କାର୍ଯ୍ୟରେ ଯୋଗଦେଲେ ଜୁନିୟର ଡାକ୍ତର: ଓପିଡି କରିବେ ନାହିଁ, ୭ ଦିନ ପୁଣି ଅପେକ୍ଷା…
କୋଲକାତା,୨୧ା୯: କୋଲକାତାର ଆର୍.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ୪୨ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିବା ପଶ୍ଚିମବଙ୍ଗ ସରକାରୀ ହସ୍ପିଟାଲଗୁଡ଼ିକର ଜୁନିୟର ଡାକ୍ତରମାନେ ଶନିବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ତେବେ ସେମାନେ କେବଳ ଜରୁରୀକାଳୀନ ଚିକିତ୍ସା ଡ୍ୟୁଟିରେ ଯୋଗ ଦେଇଥିବା ବେଳେ ବହିର୍ବିଭାଗ ରୋଗୀ ସେବା (ଓପିଡି) କରିବେ ନାହିଁ ବୋଲି କହିଛନ୍ତି। ଡାକ୍ତରମାନଙ୍କ ଯୋଗଦାନ ଫଳରେ ବିଭିନ୍ନ ସରକାରୀ ହସ୍ପିଟାଲରେ ଜରୁରୀ ସେବା […] The post କାର୍ଯ୍ୟରେ ଯୋଗଦେଲେ ଜୁନିୟର ଡାକ୍ତର: ଓପିଡି କରିବେ ନାହିଁ, ୭ ଦିନ ପୁଣି ଅପେକ୍ଷା… appeared first on Dharitri Odia News.
କୋଲକାତା,୨୧ା୯: କୋଲକାତାର ଆର୍.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ୪୨ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିବା ପଶ୍ଚିମବଙ୍ଗ ସରକାରୀ ହସ୍ପିଟାଲଗୁଡ଼ିକର ଜୁନିୟର ଡାକ୍ତରମାନେ ଶନିବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ତେବେ ସେମାନେ କେବଳ ଜରୁରୀକାଳୀନ ଚିକିତ୍ସା ଡ୍ୟୁଟିରେ ଯୋଗ ଦେଇଥିବା ବେଳେ ବହିର୍ବିଭାଗ ରୋଗୀ ସେବା (ଓପିଡି) କରିବେ ନାହିଁ ବୋଲି କହିଛନ୍ତି। ଡାକ୍ତରମାନଙ୍କ ଯୋଗଦାନ ଫଳରେ ବିଭିନ୍ନ ସରକାରୀ ହସ୍ପିଟାଲରେ ଜରୁରୀ ସେବା ସ୍ବାଭାବିକ ହୋଇଛି। ସରକାର ଦେଇଥିବା ପ୍ରତିଶ୍ରୁତି କେତେଦୂର କାର୍ଯ୍ୟକାରୀ କରୁଛନ୍ତି, ସେଥିପାଇଁ ଡାକ୍ତରମାନେ ୭ ଦିନ ଅପେକ୍ଷା କରିବେ। ଏହି ସମୟ ମଧ୍ୟରେ ଯଦି ଦାବି ପୂରଣ ନ ହୁଏ, ତେବେ ସେମାନେ ପୁନର୍ବାର କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିବେ ବୋଲି କହିଛନ୍ତି।
ବଳାତ୍କାର ଓ ହତ୍ୟା ଘଟଣା ସହ ସମ୍ପୃକ୍ତ ଆର୍.ଜି. କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍ ଘୋଷଙ୍କ ସହ ଘନିଷ୍ଠ ସମ୍ପର୍କ ରଖିଥିବା ଅନ୍ୟ ଜଣେ ଡାକ୍ତରଙ୍କୁ ସିବିଆଇ ଅଧିକାରୀମାନେ ଶନିବାର ପଚରାଉଚରା କରିଛନ୍ତି। ବିରୁପାକ୍ଷ ବିଶ୍ୱାସ ନାମକ ଏହି ଡାକ୍ତରଙ୍କୁ ସ୍ବାସ୍ଥ୍ୟ ବିଭାଗ ନିକଟରେ ବର୍ଦ୍ଧମାନ ମେଡିକାଲ କଲେଜ ଓ ହସ୍ପିଟାଲରୁ ଦକ୍ଷିଣ ୨୪ ପ୍ରଗଣାର କାକଦ୍ୱୀପ ହସ୍ପିଟାଲକୁ ବଦଳି କରିଥିଲା। ଅଗଷ୍ଟ ୯ ତାରିଖରେ ମହିଳା ଡାକ୍ତରଙ୍କ ମୃତଦେହ ହସ୍ପିଟାଲରୁ ମିଳିବା ବେଳେ ବିଶ୍ୱାସ ସେଠାରେ ଥିଲେ ବୋଲି ସିବିଆଇ କହିଛି।
The post କାର୍ଯ୍ୟରେ ଯୋଗଦେଲେ ଜୁନିୟର ଡାକ୍ତର: ଓପିଡି କରିବେ ନାହିଁ, ୭ ଦିନ ପୁଣି ଅପେକ୍ଷା… appeared first on Dharitri Odia News.