କାଲି ଭାଙ୍ଗିବନି ବୈକୁଣ୍ଠ ଧାମ, ହାଇକୋର୍ଟ ଦେଲେ ଗୁରୁତ୍ଵପୂର୍ଣ୍ଣ ରାୟ

ଭୁବନେଶ୍ବର: ଭଙ୍ଗାଯିବନି ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମ। ଶୁକ୍ରବାର ମାନ୍ୟବର ହାଇକୋର୍ଟ ବୈକୁଣ୍ଠଧାମ ଆଶ୍ରମ ଉଚ୍ଛେଦ ଉପରେ ରହିତାଦେଶ ଲଗାଇଛନ୍ତି। କୋର୍ଟଙ୍କ ଆଦଶ ଅନୁଯାୟୀ, ଡିସେମ୍ବର ୧୨ ଯାଏଁ ଭାଙ୍ଗି ଆଶ୍ରମ ଭାଙ୍ଗିପାରିବେନି BDA, BMC । ଡିସେମ୍ବର ୧୨ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି ।ସୂଚନାଥାଉକି, ବେଆଇନ ନିର୍ମାଣ ଅଭିଯୋଗ ପରେ ବୈକୁଣ୍ଠଧାମ ଆଶ୍ରମ ଭାଙ୍ଗିବାକୁ ଘୋଷଣା କରିଥିଲା ବିଡିଏ। ଆଶ୍ରମ ଶୁକ୍ରବାର ଉଚ୍ଛେଦ ହୋଇଥାନ୍ତା। ଏମିତିକି ଆଶ୍ରମ ଆଗରେ ବିଡିଏ ଏନଫୋର୍ସମେଣ୍ଟ ଟିମ୍ ମାଇକ୍ ଯୋଗେ ଘୋଷଣା ମଧ୍ୟ କରିଥିଲା। ଏହା ସହ ଆଶ୍ରମ ଭିତରେ ଥିବା ସାମଗ୍ରୀ ମଧ୍ୟ କାଢି ନେବାକୁ ଘୋଷଣା କରିଥିଲା ଏନଫୋର୍ସମେଣ୍ଟ ଟିମ୍ । ଆଉ ଏହାକୁ ଚାଲେଞ୍ଜ କରିଥିଲେ ଆଶ୍ରମ କର୍ତ୍ତୃପକ୍ଷ।ଉଲ୍ଲେଖଯୋଗ୍ୟ, ଏହି ଆଶ୍ରମ ନିର୍ମାଣ କରିଥିଲେ ଆତ୍ମଘୋଷିତ ବାବା କାଶୀନାଥ ମିଶ୍ର। ବଡ଼ କଥା ହେଲା କାଶୀନାଥ ନିଜ ପୁଅକୁ କଳକୀ ଅବତାର ସଜାଇ ପୂଜା କରାଉଥିଲେ। ତାଙ୍କୁ ଠାକୁର ବୋଲି କହୁଥିଲେ।  ଏମିତିକି ଏକ ଭାଇରାଲ ଭିଡିଓରେ ପୁଅ ପାଦ ତଳେ ତୁଳସୀ ରଖାଯାଇଥିବାରୁ ମଧ୍ୟ ଦେଖିବାକୁ ମିଳିନଥିଲା। ଯାହା ସାମନାକୁ ଆସିବା ପରେ ଚହଳ ପକାଇଥିଲା। ଘଟଣାକୁ ନେଇ ବିବାଦ ଦେଖାଦେଇଛି। ବାବା ଏବଂ ତାଙ୍କ ପୁଅ କେଉଁଆଡେ ଫେରାର ହୋଇଯାଇଛନ୍ତି। ଆଶ୍ରମରୁ ଦାମୀ ବାଇକ୍ ଏବଂ ଚାରିଚକିଆ ମିଳିଥିଲା। ଯାହାପରେ ଆଶ୍ରମ ବେଆଇନ ଭାବରେ ସରକା

କାଲି ଭାଙ୍ଗିବନି ବୈକୁଣ୍ଠ ଧାମ, ହାଇକୋର୍ଟ ଦେଲେ ଗୁରୁତ୍ଵପୂର୍ଣ୍ଣ ରାୟ

ଭୁବନେଶ୍ବର: ଭଙ୍ଗାଯିବନି ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମ। ଶୁକ୍ରବାର ମାନ୍ୟବର ହାଇକୋର୍ଟ ବୈକୁଣ୍ଠଧାମ ଆଶ୍ରମ ଉଚ୍ଛେଦ ଉପରେ ରହିତାଦେଶ ଲଗାଇଛନ୍ତି। କୋର୍ଟଙ୍କ ଆଦଶ ଅନୁଯାୟୀ, ଡିସେମ୍ବର ୧୨ ଯାଏଁ ଭାଙ୍ଗି ଆଶ୍ରମ ଭାଙ୍ଗିପାରିବେନି BDA, BMC । ଡିସେମ୍ବର ୧୨ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି ।

ସୂଚନାଥାଉକି, ବେଆଇନ ନିର୍ମାଣ ଅଭିଯୋଗ ପରେ ବୈକୁଣ୍ଠଧାମ ଆଶ୍ରମ ଭାଙ୍ଗିବାକୁ ଘୋଷଣା କରିଥିଲା ବିଡିଏ। ଆଶ୍ରମ ଶୁକ୍ରବାର ଉଚ୍ଛେଦ ହୋଇଥାନ୍ତା। ଏମିତିକି ଆଶ୍ରମ ଆଗରେ ବିଡିଏ ଏନଫୋର୍ସମେଣ୍ଟ ଟିମ୍ ମାଇକ୍ ଯୋଗେ ଘୋଷଣା ମଧ୍ୟ କରିଥିଲା। ଏହା ସହ ଆଶ୍ରମ ଭିତରେ ଥିବା ସାମଗ୍ରୀ ମଧ୍ୟ କାଢି ନେବାକୁ ଘୋଷଣା କରିଥିଲା ଏନଫୋର୍ସମେଣ୍ଟ ଟିମ୍ । ଆଉ ଏହାକୁ ଚାଲେଞ୍ଜ କରିଥିଲେ ଆଶ୍ରମ କର୍ତ୍ତୃପକ୍ଷ।

ଉଲ୍ଲେଖଯୋଗ୍ୟ, ଏହି ଆଶ୍ରମ ନିର୍ମାଣ କରିଥିଲେ ଆତ୍ମଘୋଷିତ ବାବା କାଶୀନାଥ ମିଶ୍ର। ବଡ଼ କଥା ହେଲା କାଶୀନାଥ ନିଜ ପୁଅକୁ କଳକୀ ଅବତାର ସଜାଇ ପୂଜା କରାଉଥିଲେ। ତାଙ୍କୁ ଠାକୁର ବୋଲି କହୁଥିଲେ।  ଏମିତିକି ଏକ ଭାଇରାଲ ଭିଡିଓରେ ପୁଅ ପାଦ ତଳେ ତୁଳସୀ ରଖାଯାଇଥିବାରୁ ମଧ୍ୟ ଦେଖିବାକୁ ମିଳିନଥିଲା। ଯାହା ସାମନାକୁ ଆସିବା ପରେ ଚହଳ ପକାଇଥିଲା। ଘଟଣାକୁ ନେଇ ବିବାଦ ଦେଖାଦେଇଛି। ବାବା ଏବଂ ତାଙ୍କ ପୁଅ କେଉଁଆଡେ ଫେରାର ହୋଇଯାଇଛନ୍ତି। ଆଶ୍ରମରୁ ଦାମୀ ବାଇକ୍ ଏବଂ ଚାରିଚକିଆ ମିଳିଥିଲା। ଯାହାପରେ ଆଶ୍ରମ ବେଆଇନ ଭାବରେ ସରକାରୀ ଜମିରେ ତିଆରି ହୋଇଥିବାନେଇ ଅଭିଯୋଗ ଆସିଥିଲା। ଆଉ ଜି.ଏ. ଏବଂ ବିଡ଼ିଏ ଅଧିକାରୀଙ୍କ ଉପସ୍ଥିତିରେ ଆଶ୍ରମର ମାପଚୁପ ପରେ ଏହା ସରକାରୀ ଜମିରେ ତିଆରି ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ହୋଇଥିଲା।