କାର୍ଯ୍ୟରେ ଅବହେଳା: ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ସସ୍ପେଣ୍ଡ
ଧର୍ମଶାଳା,୧୮।୬(ଶିବ ପ୍ରସାଦ ମହାନ୍ତି): ଯାଜପୁରରେ ବ୍ୟାପୁଛି ଝାଡ଼ାବାନ୍ତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ଥିତି ଗମ୍ଭୀର ରହିଛି। ଏଭଳି ସ୍ଥିତିରେ କାର୍ଯ୍ୟରେ ଅବହେଳା ଲାଗି ଜଣେ ଡାକ୍ତରଙ୍କୁ ସସପେଣ୍ଡ କରାଯାଇଛି। ସେ ହେଲେ ଡା. ହେମନ୍ତ କୁମାର ମହାରଣା। ତାଙ୍କ ବିରୁଦ୍ଧରେ ଏକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନିଲମ୍ବନ କରାଯାଇ ଥିବା ଚିଠିରେ ଉଲ୍ଲେଖ ରହିଛି। ମିଳିଥିବା ସୂଚନା ଅନୁସାରେ, ଯାଜପୁରରେ ଝାଡ଼ାବାନ୍ତି ବ୍ୟାପୁଥିବା ଯୋଗୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସୋମବାର ସ୍ବାସ୍ଥ୍ୟ ସଚିବ ଆଶ୍ୱତି […] The post କାର୍ଯ୍ୟରେ ଅବହେଳା: ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ସସ୍ପେଣ୍ଡ appeared first on Dharitri Odia News.
ଧର୍ମଶାଳା,୧୮।୬(ଶିବ ପ୍ରସାଦ ମହାନ୍ତି): ଯାଜପୁରରେ ବ୍ୟାପୁଛି ଝାଡ଼ାବାନ୍ତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ଥିତି ଗମ୍ଭୀର ରହିଛି। ଏଭଳି ସ୍ଥିତିରେ କାର୍ଯ୍ୟରେ ଅବହେଳା ଲାଗି ଜଣେ ଡାକ୍ତରଙ୍କୁ ସସପେଣ୍ଡ କରାଯାଇଛି। ସେ ହେଲେ ଡା. ହେମନ୍ତ କୁମାର ମହାରଣା। ତାଙ୍କ ବିରୁଦ୍ଧରେ ଏକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନିଲମ୍ବନ କରାଯାଇ ଥିବା ଚିଠିରେ ଉଲ୍ଲେଖ ରହିଛି।
ମିଳିଥିବା ସୂଚନା ଅନୁସାରେ, ଯାଜପୁରରେ ଝାଡ଼ାବାନ୍ତି ବ୍ୟାପୁଥିବା ଯୋଗୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସୋମବାର ସ୍ବାସ୍ଥ୍ୟ ସଚିବ ଆଶ୍ୱତି ଏସ୍ ଅଚାନକ ପରିଦର୍ଶନ କରିଥିଲେ। ସେ ମେଡିକାଲର ପରିବେଶ ସହ ଔଷଧ, ଇଞ୍ଜେକ୍ସନ ଯୋଗାଇ ଦେବା ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେହି ସମୟରେ ଉପସ୍ଥିତି ଡାକ୍ତରଙ୍କୁ ମଧ୍ୟ ତାଗିଦ କରିଥିଲେ। ଏହାର ଏହି ଘଟଣାକୁ ନେଇ କାର୍ଯ୍ୟନୁଷ୍ଠାନ ନିଆଯାଇଥିବା ଆଲୋଚନା ହେଉଛି।
The post କାର୍ଯ୍ୟରେ ଅବହେଳା: ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ସସ୍ପେଣ୍ଡ appeared first on Dharitri Odia News.