'କାମର ଗୁଣବତ୍ତା ଗୁରୁତ୍ୱ ରଖେ, ସମୟ ନୁହେଁ', ସପ୍ତାହରେ ୯୦ ଘଣ୍ଟା କାମ ବିବାଦ ଉପରେ ରାଜୀବ ବଜାଜଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ୱାର୍କ-ଲାଇଫ୍ ସନ୍ତୁଳନକୁ ନେଇ ଆରମ୍ଭ ହୋଇଥିବା ବିତର୍କରେ ଏବେ ବଜାଜ ଅଟୋର ଏମ୍‌ଡି ରାଜୀବ ବଜାଜ ଏବଂ Helios କ୍ୟାପିଟାଲର ଫାଉଣ୍ଡର ସମୀର ଅରୋରା ବୟାନ ଦେଇଇନ୍ତି । ରାଜୀବ ବଜାଜ କହିଛନ୍ତି ଯେ ଯଦି ଆପଣ ସପ୍ତାହରେ ୯୦ ଘଣ୍ଟା କାମ ପରମ୍ପରା ଚାହାନ୍ତି, ତେବେ ଶୀର୍ଷରୁ ଆରମ୍ଭ କରନ୍ତୁ । ଅନ୍ୟପଟେ ଫଣ୍ଡ୍ ମ୍ୟାନେଜର ସମୀର ଅରୋରା କହିଛନ୍ତି ଯେ ସିଇଓ ହେବା ପାଇଁ କଠିନ ପରିଶ୍ରମ କରିବା ଆବଶ୍ୟକତା ରହିଛି । କୌଣସି କମ୍ପାନିର ପ୍ରମୋଟର କିମ୍ୱା ସିଇଓ ଯାହା କିଛି କରନ୍ତି ତାହା ହାସଲ କରିବା ପାଇଁ ସେମାନେ କଠିନ ପରିଶ୍ରମ କରିଛନ୍ତି ।ଉଲ୍ଲେଖଯୋଗ୍ୟ ଯେ ୱାର୍କ-ଲାଇଫ୍ ବାଲାନ୍ସକୁ ନେଇ ବିତର୍କ ବଢିବାରେ ଲାଗିଛି । ପ୍ରଥମେ ଇନଫୋସିସ୍ ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ପ୍ରଥମେ ଏହି ନିଆଁ ଲଗାଇଥିଲେ । ଏକ କାର୍ଯ୍ୟକ୍ରମରେ ସେ ପରାର୍ଶମ ଦେଇ ଭାରତ ଯୁବପିଢି ଦେଶର ପ୍ରଡକ୍ଟିଭିଟିକୁ ବଢାଇବା ପାଇଁ ସପ୍ତାହକୁ ୭୦ ଘଣ୍ଟା କାମ କରିବା ଦରକାର ବୋଲି କହିଥିଲେ । ଏବେ ଲାର୍ସନ ଆଣ୍ଡ ଟୁବ୍ରୋ (ଏଲ୍ ଆଣ୍ଡ ଟି) ଅଧ୍ୟକ୍ଷ ଏସ୍ ଏନ୍ ସୁବ୍ରମଣ୍ୟନ କର୍ମଚାରୀମାନେ ସପ୍ତାହକୁ ୯୦ ଘଣ୍ଟା କାମ କରିବା ଦରକାର ବୋଲି କହିଛନ୍ତି । ଏପରି କି ରରିବାର ବି କାମ କରିବା ସପକ୍ଷରେ ବୟାନ ଦେଇଛନ୍ତି । ସୁବ୍ରମଣ୍ୟନଙ୍କ ଏହି ବୟାନକୁ ନେଇ ଏବେ ଜୋରଦାର ସମାଲୋଚନା କରାଯାଉଛି ।ସିଏନବିସି ଟିଭି ୧୮କୁ ରାଜୀବ ବଜାଜ କହିଛନ୍ତି, 'ଯଦି ଆପଣ

'କାମର ଗୁଣବତ୍ତା ଗୁରୁତ୍ୱ ରଖେ, ସମୟ ନୁହେଁ', ସପ୍ତାହରେ ୯୦ ଘଣ୍ଟା କାମ ବିବାଦ ଉପରେ ରାଜୀବ ବଜାଜଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ୱାର୍କ-ଲାଇଫ୍ ସନ୍ତୁଳନକୁ ନେଇ ଆରମ୍ଭ ହୋଇଥିବା ବିତର୍କରେ ଏବେ ବଜାଜ ଅଟୋର ଏମ୍‌ଡି ରାଜୀବ ବଜାଜ ଏବଂ Helios କ୍ୟାପିଟାଲର ଫାଉଣ୍ଡର ସମୀର ଅରୋରା ବୟାନ ଦେଇଇନ୍ତି । ରାଜୀବ ବଜାଜ କହିଛନ୍ତି ଯେ ଯଦି ଆପଣ ସପ୍ତାହରେ ୯୦ ଘଣ୍ଟା କାମ ପରମ୍ପରା ଚାହାନ୍ତି, ତେବେ ଶୀର୍ଷରୁ ଆରମ୍ଭ କରନ୍ତୁ । ଅନ୍ୟପଟେ ଫଣ୍ଡ୍ ମ୍ୟାନେଜର ସମୀର ଅରୋରା କହିଛନ୍ତି ଯେ ସିଇଓ ହେବା ପାଇଁ କଠିନ ପରିଶ୍ରମ କରିବା ଆବଶ୍ୟକତା ରହିଛି । କୌଣସି କମ୍ପାନିର ପ୍ରମୋଟର କିମ୍ୱା ସିଇଓ ଯାହା କିଛି କରନ୍ତି ତାହା ହାସଲ କରିବା ପାଇଁ ସେମାନେ କଠିନ ପରିଶ୍ରମ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ୱାର୍କ-ଲାଇଫ୍ ବାଲାନ୍ସକୁ ନେଇ ବିତର୍କ ବଢିବାରେ ଲାଗିଛି । ପ୍ରଥମେ ଇନଫୋସିସ୍ ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ପ୍ରଥମେ ଏହି ନିଆଁ ଲଗାଇଥିଲେ । ଏକ କାର୍ଯ୍ୟକ୍ରମରେ ସେ ପରାର୍ଶମ ଦେଇ ଭାରତ ଯୁବପିଢି ଦେଶର ପ୍ରଡକ୍ଟିଭିଟିକୁ ବଢାଇବା ପାଇଁ ସପ୍ତାହକୁ ୭୦ ଘଣ୍ଟା କାମ କରିବା ଦରକାର ବୋଲି କହିଥିଲେ । ଏବେ ଲାର୍ସନ ଆଣ୍ଡ ଟୁବ୍ରୋ (ଏଲ୍ ଆଣ୍ଡ ଟି) ଅଧ୍ୟକ୍ଷ ଏସ୍ ଏନ୍ ସୁବ୍ରମଣ୍ୟନ କର୍ମଚାରୀମାନେ ସପ୍ତାହକୁ ୯୦ ଘଣ୍ଟା କାମ କରିବା ଦରକାର ବୋଲି କହିଛନ୍ତି । ଏପରି କି ରରିବାର ବି କାମ କରିବା ସପକ୍ଷରେ ବୟାନ ଦେଇଛନ୍ତି । ସୁବ୍ରମଣ୍ୟନଙ୍କ ଏହି ବୟାନକୁ ନେଇ ଏବେ ଜୋରଦାର ସମାଲୋଚନା କରାଯାଉଛି ।

ସିଏନବିସି ଟିଭି ୧୮କୁ ରାଜୀବ ବଜାଜ କହିଛନ୍ତି, 'ଯଦି ଆପଣ ସପ୍ତାହରେ ୯୦ ଘଣ୍ଟା କାମ ଚାହାନ୍ତି, ତେବେ ଶୀର୍ଷରୁ ଆରମ୍ଭ କରନ୍ତୁ । କାମରେ ଘଣ୍ଟା ସଂଖ୍ୟା ଗୁରୁତ୍ୱ ରଖେନି, କାମର ଗୁଣବତ୍ତା ଗୁରୁତ୍ୱ ରଖେ । ଆମକୁ ପୂର୍ବ ଅପେକ୍ଷା ଏବେ ଅଧିକ ଦୟାଳୁ, ସୌମ୍ୟ ଦୁନିଆର ଆବଶ୍ୟକତା ରହିଛି ।' ରାଜୀବ ବଜାଜ ନେତୃତ୍ୱରେ ଥିବା ତ୍ରୁଟିକୁ ଦୂର କରିବା ଉପରେ ଗୁରୁତ୍ୱ ଦେଇ ଅସୁବିଧା ସବୁବେଳେ ଶୀର୍ଷ ସ୍ତରରେ ରହିଥାଏ ବୋଲି କହିଛନ୍ତି । ୱାର୍କ-ଲାଇଫ୍ ବାଲାନ୍ସର ଗୁରୁତ୍ୱ କଥା ଉଲ୍ଲେଖ କରି ବଜାଜ କହିଛନ୍ତି, 'ଯଦିବି ଜଣେ ବ୍ୟକ୍ତି ସପ୍ତାହରେ ୭୦ କି ୯୦ ଘଣ୍ଟା କାମ କରୁଥିବ, ତଥାପି ତାର ଜୀବନ ଅନ୍ୟ ସବୁ ଦିଗ-ପରିବାର, ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ସହ ଜଡ଼ିତ ରହିଥାଏ । ଏହାକୁ ଅଣଦେଖା କଲେ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ।'