କାମ୍ପାକୋଲାର ନୂତନ ଅଭିଯାନ
ଭୁବନେଶ୍ୱର,୧।୫: ରିଲାଏନ୍ସ ଗ୍ରୁପ୍ର ଅଗ୍ରଣୀ କମ୍ପାନୀ ତଥା ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍ (ଆର୍ସିପିଏଲ୍)ର ପ୍ରମୁଖ ବ୍ରାଣ୍ଡ୍ କାମ୍ପାକୋଲାର ନୂତନ ଅଭିଯାନ ‘ନଏ ଇଣ୍ଡିଆ କା ଅପ୍ନା ଥଣ୍ଡା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ଅଭିଯାନ ମାଧ୍ୟମରେ କାମ୍ପାକୋଲା ଥଣ୍ଡା ପାନୀୟ ବଜାରରେ ଅଗ୍ରଣୀ ବ୍ରାଣ୍ଡ୍ଗୁଡିକ ସହ ପ୍ରତିଦ୍ୱନ୍ଦ୍ୱିତା କରିବ। ବିଶେଷକରି ଘରୋଇ ବଜାରରେ ଗ୍ରୀଷ୍ମଋତୁ ଆରମ୍ଭ ହେବା ସହ ଥଣ୍ଡା ପାନୀୟର ବଜାର ବୃଦ୍ଧି ପାଇବାରେ ଲାଗିଛି। ଭାରତୀୟ ଥଣ୍ଡା ପାନୀୟ ବଜାରରେ […] The post କାମ୍ପାକୋଲାର ନୂତନ ଅଭିଯାନ appeared first on Dharitri Odia News.
ଭୁବନେଶ୍ୱର,୧।୫: ରିଲାଏନ୍ସ ଗ୍ରୁପ୍ର ଅଗ୍ରଣୀ କମ୍ପାନୀ ତଥା ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍ (ଆର୍ସିପିଏଲ୍)ର ପ୍ରମୁଖ ବ୍ରାଣ୍ଡ୍ କାମ୍ପାକୋଲାର ନୂତନ ଅଭିଯାନ ‘ନଏ ଇଣ୍ଡିଆ କା ଅପ୍ନା ଥଣ୍ଡା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ଅଭିଯାନ ମାଧ୍ୟମରେ କାମ୍ପାକୋଲା ଥଣ୍ଡା ପାନୀୟ ବଜାରରେ ଅଗ୍ରଣୀ ବ୍ରାଣ୍ଡ୍ଗୁଡିକ ସହ ପ୍ରତିଦ୍ୱନ୍ଦ୍ୱିତା କରିବ। ବିଶେଷକରି ଘରୋଇ ବଜାରରେ ଗ୍ରୀଷ୍ମଋତୁ ଆରମ୍ଭ ହେବା ସହ ଥଣ୍ଡା ପାନୀୟର ବଜାର ବୃଦ୍ଧି ପାଇବାରେ ଲାଗିଛି। ଭାରତୀୟ ଥଣ୍ଡା ପାନୀୟ ବଜାରରେ ପ୍ରସିଦ୍ଧ କାମ୍ପାକୋଲାର ‘ନଏ ଇଣ୍ଡିଆ କା ଅପ୍ନା ଥଣ୍ଡା’ ଅର୍ଥାତ୍ ନୂଆ ଇଣ୍ଡିଆର ନିଜର ଥଣ୍ଡା ନାମକ ଏକ ନୂତନ ଅଭିଯାନ ଆରମ୍ଭ ହୋଇଯାଇଛି।
ଏ ସମ୍ପର୍କରେ ଆର୍ସିପିଏଲ୍ର ସିଓଓ କେତନ ମୋଡ଼ି କହିଛନ୍ତି, ଏହି ଅଭିଯାନ ଭାରତୀୟମାନଙ୍କୁ ସୁଲଭ ମୂଲ୍ୟରେ ବିଶ୍ୱସ୍ତରୀୟ ଗୁଣବତ୍ତା ସମ୍ପନ୍ନ ଉତ୍ପାଦ ଯୋଗାଇବା ଦିଗରେ ଆମର ଯାତ୍ରାର ପ୍ରଥମ ପଦକ୍ଷେପ ହେବ। ଏହି ଅଭିଯାନ ସହ ଆର୍ସିପିଏଲ୍ ଥଣ୍ଡା ପାନୀୟ ବଜାରରେ ତା’ର ଯୋଗାଣ ଶୃଙ୍ଖଳାକୁ ମଧ୍ୟ ମଜଭୁତ କରୁଛି। ଏପରିକି ବଜାର ଉପଲବ୍ଧତାକୁ ସୁଗମ ଏବଂ ପ୍ରଭାବଶାଳୀ କରିବା ସହ କାମ୍ପାକୋଲାକୁ ଯୁବ ଭାରତୀୟଙ୍କ ଆକାଂକ୍ଷା ଅନୁରୂପ ପ୍ରସ୍ତୁତ କରାଯାଉଛି। ଅପରପକ୍ଷରେ ପ୍ରଖ୍ୟାତ ଲେଖକ ଓ ଆଡ୍ ଗୁରୁ ପ୍ରସୂନ୍ ଜୋଷୀଙ୍କ ଦ୍ୱାରା ପରିକଳ୍ପିତ ଏହି ଅଭିଯାନ ଏକକାଳୀନ ଟିଭି, ଡିଜିଟାଲ, ଆଉଟଡୋର ଏବଂ ପ୍ରିଣ୍ଟ ମିଡିଆରେ ଆରମ୍ଭ ହେଉଛି।
ସେହିଭଳି ଏହି ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ପ୍ରସୂନ୍ କହିଛନ୍ତି, ଏହି ନୂତନ ସୃଜନଶୀଳତା ସହ ବ୍ରାଣ୍ଡ୍ କାମ୍ପାକୋଲା ଏକ ନୂତନ ଉଦୀୟମାନ ଭାରତ ସହ ସମତାଳରେ ରହିବାକୁ ଲକ୍ଷ୍ୟ ରଖିଛି, ଯାହା ନୂତନ ଅନ୍ବେଷଣ କରିବା ପାଇଁ ଆତ୍ମବିଶ୍ୱାସୀ ଏବଂ ବ୍ୟଗ୍ର ରହିଛି। ଏହି ନୂତନ ଭାରତରେ ଏକ ଶୋଷ ରହିଛି, ଯାହାକୁ ମେଣ୍ଟାଇବା ପାଇଁ ସ୍ବତନ୍ତ୍ର କିଛିର ଆବଶ୍ୟକତା ଅଛି। ଏହି ଅଭିଯାନ ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଅରୁଣ ଗୋପାଳନ୍ ଏବଂ ଗାୟକ-ସଙ୍ଗୀତକାର ହେଉଛନ୍ତି ଶଙ୍କର ମହାଦେବନ୍।
The post କାମ୍ପାକୋଲାର ନୂତନ ଅଭିଯାନ appeared first on Dharitri Odia News.