କାମରେ ଆସୁନି ବୌଦ୍ଧ ବଘିଆପଡ଼ା ସ୍ଵାସ୍ଥ୍ୟକେନ୍ଦ୍ରର ନୂଆ କୋଠା
ନନ୍ଦିଘୋଷ ବ୍ୟୁରୋ: କାମରେ ଆସୁନାହିଁ ବୌଦ୍ଧ ଜିଲ୍ଲା ବଘିଆପଡ଼ା ପ୍ରାଥମିକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ନୂଆ କୋଠା । ନିର୍ମାଣର... The post କାମରେ ଆସୁନି ବୌଦ୍ଧ ବଘିଆପଡ଼ା ସ୍ଵାସ୍ଥ୍ୟକେନ୍ଦ୍ରର ନୂଆ କୋଠା appeared first on .
ନନ୍ଦିଘୋଷ ବ୍ୟୁରୋ: କାମରେ ଆସୁନାହିଁ ବୌଦ୍ଧ ଜିଲ୍ଲା ବଘିଆପଡ଼ା ପ୍ରାଥମିକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ନୂଆ କୋଠା । ନିର୍ମାଣର ବର୍ଷେ ପରେ ମଧ୍ୟ ଗେଟରେ ତାଲା ଝୁଲୁଛି । ନୂତନ କୋଠରୀରେ ପଡ଼ିପଡ଼ି ଖତ ଖାଉଛି ଲକ୍ଷାଧିକ ଟଙ୍କାର ସଜସରଞ୍ଜାମ । ପୀର୍ବ ସରକାର ସମୟରେ ୩କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହୋଇଛି PHC ସ୍ୱାସ୍ଥ୍ୟ କେନ୍ଦ୍ର । ନିର୍ମାଣର ବର୍ଷେ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇପାରୁନି କାର୍ଯ୍ୟକ୍ଷମ । ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଉପାନ୍ତ ଅଞ୍ଚଳର ବଘିଆପଡ଼ା ପଞ୍ଚାୟତବାସୀ ।
କାମରେ ଆସୁନାହିଁ ବୌଦ୍ଧ ଜିଲ୍ଲା ବଘିଆପଡ଼ା ପ୍ରାଥମିକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ନୂଆ କୋଠା । ନିର୍ମାଣର ବର୍ଷେ ପରେ ମଧ୍ୟ ଗେଟରେ ତାଲା ଝୁଲୁଛି । ନୂତନ କୋଠରୀରେ ପଡ଼ିପଡ଼ି ଖତ ଖାଉଛି ଲକ୍ଷାଧିକ ଟଙ୍କାର ସଜସରଞ୍ଜାମ । ବିଡ଼ମ୍ବନାର ବିଷୟ କୋଠା ନିର୍ମାଣକୁ ବର୍ଷେ ବିତିଯାଇଥିଲେ ମଧ୍ୟ ସ୍ଵାସ୍ଥ୍ୟକେନ୍ଦ୍ରର ନୂଆ କୋଠାର ଉଦଘାଟନ ହୋଇପାରିନାହିଁ । ଯାହା ଫଳରେ ପୁରୁଣା କୋଠାରେ ଚାଲିଛି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର। ଉପାନ୍ତ ମାଓପ୍ରବଣ ଅଞ୍ଚଳ ବଘିଆପଡ଼ା ପଞ୍ଚାୟତ ସମେତ ନିକବର୍ତ୍ତୀ ପ୍ରାୟ ୫୦ଖଣ୍ଡ ଗାଁର ଲୋକେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭରଶୀଳ। ପ୍ରତିଦିନ ଏହି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ବହୁ ସଂଖ୍ୟାରେ ରୋଗୀ ଆସିଥାନ୍ତି । ବେଡ୍ ଓ ଗର୍ଭବତୀଙ୍କ ପାଇଁ ଲେବର ରୁମ ନଥିବାରୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ରୋଗୀଙ୍କୁ ସ୍ଥାନାନ୍ତର କରାଯାଉଥିବାରୁ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୀଘ୍ର ସ୍ଵାସ୍ଥ୍ୟକେନ୍ଦ୍ରର ନୂତନ କୋଠାକୁ ଉଦଘାଟନ କରିବାକୁ ଜିଲ୍ଲା ପ୍ରଶାସନ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।
ଉପାନ୍ତ ଅଞ୍ଚଳର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ୨୦୨୩ ମସିହାରେ ବଘିଆପଡ଼ାରେ ୨୪ଘଣ୍ଟିଆ PHC ନିର୍ମାଣ ପାଇଁ ପୂର୍ବ ସରକାର ସମୟରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ୨କୋଟି ୧୨ଲକ୍ଷରୁ ଅଧିକ ଟଙ୍କା ବ୍ୟୟବରାଦ ହୋଇଥିଲା । ବର୍ଷେ ତଳୁ କୋଠା ନିର୍ମାଣ କାର୍ଯ୍ୟ ସରିଛି । ଉଦଘାଟନ ହୋଇନଥିବାରୁ କାମରେ ଆସୁନାହିଁ ନୂଆ କୋଠା । ଖୁବଶୀଘ୍ର ଏହାର ନୂଆକୋଠା କାର୍ଯ୍ୟକ୍ଷମ ହେଲେ ରୋଗୀ ସେବାରେ ଉନ୍ନତି ଆସିବ ବୋଲି କହିଛନ୍ତି ସ୍ଵାସ୍ଥ୍ୟକେନ୍ଦ୍ରର ଡାକ୍ତର । ଏପଟେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରି ନୂତନ କୋଠାକୁ ଶୀଘ୍ର ଉଦଘାଟନ ପାଇଁ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।
The post କାମରେ ଆସୁନି ବୌଦ୍ଧ ବଘିଆପଡ଼ା ସ୍ଵାସ୍ଥ୍ୟକେନ୍ଦ୍ରର ନୂଆ କୋଠା appeared first on .