କାର୍ ଚଳାଉଥିବା ସମୟରେ ମୁଣ୍ଡ କୁଣ୍ଡାଇବାରୁ କଟିଲା ଚାଲାଣ, ୩୩ହଜାର ଟଙ୍କାର ଜରିମାନା
କାର୍, ବାଇକ୍ କିମ୍ବା ସ୍କୁଟି ଚଲାଇବା ସମୟରେ ଲୋକେ ସଡକ ନିୟମର ବିଶେଷ ଧ୍ୟାନ ରଖିଥାନ୍ତି। ଯେପରିକି ରେଡ ଲାଇଟ୍ ସମୟରେ ଟ୍ରାଫିକରେ ଗାଡି ଅଟକାଇବା, ସ୍ପିଡକୁ ଲିମିଟରେ ରଖିବା, କାର୍ ଚଲାଇବାବେଳେ ସିଟ୍ ବେଲ୍ଟ ବିନ୍ଧିବା ସହ ଦୁଇଚକିଆ ଯାନ ଚଲାଇବାବେଳେ ହେଲମେଟ୍ ପିନ୍ଧିବା ଜରୁରୀ ଅଟେ। ଏହି ନିୟମ ଉଲ୍ଲଘଂନ କଲେ ଫାଇନ୍ ପଡିବା ସହ ଚାଲାଣ କଟିଥାଏ। ପୂର୍ବରୁ ଟ୍ରାଫିକ ଛକରେ ପୋଲିସ ତଦାରଖ କରୁଥିବାବେଳେ ଏବେ ସେହି କାମ ସିସି କ୍ୟାମେରା […] The post କାର୍ ଚଳାଉଥିବା ସମୟରେ ମୁଣ୍ଡ କୁଣ୍ଡାଇବାରୁ କଟିଲା ଚାଲାଣ, ୩୩ହଜାର ଟଙ୍କାର ଜରିମାନା appeared first on Dharitri Odia News.
କାର୍, ବାଇକ୍ କିମ୍ବା ସ୍କୁଟି ଚଲାଇବା ସମୟରେ ଲୋକେ ସଡକ ନିୟମର ବିଶେଷ ଧ୍ୟାନ ରଖିଥାନ୍ତି। ଯେପରିକି ରେଡ ଲାଇଟ୍ ସମୟରେ ଟ୍ରାଫିକରେ ଗାଡି ଅଟକାଇବା, ସ୍ପିଡକୁ ଲିମିଟରେ ରଖିବା, କାର୍ ଚଲାଇବାବେଳେ ସିଟ୍ ବେଲ୍ଟ ବିନ୍ଧିବା ସହ ଦୁଇଚକିଆ ଯାନ ଚଲାଇବାବେଳେ ହେଲମେଟ୍ ପିନ୍ଧିବା ଜରୁରୀ ଅଟେ। ଏହି ନିୟମ ଉଲ୍ଲଘଂନ କଲେ ଫାଇନ୍ ପଡିବା ସହ ଚାଲାଣ କଟିଥାଏ। ପୂର୍ବରୁ ଟ୍ରାଫିକ ଛକରେ ପୋଲିସ ତଦାରଖ କରୁଥିବାବେଳେ ଏବେ ସେହି କାମ ସିସି କ୍ୟାମେରା କରୁଛି। ଏହାଦ୍ୱାରା କେହି ନିୟମ ଉଲ୍ଲଘଂନ କଲେ ମୋବାଇଲ ନମ୍ବରକୁ ଚାଲାଣ କଟିବା ମେସେଜ ଆସି ଯାଉଛି। କିନ୍ତୁ ନିକଟରେ ଏପରି ଏକ ଘଟଣା ଘଟିଛି ଯାହାକୁ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। କାର୍ ଚଲାଉଥିବାବେଳେ ଜଣେ ବ୍ୟକ୍ତି ମୁଣ୍ଡ କୁଣ୍ଡାଇବାରୁ ତାଙ୍କ ଉପରେ ୩୩୧୯୮ଟଙ୍କାର ଜରିମାନା ଲାଗିଛି।
ଏହି ଘଟଣାଟି ଘଟିଛି ଡଚ୍ରେ। ଯେଉଁଠି ଡ୍ରାଇଭିଂ ସମୟରେ ମୁଣ୍ଡ କୁଣ୍ଡାଇବାରୁ ବ୍ୟକ୍ତିଙ୍କୁ ୩୮୦ୟୁରୋ(୩୩୧୯୮ଟଙ୍କା) ଦେବାକୁ ପଡିଛି। କହିରଖୁଛୁ କି, ଏକ ଏଆଇ ସଞ୍ଚାଳିତ କ୍ୟାମେରା ତାଙ୍କୁ ଗାଡି ଚଲାଇବା ସମୟରେ ଫୋନରେ କଥା ହେଉଥିବା ଦେଖି ଫଟୋ ଉଠାଇଛି। ଯାହାପରେ ତାଙ୍କ ପାଖକୁ ୩୩୧୯୮ଟଙ୍କାର ଚାଲାଣ କଟିଥିବା ମେସେଜ ଆସିଛି। କିନ୍ତୁ ବ୍ୟକ୍ତିଜଣକ ଦାବି କରିଛନ୍ତି କି, ସେ ସେତେବେଳେ ମୁଣ୍ଡ କୁଣ୍ଡାଉ ଥିଲେ। ଏଆଇ କ୍ୟାମେରା ଦ୍ୱାରା ଏପରି ଭୁଲ ହୋଇଛି।
ଏହାପରେ ସେଣ୍ଟ୍ରାଲ ଜୁଡିସିଆଲ କଲେକ୍ସନ ଏଜେନ୍ସି କ୍ୟାମେରା କଏଦ କରିଥିବା ଫଟୋକୁ ଯାଞ୍ଚ କରିଛି। ପ୍ରଥମ ନଜରରେ ବ୍ୟକ୍ତିଜଣକ ଫୋନର କଥା ହେଉଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ଯେତେବେଳେ ଏହାକୁ ଜୁମ୍ କରାଯାଇଥିଲା ଜଣାପଡିଥିଲା କି, ବ୍ୟକ୍ତିଜଣକ ମୁଣ୍ଡ କୁଣ୍ଡାଉଥିଲେ, ଯାହାକୁ ଏଆଇ କ୍ୟାମେରା ମୋବାଇଲରେ କଥା ହେଉଥିବାର ଭାବି ଫଟୋ ନେଇଥିଲା।
The post କାର୍ ଚଳାଉଥିବା ସମୟରେ ମୁଣ୍ଡ କୁଣ୍ଡାଇବାରୁ କଟିଲା ଚାଲାଣ, ୩୩ହଜାର ଟଙ୍କାର ଜରିମାନା appeared first on Dharitri Odia News.