କାଲି ବାଜିବ ସାଧାରଣ ନିର୍ବାଚନ ବିଗୁଲ୍

୨୦୨୪ ସାଧାରଣ ନିର୍ବାଚନ ତାରିଖ ଘୋଷଣା କାଉଣ୍ଟଡାଉନ୍ ଆରମ୍ଭ। ଆସନ୍ତାକାଲି ଅପରାହ୍ନ ୩ଟାରେ ବିସ୍ତୃତ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିବେ ECI।

କାଲି ବାଜିବ ସାଧାରଣ ନିର୍ବାଚନ ବିଗୁଲ୍

କାଲି ବାଜିବ ୨୦୨୪ ନିର୍ବାଚନ ବିଗୁଲ୍। ପ୍ରଥମ ପର୍ଯ୍ୟାୟ ଇଲେକ୍ସନ କେବେ ? କେତେଟି ପର୍ଯ୍ୟାୟରେ ଏଥର ହେବ ମତଦାନ ?ଭୋଟ୍ ସରିବାର କେତେ ଦିନ ପରେ କାଉଣ୍ଟିଂ ? ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏସବୁର ସ୍ପଷ୍ଟ ଉତ୍ତର ମିଳିଯିବ ଶନିବାର ଅପରାହ୍ନ ୩ଟାରେ। ତେବେ ଗତଥର ଭଳି ଏଥର ବି ସବୁ ଲୋକସଭା ଆସନ ସହ ଓଡ଼ିଶା, ଅରୁଣାଚଳ ପ୍ରଦେଶ, ଆନ୍ଧ୍ର ଓ ସିକିମ୍ ଆସେମ୍ଲି ପାଇଁ ଏକାସାଙ୍ଗେ ଇଲେକ୍ସନ ହେବ ନା ଜାମ୍ମୁ ଓ କାଶ୍ମୀର ବି ମିଶିବ ତାକୁ ନେଇ ଚାଲିଛି କଳ୍ପନାଜଳ୍ପନା ।