କାଲି ହାତ ଛାଡ଼ିଥିଲେ, ଆଜି ପଦ୍ମ ଧରିଲେ ଅଶୋକ

ଅଶୋକ ଚୌହାନ ସୋମବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ।

କାଲି ହାତ ଛାଡ଼ିଥିଲେ, ଆଜି ପଦ୍ମ ଧରିଲେ ଅଶୋକ

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଜୋରଦାର ଝଟ୍‌କା। ସୋମବାର କଂଗ୍ରେସରୁ ଇସ୍ତଫା ଦେଇଥିବା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ଆଜି ବିଜେପିରେ ସାମିଲ ହୋଇଛନ୍ତି। ମୁମ୍ବାଇ ଦଳୀୟ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହି ସମୟରେ ମହାରାଷ୍ଟ୍ରର ଡେପୁଟି ସିଏମ୍ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଉପସ୍ଥିତ ଥିଲେ।

ଅଶୋକ ଚୌହାନ ସୋମବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସେହି ସମୟ ସେ ବିଜେପିରେ ଯୋଗଦେବେ ବୋଲି ଅନୁମାନ କରାଯାଉଥିଲା। ବିଜେପିରୁ ଅଶୋକ ରାଜ୍ୟସଭା ପ୍ରାର୍ଥୀ ହୋଇପାରନ୍ତି। ସେହିଭଳି ଅଶୋକଙ୍କ ସହ କଂଗ୍ରେସର କିଛି ବିଧାୟକ ମଧ୍ୟ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି।

ପୂର୍ବରୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ କହିଥିଲେ, ସେ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗଦେବେ। ଆଜି ମୋ ଜୀବନରେ ଏକ ନୂତନ ରାଜନୈତିକ କ୍ୟାରିୟରର ଆରମ୍ଭ ହେବ।

ଅଶୋକ ବିଜେପିରେ ସାମିଲ ହେବା ପରେ କଂଗ୍ରେସକୁ ବଡ ଝଟକା ଲାଗିଛି। କାରଣ ନିଜ ଗୃହ ଜିଲ୍ଲା ନାଦେଣ୍ଡ ସମେତ ଏହାର ପାଖ ନିର୍ବାଚନମଣ୍ଡଳୀରେ ମଧ୍ୟ ଅଶୋକଙ୍କର ପତିଆରା ଯଥେଷ୍ଟ ଅଧିକ ରହିଛି। ମହାରାଷ୍ଟ୍ର କଂଗ୍ରେସର ଅଶୋକ ଥିଲେ ଜଣେ ଜଣାଶୁଣା ଚେହେରା। ମୋଦି ଲହର ସତ୍ତ୍ୱେ ସେ ୨୦୧୪ରେ ନନ୍ଦେଡ ଆସନରୁ କଂଗ୍ରେସକୁ ବିଜୟୀ କରାଇଥିଲେ। ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ଅଶୋକ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । କିନ୍ତୁ ଆଦର୍ଶ ଦୁର୍ନୀତିରେ ତାଙ୍କ ନିଁ ଉଠିବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲା।