କାରରୁ ଜବତ ହେଲା ୧୦ ଲକ୍ଷ ଟଙ୍କା, ଚେକିଂ ବେଳେ ଧରିଲା ପୋଲିସ

ଟିଟିଲାଗଡ଼: ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ତରଫରୁ ଜାରି ରହିଛି ଚେକିଂ। ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ସହ, ନିର୍ବାଚନ ସମୟରେ ଯେପରି କୌଣସି ପ୍ରକାର ବେଆଇନ ଅର୍ଥ କାରବାର ନହେବ ସେନେଇ ବେଶ୍‌ ସଜାଗ ମଧ୍ୟ ହୋଇଛି ପୋଲିସ। ଏହି କ୍ରମରେ ଚେକିଂ ସମୟରେ ଟିଟିଲାଗଡ଼ ପୋଲିସ ବିଭିନ୍ନ ସ୍ଥାନରୁ ଜବତ କରିଛି ୧୦ ଲକ୍ଷ ଟଙ୍କା।ସୂଚନା ଅନୁଯାୟୀ ମଙ୍ଗଳବାର ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁଷରା ଥାନା ଡାହିମାଲ ଛକର ନାକାରେ ଚେକିଂ  ସମୟରେ ଏକ କାରରୁ ୫ ଲକ୍ଷ ଟଙ୍କା ଜବତ ହୋଇଛି।  ତେବେ କାରଟି କାହାର ଓ କେଉଁ ଜାଗାରୁ କେଉଁଠିକି ଯାଉଥିଲା ତାହା ବର୍ତ୍ତମାନ ତଦନ୍ତ କରୁଛି ତୁଷରା ପୋଲିସ ।କେବଳ ଏହି ଗୋଟିଏ କାର୍‌ ନୁହେଁ ଅନ୍ୟ ଏକ କାରରୁ ମଧ୍ୟ ସାଢ଼େ ୩ ଲକ୍ଷ ଟଙ୍କା ଜବତ କରିଛି ତୁଷରା ପୋଲିସ ଓ ନିର୍ବାଚନ ପାଇଁ ନିଯୁକ୍ତ ଫ୍ଲାଇଂଙ୍ଗ ସ୍ବାଡ। ଆହୁରି ମଧ୍ୟ ଡିଏଭି କଲେଜ ଛକରେ ଚେକିଂ ଚାଲିଥିବା ବେଳେ ମଧ୍ୟ ୧ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି ଫ୍ଲାଇଂ ସ୍ବାଡ। ତେବେ ଏସବୁ ଟଙ୍କା କେଉଁଠୁ ଆସିଲା ଏବଂ କେଉଁଠାକୁ ଯାଉଥିଲା ? ଜାଣିବାକୁ ତଦନ୍ତ କରୁଛି ପୋଲିସ।

କାରରୁ ଜବତ ହେଲା ୧୦ ଲକ୍ଷ ଟଙ୍କା, ଚେକିଂ ବେଳେ ଧରିଲା ପୋଲିସ

ଟିଟିଲାଗଡ଼: ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ତରଫରୁ ଜାରି ରହିଛି ଚେକିଂ। ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ସହ, ନିର୍ବାଚନ ସମୟରେ ଯେପରି କୌଣସି ପ୍ରକାର ବେଆଇନ ଅର୍ଥ କାରବାର ନହେବ ସେନେଇ ବେଶ୍‌ ସଜାଗ ମଧ୍ୟ ହୋଇଛି ପୋଲିସ। ଏହି କ୍ରମରେ ଚେକିଂ ସମୟରେ ଟିଟିଲାଗଡ଼ ପୋଲିସ ବିଭିନ୍ନ ସ୍ଥାନରୁ ଜବତ କରିଛି ୧୦ ଲକ୍ଷ ଟଙ୍କା।

ସୂଚନା ଅନୁଯାୟୀ ମଙ୍ଗଳବାର ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁଷରା ଥାନା ଡାହିମାଲ ଛକର ନାକାରେ ଚେକିଂ  ସମୟରେ ଏକ କାରରୁ ୫ ଲକ୍ଷ ଟଙ୍କା ଜବତ ହୋଇଛି।  ତେବେ କାରଟି କାହାର ଓ କେଉଁ ଜାଗାରୁ କେଉଁଠିକି ଯାଉଥିଲା ତାହା ବର୍ତ୍ତମାନ ତଦନ୍ତ କରୁଛି ତୁଷରା ପୋଲିସ ।

କେବଳ ଏହି ଗୋଟିଏ କାର୍‌ ନୁହେଁ ଅନ୍ୟ ଏକ କାରରୁ ମଧ୍ୟ ସାଢ଼େ ୩ ଲକ୍ଷ ଟଙ୍କା ଜବତ କରିଛି ତୁଷରା ପୋଲିସ ଓ ନିର୍ବାଚନ ପାଇଁ ନିଯୁକ୍ତ ଫ୍ଲାଇଂଙ୍ଗ ସ୍ବାଡ। ଆହୁରି ମଧ୍ୟ ଡିଏଭି କଲେଜ ଛକରେ ଚେକିଂ ଚାଲିଥିବା ବେଳେ ମଧ୍ୟ ୧ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି ଫ୍ଲାଇଂ ସ୍ବାଡ। ତେବେ ଏସବୁ ଟଙ୍କା କେଉଁଠୁ ଆସିଲା ଏବଂ କେଉଁଠାକୁ ଯାଉଥିଲା ? ଜାଣିବାକୁ ତଦନ୍ତ କରୁଛି ପୋଲିସ।