କାର୍‌ ଚାଳକଙ୍କୁ ହେଲ୍‌ମେଟ୍‌ ପାଇଁ ଫାଇନ୍, ଉତ୍ତରପ୍ରଦେଶର ଅଜବ ଘଟଣାକୁ ନେଇ ଚର୍ଚ୍ଚା

ଉତ୍ତରପ୍ରଦେଶ ୨୬/୮: କାର୍‌ ଭିତରେ ହେଲ୍‌ମେଟ୍‌ ପିନ୍ଧି ନଥିବାରୁ ଜଣେ ସାମ୍ବାଦିକଙ୍କୁ ମିଳିଛି ଜରିମାନା ଦଣ୍ଡ । ଉତ୍ତରପ୍ରଦେଶ ଗୌତମ ବୁଦ୍ଧ ନଗର ସ୍ଥିତ ସାମ୍ବାଦିକ ତୁଷାର ସାକ୍ସେନା ଆଣିଛନ୍ତି ସଂଗୀନ ଅଭିଯୋଗ । ଘଟଣା ନମାସ ତଳର । ପ୍ରଥମେ ସେ ଏହାକୁ ଅଣଦେଖା କରିଥିଲେ । ତେବେ ପରେ ହଜାରେ ଟଙ୍କା ଫାଇନ ଦେବାକୁ ମେଲ୍‌ ଆସିବା ପରେ ସେ ଅଭିଯୋଗ କରିଛନ୍ତି । ତାଙ୍କ କହିବା କଥା ସେ କେବେବି ଏନ୍‌ସିଆର ଅ଼଼ଞ୍ଚଳରେ କାର ଚଲାଇ ନାହାନ୍ତି । କାର୍‌ ଭିତରେ ବି ହେଲ୍‌ମେଟ୍‌ର ଆବଶ୍ୟକତା ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି ।ସେ ଯଦି ନିର୍ଦ୍ଧାରିତ ସମୟରେ ଫାଇନ ନଦିଅନ୍ତି ତେବେ ତାଙ୍କୁ କୋର୍ଟରେ ହାଜର ହେବାକୁ ପୋଲିସ ଚେତାବନୀ ଦେଇଥିବା ସେ କହିଛନ୍ତି । ପୂର୍ବରୁ ମଧ୍ୟ ଗୌତମ ବୁଦ୍ଧ ନଗର ଟ୍ରାଫିକ ପୋଲିସ ନାଁରେ ସମାନ ଅଭିଯୋଗ ଆସିଥିଲା । ନୋଏଡାର ହୋଶିଆରପୁର ଅଞ୍ଚଳରେ ବିନା ହେଲ୍‌ମେଟ୍‌ରେ କାର ଡ୍ରାଇଭ ପାଇଁ ଜଣେ ସରକାରୀ ସ୍କୁଲ ଶିକ୍ଷକଙ୍କ ଠାରୁ ହଜାରେ ଟଙ୍କାର ଫାଇନ କଟାଯାଇଥିଲା । ୨୦୧୭ ମସିହାରେ ରାଜସ୍ଥାନର ଭରତପୁର ଠାରେ ଏକ ମାମଲା ହୋଇଥିଲା । ବିଷ୍ଣୁ ଶର୍ମା ନାମରେ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ କାର୍‌ ଭିତରେ ହେଲ୍‌ମେଟ୍‌ ନପିନ୍ଧିବାରୁ ତାଙ୍କୁ ଜରିମାନା ଦେବାକୁ ପଡିଥିଲା । ତା ପରଠାରୁ ସେ ସବୁବେଳେ କାର୍‌ ଭିତରେ ହେଲ୍‌ମେଟ୍‌ ପିନ୍ଧୁଥିବାର ନଜର ଆସନ୍ତି । କାର୍‌ରେ କାହିଁକି ହେଲ୍‌ମେଟ୍‌ ପିନ୍ଧିଚ ପ

କାର୍‌ ଚାଳକଙ୍କୁ ହେଲ୍‌ମେଟ୍‌ ପାଇଁ ଫାଇନ୍, ଉତ୍ତରପ୍ରଦେଶର ଅଜବ ଘଟଣାକୁ ନେଇ ଚର୍ଚ୍ଚା

ଉତ୍ତରପ୍ରଦେଶ ୨୬/୮: କାର୍‌ ଭିତରେ ହେଲ୍‌ମେଟ୍‌ ପିନ୍ଧି ନଥିବାରୁ ଜଣେ ସାମ୍ବାଦିକଙ୍କୁ ମିଳିଛି ଜରିମାନା ଦଣ୍ଡ । ଉତ୍ତରପ୍ରଦେଶ ଗୌତମ ବୁଦ୍ଧ ନଗର ସ୍ଥିତ ସାମ୍ବାଦିକ ତୁଷାର ସାକ୍ସେନା ଆଣିଛନ୍ତି ସଂଗୀନ ଅଭିଯୋଗ । ଘଟଣା ନମାସ ତଳର । ପ୍ରଥମେ ସେ ଏହାକୁ ଅଣଦେଖା କରିଥିଲେ । ତେବେ ପରେ ହଜାରେ ଟଙ୍କା ଫାଇନ ଦେବାକୁ ମେଲ୍‌ ଆସିବା ପରେ ସେ ଅଭିଯୋଗ କରିଛନ୍ତି । ତାଙ୍କ କହିବା କଥା ସେ କେବେବି ଏନ୍‌ସିଆର ଅ଼଼ଞ୍ଚଳରେ କାର ଚଲାଇ ନାହାନ୍ତି । କାର୍‌ ଭିତରେ ବି ହେଲ୍‌ମେଟ୍‌ର ଆବଶ୍ୟକତା ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେ ଯଦି ନିର୍ଦ୍ଧାରିତ ସମୟରେ ଫାଇନ ନଦିଅନ୍ତି ତେବେ ତାଙ୍କୁ କୋର୍ଟରେ ହାଜର ହେବାକୁ ପୋଲିସ ଚେତାବନୀ ଦେଇଥିବା ସେ କହିଛନ୍ତି । ପୂର୍ବରୁ ମଧ୍ୟ ଗୌତମ ବୁଦ୍ଧ ନଗର ଟ୍ରାଫିକ ପୋଲିସ ନାଁରେ ସମାନ ଅଭିଯୋଗ ଆସିଥିଲା । ନୋଏଡାର ହୋଶିଆରପୁର ଅଞ୍ଚଳରେ ବିନା ହେଲ୍‌ମେଟ୍‌ରେ କାର ଡ୍ରାଇଭ ପାଇଁ ଜଣେ ସରକାରୀ ସ୍କୁଲ ଶିକ୍ଷକଙ୍କ ଠାରୁ ହଜାରେ ଟଙ୍କାର ଫାଇନ କଟାଯାଇଥିଲା । 

୨୦୧୭ ମସିହାରେ ରାଜସ୍ଥାନର ଭରତପୁର ଠାରେ ଏକ ମାମଲା ହୋଇଥିଲା । ବିଷ୍ଣୁ ଶର୍ମା ନାମରେ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ କାର୍‌ ଭିତରେ ହେଲ୍‌ମେଟ୍‌ ନପିନ୍ଧିବାରୁ ତାଙ୍କୁ ଜରିମାନା ଦେବାକୁ ପଡିଥିଲା । ତା ପରଠାରୁ ସେ ସବୁବେଳେ କାର୍‌ ଭିତରେ ହେଲ୍‌ମେଟ୍‌ ପିନ୍ଧୁଥିବାର ନଜର ଆସନ୍ତି । କାର୍‌ରେ କାହିଁକି ହେଲ୍‌ମେଟ୍‌ ପିନ୍ଧିଚ ପଚାରିଲେ ଉତ୍ତର ଦିଅନ୍ତି ମୁଁ ଆଉ ଜରିମାନା ଦେବାକୁ ଚାହୁଁନି । ସେପଟେ ଫାଇନ କାଟିଥିବା କନେଷ୍ଟବଳ ପ୍ରହ୍ଲାଦ ସିଂ କହିଛନ୍ତି ସିଟ୍‌ ବେଲ୍ଟ ପିନ୍ଧିନଥିବାରୁ ଫାଇନ ପକାଇଥିଲେ । ହେଲେ ଭୁଲରେ ହେଲ୍‌ମେଟ୍‌ ପିନ୍ଧିନଥିଲେ ବୋଲି ଲେଖିଦେଇଥିଲେ ।