କାର୍ତ୍ତିକରେ ଡରାଇଲାଣି ମହାପ୍ରସାଦ ଦର । ଓମଫେଡ ବ୍ୟବହାର ବଢାଇଲା ଆଶଙ୍କା

କନକ ବ୍ୟୁରୋ: କାର୍ତ୍ତିକ ମାସରେ ମହାପ୍ରସାଦର ଆବଶ୍ୟକତା ବଢିବ। ହେଲେ ଏବେଠାରୁ ମହାପ୍ରସାଦ ଓ ଶୁଖିଲି ଭୋଗର ଦର ଭକ୍ତଙ୍କ ମନରେ ଛନକା ପଶେଇଲାଣି। ୭ ବର୍ଷ ତଳର ନିଷ୍ପତ୍ତି ଅନୁସାରେ ଶ୍ରୀମନ୍ଦିରରେ କେବଳ ଗୋଟିଏ ବ୍ରାଣ୍ଡ  ଅର୍ଥାତ ଓମଫେଡର ଶୁଦ୍ଧ ଘିଅ ବ୍ୟବହାର କରାଯାଇପାରିବ । ଘିଅର ଦରବୃଦ୍ଧି ଯୋଗୁଁ ଲୋକଙ୍କୁ ସୁଲଭ ମୂଲ୍ୟରେ ମହାପ୍ରସାଦ ଓ ଅନ୍ୟାନ୍ୟ ଶୁଖୁଲି ଭୋଗ ଯୋଗାଇ ହେଉନାହିଁ। ଚାହିହା ମେଣ୍ଟାଇବାକୁ ଘିଅ ମହଜୁଦ ରଖିପାରୁନି ଓମଫେଡ । ଯାହାର ବିକଳ୍ପ ଭାବରେ ଶ୍ରୀମନ୍ଦିରରେ ବେନାମୀ ଘିଅ ବ୍ୟବହାର କରୁଛନ୍ତି ସେବାୟତ । ତେବେ ତିରୁପତି ଘଟଣା ପରେ ଶ୍ରୀମନ୍ଦିର ଘିଅ ଯାଞ୍ଚ ଦାବି ଉଠିବାରୁ ୭ ବର୍ଷ ତଳର ନିଷ୍ପତ୍ତିକୁ ପୂର୍ଣ୍ଣ କାର୍ଯ୍ୟକାରୀ ଶ୍ରୀମନ୍ଦିର ପ୍ରଶାସନ ତାଗିଦ୍ କରିଛନ୍ତି ।  ଶ୍ରୀମନ୍ଦିର ପାଇଁ ଡିପୋ କରିବ ଓମଫେଡ୍ ବନ୍ଦ ହେବ ବେନାମୀ ଘିଅର ବ୍ୟବହାର ଶ୍ରୀମନ୍ଦିର ପାଇଁ ଏକ ସ୍ବତନ୍ତ୍ର ଘିଅ ଡିପୋ ଖୋଲାଯିବା ସହ ମହାପ୍ରଭୁଙ୍କ ପାଇଁ ଯୋଗାଇ ଦିଆଯାଉଥିବା ଘିଅର ଦର କମାଇବାକୁ ଓମଫେଡ ପରିଚାଳନା ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିରକୁ ଓମଫେଡ ଛଡା ଯେପରି ଅନ୍ୟ କୌଣସି ଘିଅ ପ୍ରବେଶ ନ କରେ, ସେଥିପ୍ରତି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ । ବରିଷ୍ଠ ସୁପରଭାଇଜର ଏବଂ କମାଣ୍ଡର ଏଥିପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅ

କାର୍ତ୍ତିକରେ ଡରାଇଲାଣି ମହାପ୍ରସାଦ ଦର । ଓମଫେଡ ବ୍ୟବହାର ବଢାଇଲା ଆଶଙ୍କା

କନକ ବ୍ୟୁରୋ: କାର୍ତ୍ତିକ ମାସରେ ମହାପ୍ରସାଦର ଆବଶ୍ୟକତା ବଢିବ। ହେଲେ ଏବେଠାରୁ ମହାପ୍ରସାଦ ଓ ଶୁଖିଲି ଭୋଗର ଦର ଭକ୍ତଙ୍କ ମନରେ ଛନକା ପଶେଇଲାଣି। ୭ ବର୍ଷ ତଳର ନିଷ୍ପତ୍ତି ଅନୁସାରେ ଶ୍ରୀମନ୍ଦିରରେ କେବଳ ଗୋଟିଏ ବ୍ରାଣ୍ଡ  ଅର୍ଥାତ ଓମଫେଡର ଶୁଦ୍ଧ ଘିଅ ବ୍ୟବହାର କରାଯାଇପାରିବ । ଘିଅର ଦରବୃଦ୍ଧି ଯୋଗୁଁ ଲୋକଙ୍କୁ ସୁଲଭ ମୂଲ୍ୟରେ ମହାପ୍ରସାଦ ଓ ଅନ୍ୟାନ୍ୟ ଶୁଖୁଲି ଭୋଗ ଯୋଗାଇ ହେଉନାହିଁ। ଚାହିହା ମେଣ୍ଟାଇବାକୁ ଘିଅ ମହଜୁଦ ରଖିପାରୁନି ଓମଫେଡ । ଯାହାର ବିକଳ୍ପ ଭାବରେ ଶ୍ରୀମନ୍ଦିରରେ ବେନାମୀ ଘିଅ ବ୍ୟବହାର କରୁଛନ୍ତି ସେବାୟତ । ତେବେ ତିରୁପତି ଘଟଣା ପରେ ଶ୍ରୀମନ୍ଦିର ଘିଅ ଯାଞ୍ଚ ଦାବି ଉଠିବାରୁ ୭ ବର୍ଷ ତଳର ନିଷ୍ପତ୍ତିକୁ ପୂର୍ଣ୍ଣ କାର୍ଯ୍ୟକାରୀ ଶ୍ରୀମନ୍ଦିର ପ୍ରଶାସନ ତାଗିଦ୍ କରିଛନ୍ତି । 

  • ଶ୍ରୀମନ୍ଦିର ପାଇଁ ଡିପୋ କରିବ ଓମଫେଡ୍
  • ବନ୍ଦ ହେବ ବେନାମୀ ଘିଅର ବ୍ୟବହାର

ଶ୍ରୀମନ୍ଦିର ପାଇଁ ଏକ ସ୍ବତନ୍ତ୍ର ଘିଅ ଡିପୋ ଖୋଲାଯିବା ସହ ମହାପ୍ରଭୁଙ୍କ ପାଇଁ ଯୋଗାଇ ଦିଆଯାଉଥିବା ଘିଅର ଦର କମାଇବାକୁ ଓମଫେଡ ପରିଚାଳନା ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିରକୁ ଓମଫେଡ ଛଡା ଯେପରି ଅନ୍ୟ କୌଣସି ଘିଅ ପ୍ରବେଶ ନ କରେ, ସେଥିପ୍ରତି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ । ବରିଷ୍ଠ ସୁପରଭାଇଜର ଏବଂ କମାଣ୍ଡର ଏଥିପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ ଘିଅ ଶ୍ରୀମନ୍ଦିରକୁ ନେବାକୁ ଚେଷ୍ଟା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ ସତର୍କ କରି ଦେଇଛନ୍ତି ।

ତେବେ ଓମଫେଡର ବିକଳ୍ପ ମଧ୍ୟ ରଖିବା ଆବଶ୍ୟକ ବୋଲି କହିଛନ୍ତି ସେବାୟତ । ସୁଆର ମହାସୁଆର ନିଯୋଗ ମଧ୍ୟ ଏକ ଡାଏରୀ ଫାର୍ମ କରିବାକୁ ଚିଠି ମାଧ୍ୟମରେ ପ୍ରସ୍ତାବ ରଖିଛି ।