କାମ ଜାରି ରହିଛି ବନ୍ଧୁ...ଆଇପିଏଲ୍ ଖେଳିବା ନେଇ ବଡ଼ ସଙ୍କେତ ଦେଲେ ସୂର୍ଯ୍ୟକୁମାର ଯାଦବ
ନୂଆଦିଲ୍ଲୀ: ଭାରତର ତାରକା ବ୍ୟାଟର ସୂର୍ଯ୍ୟକୁମାର ଯାଦବ କ୍ରିକେଟ୍ ପଡ଼ିଆକୁ ଫେରିବା ପାଇଁ କଡ଼ା ପରିଶ୍ରମ କରୁଛନ୍ତି। ୨୦୨୩ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ସୂର୍ଯ୍ୟକୁମାର ଯାଦବଙ୍କ ଗୋଇଠିରେ ଆଘାତ ଲାଗିଥିଲା। ଏହା ପରେ ଜାନୁଆରୀରେ ଜର୍ମାନୀରେ ତାଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ଗୁରୁବାର ସୂର୍ଯ୍ୟ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ସେ ଜିମ୍ରେ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି। ସେ ପୋଷ୍ଟରେ ଲେଖିଛନ୍ତି ଶୀଘ୍ର ଭେଟ ହେବା। ଏହାର ଅର୍ଥ ଆଇପିଏଲ୍ ପ୍ରାରମ୍ଭିକ ମ୍ୟାଚ୍ରେ ସେ ଦଳ ପାଇଁ ଉପଲବ୍ଧ ରହିବେ।ସୂର୍ଯ୍ୟକୁମାର ଲେଖିଛନ୍ତି, କାମ ଜାରି ରହିଛି ବନ୍ଧୁ, ଶୀଘ୍ର ଦେଖା ହେବ। କ୍ରିକେଟ୍ର ସବୁଠୁ ଛୋଟ ଫର୍ମାଟ୍ରେ ଦୁନିଆର ଏକ ନମ୍ବର ବ୍ୟାଟର ହେଉଛନ୍ତି ସୁର୍ଯ୍ୟକୁମାର ଯାଦବ। ସେ ୨୦୨୧ରେ ଅନ୍ତର୍ଜାତୀୟ ଟି-୨୦ରେ ପଦାର୍ପଣ କରିଥିଲେ। ଏହା ପରଠୁ ୬୦ଟି ଅନ୍ତର୍ଜାତୀୟ ମ୍ୟାଚ୍ରେ ୪୫.୫୫ ହାରରେ ୨୧୪୧ ରନ କରିଛନ୍ତି। ଷ୍ଟ୍ରାଇକରେଟ୍ ୧୭୧.୫୫ ରହିଥିବା ବେଳେ ଏଥିରେ ୪ ଶତକ ଓ ୧୭ ଅର୍ଦ୍ଧଶତକ ସାମିଲ। View this post on InstagramA post shared by Surya Kumar Yadav (SKY) (@surya_14kumar)ଅନୁଭବୀ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଆଇପିଏଲ୍ ୨୦୨୩ରେ ମୁମ୍ବାଇ ପକ୍ଷରୁ ସର୍ବାଧିକ ରନହାସଲକାରୀ ବ୍ୟାଟର ରହିଥିଲେ। ସେ ଉକ୍ତ ସିଜିନରେ ୬୦୫ ରନ କରିଥିଲେ। ଆଇପିଏଲ୍ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ନି
ନୂଆଦିଲ୍ଲୀ: ଭାରତର ତାରକା ବ୍ୟାଟର ସୂର୍ଯ୍ୟକୁମାର ଯାଦବ କ୍ରିକେଟ୍ ପଡ଼ିଆକୁ ଫେରିବା ପାଇଁ କଡ଼ା ପରିଶ୍ରମ କରୁଛନ୍ତି। ୨୦୨୩ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ସୂର୍ଯ୍ୟକୁମାର ଯାଦବଙ୍କ ଗୋଇଠିରେ ଆଘାତ ଲାଗିଥିଲା। ଏହା ପରେ ଜାନୁଆରୀରେ ଜର୍ମାନୀରେ ତାଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ଗୁରୁବାର ସୂର୍ଯ୍ୟ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ସେ ଜିମ୍ରେ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି। ସେ ପୋଷ୍ଟରେ ଲେଖିଛନ୍ତି ଶୀଘ୍ର ଭେଟ ହେବା। ଏହାର ଅର୍ଥ ଆଇପିଏଲ୍ ପ୍ରାରମ୍ଭିକ ମ୍ୟାଚ୍ରେ ସେ ଦଳ ପାଇଁ ଉପଲବ୍ଧ ରହିବେ।
ସୂର୍ଯ୍ୟକୁମାର ଲେଖିଛନ୍ତି, କାମ ଜାରି ରହିଛି ବନ୍ଧୁ, ଶୀଘ୍ର ଦେଖା ହେବ। କ୍ରିକେଟ୍ର ସବୁଠୁ ଛୋଟ ଫର୍ମାଟ୍ରେ ଦୁନିଆର ଏକ ନମ୍ବର ବ୍ୟାଟର ହେଉଛନ୍ତି ସୁର୍ଯ୍ୟକୁମାର ଯାଦବ। ସେ ୨୦୨୧ରେ ଅନ୍ତର୍ଜାତୀୟ ଟି-୨୦ରେ ପଦାର୍ପଣ କରିଥିଲେ। ଏହା ପରଠୁ ୬୦ଟି ଅନ୍ତର୍ଜାତୀୟ ମ୍ୟାଚ୍ରେ ୪୫.୫୫ ହାରରେ ୨୧୪୧ ରନ କରିଛନ୍ତି। ଷ୍ଟ୍ରାଇକରେଟ୍ ୧୭୧.୫୫ ରହିଥିବା ବେଳେ ଏଥିରେ ୪ ଶତକ ଓ ୧୭ ଅର୍ଦ୍ଧଶତକ ସାମିଲ।
ଅନୁଭବୀ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଆଇପିଏଲ୍ ୨୦୨୩ରେ ମୁମ୍ବାଇ ପକ୍ଷରୁ ସର୍ବାଧିକ ରନହାସଲକାରୀ ବ୍ୟାଟର ରହିଥିଲେ। ସେ ଉକ୍ତ ସିଜିନରେ ୬୦୫ ରନ କରିଥିଲେ। ଆଇପିଏଲ୍ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ନିଜର ପ୍ରଥମ ମ୍ୟାଚ୍ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ଚଳିତ ସିଜିନର ଦ୍ଵିତୀୟ ମ୍ୟାଚ୍ ରହିଛି। ଉଦଘାଟନୀ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ।