କାର୍ଯ୍ୟକ୍ରମ କାର୍ଯ୍ୟକାରୀ କମିଟି ବୈଠକରେ ବିଜେଡିର ଆଗାମୀ ରଣନୀତି ନେଇ ଆଲୋଚନା
ଭୁବନେଶ୍ବର: ଶେଷ ହୋଇଛି ବିଜେଡିର କାର୍ଯ୍ୟକ୍ରମ କାର୍ଯ୍ୟକାରୀ କମିଟି ବୈଠକ । ଏଥିରେ ଦଳର ଆଗାମୀ ରଣନୀତି ନେଇ ହୋଇଛି... The post କାର୍ଯ୍ୟକ୍ରମ କାର୍ଯ୍ୟକାରୀ କମିଟି ବୈଠକରେ ବିଜେଡିର ଆଗାମୀ ରଣନୀତି ନେଇ ଆଲୋଚନା appeared first on .
ଭୁବନେଶ୍ବର: ଶେଷ ହୋଇଛି ବିଜେଡିର କାର୍ଯ୍ୟକ୍ରମ କାର୍ଯ୍ୟକାରୀ କମିଟି ବୈଠକ । ଏଥିରେ ଦଳର ଆଗାମୀ ରଣନୀତି ନେଇ ହୋଇଛି ଆଲୋଚନା । ଶଙ୍ଖ ଭବନରେ ବସିଥିବା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କମିଟି ବୈଠକରେ ରାଜ୍ୟର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ବିଜେଡି କିଭଳି ଲୋକଙ୍କ ପାଖରେ ପହଞ୍ଚାଇବ ସେନେଇ ହୋଇଛି ଆଲୋଚନା ।
ଦଳର ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନର ଅଗ୍ରଗତି ନେଇ ମଧ୍ୟ ଆଲୋଚନା ହୋଇଛି । ଜନସମ୍ପର୍କ ପଦଯାଦ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନରେ ଦଳ ଲୋକଙ୍କ ପାଖରେ ପହଁଚିବାରେ କେତେ ସଫଳତା ପାଇଛି ସେନେଇ ବରିଷ୍ଠ ନେତାମାନେ ଆଲୋଚନା କରିଛନ୍ତି । ଆଗକୁ ଏହିସବୁ ଅଭିଯାନକୁ ଅଧିକ ପ୍ରଭାବୀ କରିବା ଦିଗରେ ମଧ୍ୟ ବରିଷ୍ଠ ନେତାମାନେ ସେମାନଙ୍କ ମତ ରଖିଛନ୍ତି ।
ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ସାନନ୍ଦ ମାରାଣ୍ଡି, ଲେଖାଶ୍ରୀ ସାମନ୍ତସିଂହାର, ଭୃଗୁ ବକ୍ସିପାତ୍ର, ପ୍ରତାପ ଜେନା, ପ୍ରଣବ ବଳବନ୍ତରାୟ, ବିକ୍ରମ ପଣ୍ଡାଙ୍କ ଭଳି ବରିଷ୍ଠ ନେତାମାନେ ଆଲୋଚନାରେ ଭାଗ ନେଇ ଆଗାମୀ ଦିନରେ ଦଳକୁ ଅଧିକ ଶକ୍ତିଶାଳୀ କରିବା ନେଇ ନିଜ ନିଜ ପ୍ରସ୍ତାବ ଦେଇଥିଲେ । ବୈଠକରେ ରାଜ୍ୟବାସୀଙ୍କ ଆବଶ୍ୟକତାକୁ ଗୁରୁତ୍ବ ଦେଇ ଦଳ କେମିତି କାମ କରିବ ସେଦିଗରେ ମଧ୍ୟ ଆଲୋଚନା ହୋଇଛି ।
The post କାର୍ଯ୍ୟକ୍ରମ କାର୍ଯ୍ୟକାରୀ କମିଟି ବୈଠକରେ ବିଜେଡିର ଆଗାମୀ ରଣନୀତି ନେଇ ଆଲୋଚନା appeared first on .