କାରୋଲ ନଓରୋକି ପୋଲାଣ୍ଡ ରାଷ୍ଟ୍ରପତି ନିର୍ବାଚିତ
ଓ୍ବାର୍ସା,୩ା୬: କଞ୍ଜରଭେଟିଭ୍ ନେତା କାରୋଲ ନଓରୋକି ପୋଲାଣ୍ଡ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ସୋମବାର ଚୂଡ଼ାନ୍ତ ଗଣତି ଅନୁଯାୟୀ ନଓରୋକି ୫୦.୮୯ ପ୍ରତିଶତ ଭୋଟ ପାଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଓ୍ବାର୍ସା ମେୟର ରାଫାଲ ଟ୍ରଜାସ୍କୋଓସ୍କି ୪୯.୧୧ ପ୍ରତିଶତ ଭୋଟ ପାଇଛନ୍ତି। ତେବେ ରବିବାର ସନ୍ଧ୍ୟାରେ ପ୍ରକାଶ ପାଇଥିବା ଏକ୍ଜିଟ୍ ପୋଲ୍ ଅନୁଯାୟୀ, ଟ୍ରଜାସ୍କୋଓସ୍କି ବିଜୟୀ ହେବେ ବୋଲି ପୂର୍ବାନୁମାନ କରାଯାଇଥିଲା। ଚୂଡ଼ାନ୍ତ ଫଳାଫଳ ପୂର୍ବାନୁମାନକୁ ବଦଳାଇ ଦେଇଛି। ନୂଆ ନେତାଙ୍କ ନେତୃତ୍ୱରେ ପୋଲାଣ୍ଡ ଅଧିକ ଜାତୀୟତାବାଦୀ ମାର୍ଗ ଅନୁସରଣ କରିବା […] The post କାରୋଲ ନଓରୋକି ପୋଲାଣ୍ଡ ରାଷ୍ଟ୍ରପତି ନିର୍ବାଚିତ appeared first on Dharitri Odia News.
ଓ୍ବାର୍ସା,୩ା୬: କଞ୍ଜରଭେଟିଭ୍ ନେତା କାରୋଲ ନଓରୋକି ପୋଲାଣ୍ଡ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ସୋମବାର ଚୂଡ଼ାନ୍ତ ଗଣତି ଅନୁଯାୟୀ ନଓରୋକି ୫୦.୮୯ ପ୍ରତିଶତ ଭୋଟ ପାଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଓ୍ବାର୍ସା ମେୟର ରାଫାଲ ଟ୍ରଜାସ୍କୋଓସ୍କି ୪୯.୧୧ ପ୍ରତିଶତ ଭୋଟ ପାଇଛନ୍ତି। ତେବେ ରବିବାର ସନ୍ଧ୍ୟାରେ ପ୍ରକାଶ ପାଇଥିବା ଏକ୍ଜିଟ୍ ପୋଲ୍ ଅନୁଯାୟୀ, ଟ୍ରଜାସ୍କୋଓସ୍କି ବିଜୟୀ ହେବେ ବୋଲି ପୂର୍ବାନୁମାନ କରାଯାଇଥିଲା। ଚୂଡ଼ାନ୍ତ ଫଳାଫଳ ପୂର୍ବାନୁମାନକୁ ବଦଳାଇ ଦେଇଛି। ନୂଆ ନେତାଙ୍କ ନେତୃତ୍ୱରେ ପୋଲାଣ୍ଡ ଅଧିକ ଜାତୀୟତାବାଦୀ ମାର୍ଗ ଅନୁସରଣ କରିବା ଆଶା କରାଯାଉଛି। କାରୋଲଙ୍କ ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସମର୍ଥନ ରହିଛି।
The post କାରୋଲ ନଓରୋକି ପୋଲାଣ୍ଡ ରାଷ୍ଟ୍ରପତି ନିର୍ବାଚିତ appeared first on Dharitri Odia News.