କାର୍ତ୍ତିକ ପୂର୍ଣ୍ଣିମାରେ ଅଦ୍ଭୁତ ସଂଯୋଗ: ଏସବୁ ରାଶିର ଭାଗ୍ୟ ଖୋଲିବ,ଅଟକି ଥିବା କାମ… 

ହିନ୍ଦୁ ଧର୍ମରେ ଦେବ ଦୀପାବଳିର ବଡ଼ ମହତ୍ୱ ରହିଛି। ଏହାକୁ କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ରାତିରେ ସମସ୍ତ ଦେବୀଦେବତା ଗଙ୍ଗା ଘାଟରେ ଦୀପାବଳି ପାଳନ କରିଥାନ୍ତି। ଏହାଛଡ଼ା ଏହି ଦିନ ଭଗବାନ ଶିବ ତ୍ରିପୁରାସୁର ନାମକ ରାକ୍ଷସକୁ ବଧ କରିଥିଲେ।  ଚଳିତ ବର୍ଷ ଦେବ ଦୀପାବଳିରେ ଦୁର୍ଲଭ ସଂଯୋଗ ଘଟିବାକୁ ଯାଉଛି। ଏହା କିଛି ରାଶିର ବ୍ୟକ୍ତିବିଶେଷଙ୍କ ଲାଗି ବହୁତ ଶୁଭ। କାହା  ପାଇଁ ଶୁଭ? ବୃଷ ରାଶି ବୃଷ […] The post କାର୍ତ୍ତିକ ପୂର୍ଣ୍ଣିମାରେ ଅଦ୍ଭୁତ ସଂଯୋଗ: ଏସବୁ ରାଶିର ଭାଗ୍ୟ ଖୋଲିବ,ଅଟକି ଥିବା କାମ…  appeared first on Dharitri Odia News.

କାର୍ତ୍ତିକ ପୂର୍ଣ୍ଣିମାରେ ଅଦ୍ଭୁତ ସଂଯୋଗ: ଏସବୁ ରାଶିର ଭାଗ୍ୟ ଖୋଲିବ,ଅଟକି ଥିବା କାମ… 
ହିନ୍ଦୁ ଧର୍ମରେ ଦେବ ଦୀପାବଳିର ବଡ଼ ମହତ୍ୱ ରହିଛି। ଏହାକୁ କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ରାତିରେ ସମସ୍ତ ଦେବୀଦେବତା ଗଙ୍ଗା ଘାଟରେ ଦୀପାବଳି ପାଳନ କରିଥାନ୍ତି। ଏହାଛଡ଼ା ଏହି ଦିନ ଭଗବାନ ଶିବ ତ୍ରିପୁରାସୁର ନାମକ ରାକ୍ଷସକୁ ବଧ କରିଥିଲେ।  ଚଳିତ ବର୍ଷ ଦେବ ଦୀପାବଳିରେ ଦୁର୍ଲଭ ସଂଯୋଗ ଘଟିବାକୁ ଯାଉଛି। ଏହା କିଛି ରାଶିର ବ୍ୟକ୍ତିବିଶେଷଙ୍କ ଲାଗି ବହୁତ ଶୁଭ।
କାହା  ପାଇଁ ଶୁଭ?
ବୃଷ ରାଶି
ବୃଷ ରାଶିର ଲୋକଙ୍କ ପାଇଁ ଦେବ ଦୀପାବଳି ଅତ୍ୟନ୍ତ ଶୁଭ ଏବଂ ଲାଭଦାୟକ ହେବ। ଏହି ସମୟ ମଧ୍ୟରେ ବୃଷ ରାଶି ଥିବା ବ୍ୟକ୍ତିମାନଙ୍କ ବୃତ୍ତି ଏବଂ ବ୍ୟବସାୟରେ ନୂତନ ସୁଯୋଗ ପାଇବା ସହ ଉନ୍ନତିର ସମ୍ଭାବନା ରହିଛି। ଦୀଘଦିନରୁ ପଡ଼ିଥିବା କାର୍ଯ୍ୟ ସମାପ୍ତ ହେବ। ସମ୍ପତ୍ତି କିଣିବାର ସ୍ବପ୍ନ ପୂରଣ ହୋଇପାରିବ। ଏହା ବ୍ୟତୀତ ଆର୍ଥିକ ଲାଭର ସମ୍ଭାବନା ମଧ୍ୟ ରହିଛି। ବ୍ୟକ୍ତିଗତ ଜୀବନରେ ମଧ୍ୟ ସୁଖ ଏବଂ ଶାନ୍ତି ବଜାୟ ରହିବ।
ମିଥୁନ ରାଶି
ମିଥୁନ ରାଶିର ଲୋକଙ୍କ ଉପରେ ଏହା ସକରାତ୍ମକ ପ୍ରଭାବ ପକାଇବ। ମାନ ସମ୍ମାନ  ବୃଦ୍ଧି ସହ ମାନସିକ ଚାପ ହ୍ରାସ ହୋଇପାରେ। ପ୍ରେମ ସଂପର୍କରେ ସମନ୍ବୟ ରହିବ ଏବଂ ବିବାହ ଯୋଗର ମଧ୍ୟ ସମ୍ଭାବନା ଅଛ। ପୁଞ୍ଜି ନିବେଶରେ ଲାଭ ପାଇଁ ମଧ୍ୟ ସୁଯୋଗ ରହିବ।
ଧନୁ ରାଶି
ଏହି ଯୋଗ ଧନୁ ରାଶି ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ।  ଏହି ଅବଧିରେ, ଧନୁ ରାଶି ଥିବା ବ୍ୟକ୍ତିମାନେ ବ୍ୟବସାୟରେ ଆର୍ଥିକ ଲାଭ କରିପାରନ୍ତି। ସମସ୍ତ ଅସମ୍ପୂର୍ଣ୍ଣ କାର୍ଯ୍ୟ ମଧ୍ୟ ସମାପ୍ତ ହେବ। ଚାକିରିରେ ପଦୋନ୍ନତି ସହିତ ଦରମା ମଧ୍ୟ ବୃଦ୍ଧି ହୋଇପାରେ। ଦାମ୍ପତ୍ୟ ଜୀବନରେ ସୁଖ ବୃଦ୍ଧି ପାଇବ।
କୁମ୍ଭ ରାଶି
କୁମ୍ଭ ରାଶି ଲୋକଙ୍କ ପାଇଁ ଦେବ ଦୀପାବଳି ମଧ୍ୟ ବିଶେଷ ହେବାକୁ ଯାଉଛି। ସେମାନେ ଶନିଦେବଙ୍କ ସହିତ ଶୁକ୍ର ଏବଂ ବୃହସ୍ପତିଙ୍କର ବିଶେଷ ଆଶୀର୍ବାଦ ପାଇବେ। ରୋଜଗାରର ସୁଯୋଗ ମିଳିବ। ବ୍ୟବସାୟରେ ଲାଭ ହୋଇପାରେ। ଆଗରୁ ଚାଲିଥିବା ସମସ୍ତ ସମସ୍ୟାରୁ ବିରାମ ମିଳିବ।

The post କାର୍ତ୍ତିକ ପୂର୍ଣ୍ଣିମାରେ ଅଦ୍ଭୁତ ସଂଯୋଗ: ଏସବୁ ରାଶିର ଭାଗ୍ୟ ଖୋଲିବ,ଅଟକି ଥିବା କାମ…  appeared first on Dharitri Odia News.