କାରଖାନା ଶ୍ରମିକଙ୍କ ଦରମା ୨୦ହଜାରରୁ କମ୍
ଭୁବନେଶ୍ୱର, ୧୮।୮ (ଅନୁରାଧା ମହାରଣା): ଭାରତର ବିଭିନ୍ନ କାରଖାନା ତଥା ଅନ୍ୟାନ୍ୟ କ୍ଷେତ୍ରରେ ଶ୍ରମ ପ୍ରଦାନ କରୁଥିବା ଅଧିକାଂଶ ଶ୍ରମିକ (ବ୍ଲୁ-କଲର) ମାସିକ ୨୦,୦୦୦ ଟଙ୍କା କିମ୍ବା ତା’ଠାରୁ କମ୍ ଦରମା ପାଇଥା’ନ୍ତି। ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଶ୍ରମିକଙ୍କ ଏକ ବୃହତ୍ ଭାଗ ଆର୍ଥିକ ଚାପରେ ପୀଡ଼ିତ ଏବଂ ଗୃହ, ସ୍ବାସ୍ଥ୍ୟସେବା ଏବଂ ଶିକ୍ଷା ଭଳି ମୌଳିକ ଆବଶ୍ୟକତା ପୂରଣ କରିବାକୁ ସଂଘର୍ଷ କରୁଛନ୍ତି। ଏହି ରିପୋର୍ଟରେ କୁହାଯାଇଛି, ୫୭.୬୩ ପ୍ରତିଶତରୁ ଅଧିକ ଶ୍ରମ ଆବଶ୍ୟକ […] The post କାରଖାନା ଶ୍ରମିକଙ୍କ ଦରମା ୨୦ହଜାରରୁ କମ୍ appeared first on Dharitri Odia News.
ଭୁବନେଶ୍ୱର, ୧୮।୮ (ଅନୁରାଧା ମହାରଣା): ଭାରତର ବିଭିନ୍ନ କାରଖାନା ତଥା ଅନ୍ୟାନ୍ୟ କ୍ଷେତ୍ରରେ ଶ୍ରମ ପ୍ରଦାନ କରୁଥିବା ଅଧିକାଂଶ ଶ୍ରମିକ (ବ୍ଲୁ-କଲର) ମାସିକ ୨୦,୦୦୦ ଟଙ୍କା କିମ୍ବା ତା’ଠାରୁ କମ୍ ଦରମା ପାଇଥା’ନ୍ତି। ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଶ୍ରମିକଙ୍କ ଏକ ବୃହତ୍ ଭାଗ ଆର୍ଥିକ ଚାପରେ ପୀଡ଼ିତ ଏବଂ ଗୃହ, ସ୍ବାସ୍ଥ୍ୟସେବା ଏବଂ ଶିକ୍ଷା ଭଳି ମୌଳିକ ଆବଶ୍ୟକତା ପୂରଣ କରିବାକୁ ସଂଘର୍ଷ କରୁଛନ୍ତି। ଏହି ରିପୋର୍ଟରେ କୁହାଯାଇଛି, ୫୭.୬୩ ପ୍ରତିଶତରୁ ଅଧିକ ଶ୍ରମ ଆବଶ୍ୟକ କରୁଥିବା ପଦବୀ ମାସିକ ୨୦,୦୦୦ ଟଙ୍କା କିମ୍ବା ତା’ଠାରୁ କମ୍ ବେତନ ସୀମା ମଧ୍ୟରେ ରହିଛି। ଅନେକ ଶ୍ରମିକ ସର୍ବନିମ୍ନ ମଜୁରିରେ ଚାକିରି କରୁଥିତ୍ବା ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି।
ରିପୋର୍ଟରେ ଦର୍ଶାଯାଇଛି, ପ୍ରାୟ ୨୯.୩୪ ପ୍ରତିଶତ ଶ୍ରମ ଆବଶ୍ୟକ କରୁଥିବା ଚାକିରି ମଧ୍ୟମ ଆୟ ଗୋଷ୍ଠୀରେ ଅଛି ଏବଂ ଦରମା ମାସକୁ ୨୦,୦୦୦-୪୦,୦୦୦ ଟଙ୍କା ମଧ୍ୟରେ ରହିଛି। ଏଥିରେ କୁହାଯାଇଛି, ଏହି ବର୍ଗର ଶ୍ରମିକମାନେ ଆର୍ଥିକ ସୁରକ୍ଷାରେ ସାମାନ୍ୟ ଉନ୍ନତି ଅନୁଭବ କରନ୍ତି, ମାତ୍ର ଆରାମଦାୟକ ଜୀବନଧାରଣ ହାସଲ କରିବା ଠାରୁ ବହୁ ଦୂରରେ ରହିଯାଇଥା’ନ୍ତି।
ରିପୋର୍ଟ ଅନୁଯାୟୀ, ଏହି ପରିସରର ଆୟ ଆବଶ୍ୟକତା ପୂରଣ କରେ କିନ୍ତୁ ସଞ୍ଚୟ କିମ୍ବା ପୁଞ୍ଜି ବିନିଯୋଗ ପାଇଁ ଅଳ୍ପ ପରିସର ସଂକୀର୍ଣ୍ଣ କରିଥାଏ। ଏହି ବର୍ଗର ଶ୍ରମିକମାନଙ୍କ ଏକ ବୃହତ୍ ଭାଗର ଆର୍ଥିକ ଦୁର୍ବଳତାକୁ ଦର୍ଶାଉଛି।
ଏନେଇ ୱାର୍କ ଇଣ୍ଡିଆର ସହ-ପ୍ରତିଷ୍ଠାତା ନୀଲେଶ ଡଙ୍ଗରୱାଲ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ତଥ୍ୟ ଦର୍ଶାଉଛି ଯେ ସ୍ବଳ୍ପ ବେତନଯୁକ୍ତ ଚାକିରି ଏବଂ ଅଧିକ ଆୟ ପାଇଁ ସୀମିତ ସୁଯୋଗର ଶ୍ରମ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ଅସମାନତା କେବଳ ଶ୍ରମଶକ୍ତିର ଏକ ବୃହତ୍ ଅଂଶ ସମ୍ମୁଖୀନ ହେଉଥିବା ଅର୍ଥନୈତିକ ଆହ୍ବାନକୁ ପ୍ରତିଫଳିତ କରୁନାହିଁ, ବରଂ ସାମାଜିକ ସ୍ଥିରତା ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏହାର ବ୍ୟାପକ ପ୍ରଭାବ ପକାଇଥାଏ ବୋଲି ସେ କହିଛନ୍ତି।
The post କାରଖାନା ଶ୍ରମିକଙ୍କ ଦରମା ୨୦ହଜାରରୁ କମ୍ appeared first on Dharitri Odia News.