କାର ଅଟକେଇ ଟଙ୍କା ଓ ମୋବାଇଲ ଛଡେଇ ନେଇ ଯିବା ଘଟଣାରେ ଜଣେ ଗିରଫ, ଜଣେ ଫେରାର

ଜମନକିରା : ଜମନକିରା ଥାନା ଗୌଡପାଳି ଫାଣ୍ଡି ଅନ୍ତର୍ଗତ ଟନସରା ଜାତୀୟ ରାଜପଥ ୫୩ରେ ଦୁଇଜଣ ସ୍କୁଟି ଆରୋହୀ ଟଙ୍କା ଓ ମୋବାଇଲ ଛଡେଇ ନେବା ସହ ଜୀବନରେ ମାରିଦେବା ଧମକ ଘଟଣାରେ ଆଜି ପୋଲିସ ଅନାମ ସାହାଣୀ (୨୮) ତଅଁଲା ପଡ଼ା ସମ୍ବଲପୁର କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତକୁ ପଠାଇ ଦିଆଯାଇଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। […] The post କାର ଅଟକେଇ ଟଙ୍କା ଓ ମୋବାଇଲ ଛଡେଇ ନେଇ ଯିବା ଘଟଣାରେ ଜଣେ ଗିରଫ, ଜଣେ ଫେରାର appeared first on Odisha.News.

କାର ଅଟକେଇ ଟଙ୍କା ଓ ମୋବାଇଲ ଛଡେଇ ନେଇ ଯିବା ଘଟଣାରେ ଜଣେ ଗିରଫ, ଜଣେ ଫେରାର

ଜମନକିରା : ଜମନକିରା ଥାନା ଗୌଡପାଳି ଫାଣ୍ଡି ଅନ୍ତର୍ଗତ ଟନସରା ଜାତୀୟ ରାଜପଥ ୫୩ରେ ଦୁଇଜଣ ସ୍କୁଟି ଆରୋହୀ ଟଙ୍କା ଓ ମୋବାଇଲ ଛଡେଇ ନେବା ସହ ଜୀବନରେ ମାରିଦେବା ଧମକ ଘଟଣାରେ ଆଜି ପୋଲିସ ଅନାମ ସାହାଣୀ (୨୮) ତଅଁଲା ପଡ଼ା ସମ୍ବଲପୁର କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତକୁ ପଠାଇ ଦିଆଯାଇଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ଅନ୍ୟ ଜଣେ ସମ୍ବଲପୁର ମୋଡ଼ିପଡ଼ାର ଶୁଭମ କୁମାର ସିଂହ (୨୭) ବୋଲି ଗିରଫ ଅଭିଯୁକ୍ତ ପୋଲିସ ଆଗରେ ପ୍ରକାଶ କରିଛି।
ପୋଲିସର ସୂଚନା ଅନୁଯାୟୀ, ବଡରମା ଗାଁର ସତ୍ୟସ୍ୱରୁପ ପ୍ରଧାନଙ୍କ ଲିଖିତ ଅଭିଯୋଗ ଅନୁସାରେ, ଗତକାଲି ରାତି ପ୍ରାୟ ୧ ଟା ସମୟରେ ତାଙ୍କ ଅପା ଘର ଜମନକିରାରୁ ତାଙ୍କ ନିଜ କାର କୁଇଡ ଯାହାର ରେଜିଷ୍ଟ୍ରେସନ୍ ନମ୍ବର (ଓଡ଼ି ୧୫ ଆର୍ ୯୦୫୪)ରେ ବଡରମା ଘରକୁ ଫେରୁଥିବା ସମୟରେ ଟନସରା ପାଖରେ ସମ୍ବଲପୁର ଆଡୁ ଏକ ସ୍କୁଟି ରେ ଦୁଇ ଜଣ ପିଲା ଆସି କାର ସାମନାରେ ସ୍କୁଟି ଛିଡା କରି କାର କୁ ଅଟକେଇ ଦେଇଥିଲେ। ତାପରେ ସେ ଦୁଇ ଜଣ ପିଲା ତାଙ୍କ କାର ଭିତରକୁ ପଶି ଆସି ତାଙ୍କୁ ଜବରଦସ୍ତ କାରରୁ ବାହାର କରି ଆଣିଥିଲେ। ତାଙ୍କ ପକେଟରେ ଥିବା ୪୫୦୦ ଟଙ୍କା ଓ ଗୋଟିଏ ମୋବାଇଲ କୁ ଛଡେଇ ନେଇଗଲେ। ତାପରେ ତାଙ୍କୁ ଏ ବିଷୟରେ କାହାକୁ ଯଦି କହିଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇ ସେଠାରେ ତାଙ୍କୁ ଧକ୍କା ଦେଇ ପଳେଇ ଯାଇଥିଲେ। ଏହି ସମୟରେ ତାଙ୍କ ଗାଁର ଦୁଇ ଜଣ ପିଲା ତାଙ୍କୁ ଦେଖି ସେଠାରେ ଅଟକି ଥିଲେ। ସେମାନଙ୍କୁ ସବୁ ଘଟଣା ବିଷୟରେ ଜଣାଇବା ପରେ ସମସ୍ତେ ୩ ଜଣ ମିଶି ତାଙ୍କ କାରରେ ସେମାନଙ୍କୁ ପିଛା କରିଥିଲେ। ପିଛା କରିବା ସହ ପୋଲିସ କୁ ସୂଚନା ଦେଇଥିଲେ। କଦଳିପାଲ ଜଙ୍ଗଲ ପାଖାପାଖି ଗୌଡପାଲି ଫାଣ୍ଡି ପେଟ୍ରୋଲିଂ କରୁଥିବା ବେଳେ ଜଣେ ଅଭିଯୁକ୍ତ ଜଙ୍ଗଲରେ ପଶି ଯାଇଥିବା ବେଳେ ସ୍କୁଟି ଚଳାଉଥିବା ଅମନ କୁ ପୋଲିସ ଓ ପିଛା କରୁଥିବା ପିଲାମାନେ କାବୁ କରିନେଇଥିଲେ। ସେମାନଙ୍କ ଠାରୁ ଏକ ସ୍କୁଟି ଯାହାର ରେଜିଷ୍ଟ୍ରେସନ ନ. ( ଓଡି ୧୫ ଏକ୍ସ ୬୭୬୦), ୪୫ ଶହ ଟଙ୍କା, ଏକ ଟାଙ୍ଗିଆ ଓ ଏକ ମୋବାଇଲ ଜବତ କରାଯାଇଛି। ଏ ସଂକ୍ରାନ୍ତରେ ଜମନକିରା ଥାନା କେଶ ନ. ୨୦୧/୨୪(୩୦୯(୨)/ ୩(୫) ବିଏନଏସ) ରେ ଏକ ମୁକଦମା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରଖିଛି। ଉପରୋକ୍ତ ଅପରାଧୀଙ୍କ ନାଁରେ ସଦର ଥାନା ଓ ଟାଉନ ଥାନାରେ ବିଭିନ୍ନ କେସରେ ସଂପୃକ୍ତ ଥିବାର ଜଣା ପଡ଼ିଛି।

The post କାର ଅଟକେଇ ଟଙ୍କା ଓ ମୋବାଇଲ ଛଡେଇ ନେଇ ଯିବା ଘଟଣାରେ ଜଣେ ଗିରଫ, ଜଣେ ଫେରାର appeared first on Odisha.News.