କାଲି ଜାଳିଥିଲା, ଆଜି ବି ଜାଳୁଛି

ଭୁବନେଶ୍ୱର,୩୦ା୫: ରାଜ୍ୟରେ ଗୁରୁବାର ଅନୁଭୂତ ହେଉଛି ଅସହ୍ୟ ତାତି। ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ହେଉଥିବା ବେଳେ ଉପକୂଳରେ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ସକାଳ ସାଢ଼େ ୮ଟାରେ ତାପମାତ୍ରା ୩୯ ଡିଗ୍ରୀ ଥିବାବେରେ ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ମଧ୍ୟାହ୍ନ ସୁଦ୍ଧା  ରାଜଧାନୀରେ ତାପମାତ୍ରା  ୪୩ ଡିଗ୍ରୀରେ ପହଞ୍ଚିଛି। ସେହିପରି ଟିଟିଲାଗଡ଼ାରେ ୩୮ ଡିଗ୍ରୀ, ବଲାଙ୍ଗୀରରେ ୩୭.୪, ସୋନପୁର ଓ ଝାରସୁଗୁଡ଼ାରେ ୩୬.୬ ଡିଗ୍ରୀ, ହୀରାକୁଦରେ ୩୬.୪ […] The post କାଲି ଜାଳିଥିଲା, ଆଜି ବି ଜାଳୁଛି appeared first on Dharitri Odia News.

କାଲି ଜାଳିଥିଲା, ଆଜି ବି ଜାଳୁଛି

ଭୁବନେଶ୍ୱର,୩୦ା୫: ରାଜ୍ୟରେ ଗୁରୁବାର ଅନୁଭୂତ ହେଉଛି ଅସହ୍ୟ ତାତି। ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ହେଉଥିବା ବେଳେ ଉପକୂଳରେ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ସକାଳ ସାଢ଼େ ୮ଟାରେ ତାପମାତ୍ରା ୩୯ ଡିଗ୍ରୀ ଥିବାବେରେ ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ମଧ୍ୟାହ୍ନ ସୁଦ୍ଧା  ରାଜଧାନୀରେ ତାପମାତ୍ରା  ୪୩ ଡିଗ୍ରୀରେ ପହଞ୍ଚିଛି।

ସେହିପରି ଟିଟିଲାଗଡ଼ାରେ ୩୮ ଡିଗ୍ରୀ, ବଲାଙ୍ଗୀରରେ ୩୭.୪, ସୋନପୁର ଓ ଝାରସୁଗୁଡ଼ାରେ ୩୬.୬ ଡିଗ୍ରୀ, ହୀରାକୁଦରେ ୩୬.୪ ଡିଗ୍ରୀ, ସମ୍ବଲପୁରରେ ୩୬.୨ ଡିଗ୍ରୀ ଓ ବୌଦ୍ଧରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ରାଉରକେଲାରେ ୩୫.୪ ଡିଗ୍ରୀ, ବରଗଡ଼ରେ ୩୫.୪ ଡିଗ୍ରୀ, ତାଳଚେରରେ ୩୪.୪ ଡିଗ୍ରୀ ଏବଂ ସୁନ୍ଦରଗଡ଼ରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

The post କାଲି ଜାଳିଥିଲା, ଆଜି ବି ଜାଳୁଛି appeared first on Dharitri Odia News.