟଙ୍କା କମି ଶୁକ୍ରବାର ୬୪୦.୩୦ ଟଙ୍କାରେ ପହଞ୍ଚିଛି । ସେହିଭଳି ସନ୍ ଟିଭି ନେଟଓ୍ୱର୍କ ମାର୍କେଟ କ୍ୟାପ୍ ୧୧,୦୮୫.୬୦ କୋଟି ଟଙ୍କା କମି ଦେଖିବାକୁ ମିଳିଥିଲା । ୯ ଅଗଷ୍ଟ ପରେ ଦେକିବାକୁ ଗଲେ କମ୍ପାନୀକୁ ମାର୍କେଟ କ୍ୟାପ୍ ନିୟମିତ ୬୬ କୋଟିରୁ କମ୍ ହେଉଛି । 

କହିରଖୁ ଯେ, ଆଇପିଏଲ୍‌ରେ ସନ୍ ରାଇଜର୍ସ ହାଇଦ୍ରାବାଦ ଟିମ୍‌ର ମାଲିକାଣୀ କାବ୍ୟା ମାରନ । ପୂର୍ବଥର ଟିମ୍‌ର ପ୍ରଦର୍ଶନ ଥିଲା ବେଶ୍ ଦମ୍‌ଦାର । ଲାଗୁଥିଲା ଯେମିତି ହାତେଇବ ଟ୍ରଫି । ହେଲେ ଠିକ୍ ସମୟରେ ବାଜି ମାରିଥିଲା କେକେଆର । ଆଉ ହାତରୁ ଖସିଥିଲା ଟ୍ରଫି । ଦୁଃଖରେ ଭାଙ୍ଗି ପଡିଥିଲେ କାବ୍ୟା । ଏମିତିକି ତାଙ୍କ କାନ୍ଦିବାର ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । 

also read..

ଗଣତନ୍ତ୍ର ଦିବସ ପୂର୍ବରୁ କ୍ୟାମ୍ପରେ ପହଞ୍ଚିଲେ ଏମ୍ ଏସ୍, ଯବାନଙ୍କ ସହ କାଟିଲେ ସମୟ