କାଲି ରାତିରେ ଘଟିବ ବଡ଼ ଘଟଣା, ଭୟ ବଢ଼ାଇଲା ଡୋନାଲ୍ଡ ଟ୍ରମ୍ପଙ୍କ ପୋଷ୍ଟ
ୱାସିଂଟନ ୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରାୟତଃ ବିବାଦୀୟ ବୟାନ ଓ ଅପ୍ରତ୍ୟାଶିତ ଘୋଷଣା ଲାଗି ଜଣା ଯାଆନ୍ତି। ଏହି କ୍ରମରେ ସୋମବାର ତାଙ୍କର ଏକ ରହସ୍ୟମୟ ସୋସିଆଲ ମିଡିଆ ପୋଷ୍ଟ ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେ ଲେଖିଛନ୍ତି ‘କାଲି ରାତିରେ କିଛି ବଡ଼ ଘଟିବ,ମୁଁ ସତ କହିଦେବି’। ତାଙ୍କର ଏହି ପୋଷ୍ଟ ପରେ ରାଜନୈତିକ ଅଳିନ୍ଦରେ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ତାଙ୍କର ଏହି ନୂଆ ପୋଷ୍ଟ ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକା ଓ ୟୁକ୍ରେନ ମଧ୍ୟରେ ଉତ୍ତେଜନା ବଢିକି ରହିଛି ଓ ବ୍ରିଟେନ ଖୋଲାଖାଲି ୟୁକ୍ରେନ ପ୍ରତି ନିଜର ସମର୍ଥନ ଘୋଷଣା କରିଛି। ଟ୍ରମ୍ପଙ୍କ ଏହି ପୋଷ୍ଟକୁ ନେଇ ଆମେରିକା ଓ ବୈଶ୍ୱିକ ରାଜନୀତିରେ ଚର୍ଚ୍ଚାର ପର୍ବ ଆରମ୍ଭ ହୋଇଯାଇଛି। ଟ୍ରମ୍ପ ମଙ୍ଗଳବାର ରାତିରେ ୟୁଏସ ହାଉସ୍ ଚାମ୍ବରରେ କଂଗ୍ରେସକୁ ସମ୍ବୋଧିତ କରିବେ। ତେବେ ଏହାକୁ ଅଧିକାରୀକ ଭାବେ ‘ଷ୍ଟେଟ ଅଫ ଦି ୟୁନିୟନ’ କୁହାଯାଉ ନାହିଁ, କାରଣ ଏହି ଶୀର୍ଷକ ପରବର୍ତ୍ତୀ ବାର୍ଷିକ ସମ୍ବୋଧନ ନିମନ୍ତେ ସଂରକ୍ଷିତ ରଖାଯାଇଛି। ତେବେ ଏହି ଭାଷଣ ଟ୍ରମ୍ପଙ୍କ ନିମନ୍ତେ ବର୍ଷକ ଲାଗି ତାଙ୍କର ପ୍ରାଥମିକତା ରେଖାଙ୍କିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷଣ ହେବ। ଟ୍ରମ୍ପ ଏପରି ଏକ ସମୟରେ ଏହି ପୋଷ୍ଟ କରିଛନ୍ତି ଯେତେବେଳେ ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧରେ ଆମେରିକା ଓ ନାଟୋ ଦେଶଙ୍କ ଭୂମିକାକୁ ନେଇ ପ୍ରଥମରୁ ଅସାମଞ୍ଜସ୍ୟତା ଲାଗ
ୱାସିଂଟନ ୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରାୟତଃ ବିବାଦୀୟ ବୟାନ ଓ ଅପ୍ରତ୍ୟାଶିତ ଘୋଷଣା ଲାଗି ଜଣା ଯାଆନ୍ତି। ଏହି କ୍ରମରେ ସୋମବାର ତାଙ୍କର ଏକ ରହସ୍ୟମୟ ସୋସିଆଲ ମିଡିଆ ପୋଷ୍ଟ ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେ ଲେଖିଛନ୍ତି ‘କାଲି ରାତିରେ କିଛି ବଡ଼ ଘଟିବ,ମୁଁ ସତ କହିଦେବି’। ତାଙ୍କର ଏହି ପୋଷ୍ଟ ପରେ ରାଜନୈତିକ ଅଳିନ୍ଦରେ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ତାଙ୍କର ଏହି ନୂଆ ପୋଷ୍ଟ ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକା ଓ ୟୁକ୍ରେନ ମଧ୍ୟରେ ଉତ୍ତେଜନା ବଢିକି ରହିଛି ଓ ବ୍ରିଟେନ ଖୋଲାଖାଲି ୟୁକ୍ରେନ ପ୍ରତି ନିଜର ସମର୍ଥନ ଘୋଷଣା କରିଛି।
ଟ୍ରମ୍ପଙ୍କ ଏହି ପୋଷ୍ଟକୁ ନେଇ ଆମେରିକା ଓ ବୈଶ୍ୱିକ ରାଜନୀତିରେ ଚର୍ଚ୍ଚାର ପର୍ବ ଆରମ୍ଭ ହୋଇଯାଇଛି। ଟ୍ରମ୍ପ ମଙ୍ଗଳବାର ରାତିରେ ୟୁଏସ ହାଉସ୍ ଚାମ୍ବରରେ କଂଗ୍ରେସକୁ ସମ୍ବୋଧିତ କରିବେ। ତେବେ ଏହାକୁ ଅଧିକାରୀକ ଭାବେ ‘ଷ୍ଟେଟ ଅଫ ଦି ୟୁନିୟନ’ କୁହାଯାଉ ନାହିଁ, କାରଣ ଏହି ଶୀର୍ଷକ ପରବର୍ତ୍ତୀ ବାର୍ଷିକ ସମ୍ବୋଧନ ନିମନ୍ତେ ସଂରକ୍ଷିତ ରଖାଯାଇଛି। ତେବେ ଏହି ଭାଷଣ ଟ୍ରମ୍ପଙ୍କ ନିମନ୍ତେ ବର୍ଷକ ଲାଗି ତାଙ୍କର ପ୍ରାଥମିକତା ରେଖାଙ୍କିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷଣ ହେବ।
ଟ୍ରମ୍ପ ଏପରି ଏକ ସମୟରେ ଏହି ପୋଷ୍ଟ କରିଛନ୍ତି ଯେତେବେଳେ ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧରେ ଆମେରିକା ଓ ନାଟୋ ଦେଶଙ୍କ ଭୂମିକାକୁ ନେଇ ପ୍ରଥମରୁ ଅସାମଞ୍ଜସ୍ୟତା ଲାଗି ରହିଛି। ନିକଟରେ ୟୁକ୍ରେନକୁ ବ୍ରିଟେନ ସୈନ୍ୟ ସହାୟତା ଜାରି ରଖିବ ବୋଲି ପ୍ରତିଶ୍ରୁତି ଦେଇଛି। ଏହା ଦ୍ୱାରା ଋଷିଆ ଓ ପାଶ୍ଚାତ୍ୟ ଦେଶଙ୍କ ମଧ୍ୟରେ ଉତ୍ତେଜନା ଆହୁରି ବଢିପାରେ। ଟ୍ରମ୍ପ ପ୍ରଥମରୁ ଜୋ ବାଇଡେନଙ୍କ ବିଦେଶ ନୀତି ଉପରେ ପ୍ରଶ୍ନ ଉଠାଇସାରିଛନ୍ତି ଓ ଆମେରିକାର ଭୂମିକାକୁ କମ କରିବାକୁ ଓକିଲାତି କରୁଛନ୍ତି। ଏଣୁ ଅନୁମାନ କରାଯାଉଛି ତାଙ୍କ ପୋଷ୍ଚ ୟୁକ୍ରେନ ଯୁଦ୍ଧକୁ ନେଇ କୌଣସି ବଡ଼ ଘୋଷଣା ଅଥବା ଆମେରିକୀୟ ରାଜନୀତିର କୌଣସି ନୂଆ ରଣନୀତି ଆଡକୁ ଇଶାରା କରୁଛି।