କାଲି ହେବକି ଅନୁଭବ ଜାଗୃତିଙ୍କ ନିର୍ବନ୍ଧ, ବାହାଘର ହେବ….

ଭୁବନେଶ୍ୱର,୫।୩: ଓଲିଉଡ ସୁପରଷ୍ଟାର ତଥା ପୂର୍ବତନ ଲୋକସଭା ଏମ୍‌ପି ଅନୁଭବ ମହାନ୍ତି ପୁଣି ଥରେ ହାତକୁ ଦୁଇହାତ ହେବାକୁ ଯାଉଛନ୍ତି। ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି ଅନୁଭବ । ରାତି ପାହିଲେ ନିର୍ବନ୍ଧ ଆଉ ୧୧ ତାରିଖରେ ବାହାଘର । ଏହାକୁ ନେଇ ପ୍ରାୟ ସବୁଠି ଚର୍ଚ୍ଚା ହେଉଛି। ତେବେ ନିକଟରେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନଙ୍କ ବିବାହ ଏବଂ ବିଜେଡି ନେତା ମନ୍ମଥ ରାଉତରାୟଙ୍କ ବିବାହ ଚର୍ଚ୍ଚାର ଶିରୋନାମା ପାଲଟିଥିଲା। ବର୍ତ୍ତମାନ ନେତା ସାଙ୍ଗକୁ ଅଭିନେତା […] The post କାଲି ହେବକି ଅନୁଭବ ଜାଗୃତିଙ୍କ ନିର୍ବନ୍ଧ, ବାହାଘର ହେବ…. appeared first on Dharitri Odia News.

କାଲି ହେବକି ଅନୁଭବ ଜାଗୃତିଙ୍କ ନିର୍ବନ୍ଧ, ବାହାଘର ହେବ….

ଭୁବନେଶ୍ୱର,୫।୩: ଓଲିଉଡ ସୁପରଷ୍ଟାର ତଥା ପୂର୍ବତନ ଲୋକସଭା ଏମ୍‌ପି ଅନୁଭବ ମହାନ୍ତି ପୁଣି ଥରେ ହାତକୁ ଦୁଇହାତ ହେବାକୁ ଯାଉଛନ୍ତି। ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି ଅନୁଭବ । ରାତି ପାହିଲେ ନିର୍ବନ୍ଧ ଆଉ ୧୧ ତାରିଖରେ ବାହାଘର । ଏହାକୁ ନେଇ ପ୍ରାୟ ସବୁଠି ଚର୍ଚ୍ଚା ହେଉଛି।

ତେବେ ନିକଟରେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନଙ୍କ ବିବାହ ଏବଂ ବିଜେଡି ନେତା ମନ୍ମଥ ରାଉତରାୟଙ୍କ ବିବାହ ଚର୍ଚ୍ଚାର ଶିରୋନାମା ପାଲଟିଥିଲା। ବର୍ତ୍ତମାନ ନେତା ସାଙ୍ଗକୁ ଅଭିନେତା ଅନୁଭବ ମହାନ୍ତିଙ୍କ ବିବାହ ହେଉଥିବା ନେଇ ଚର୍ଚ୍ଚା ହେଉଛି । ମାର୍ଚ୍ଚ ୬ ତାରିଖ ଗୁରୁବାର ଅନୁଭବ ମହାନ୍ତି ଏବଂ ଜାଗୃତି ଶୁକ୍ଳାଙ୍କ ନିର୍ବନ୍ଧ ହେବାକୁ ଯାଉଥିବା କୁହାଯାଉଛି । ଏହା ସହିତ ମାର୍ଚ୍ଚ ୧୧ ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ମଧ୍ୟ ଚର୍ଚ୍ଚା ହେଉଛି। ଅବଶ୍ୟ ଏ ନେଇ ଅନୁଭବ କିମ୍ବା ଜାଗୃତିଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

The post କାଲି ହେବକି ଅନୁଭବ ଜାଗୃତିଙ୍କ ନିର୍ବନ୍ଧ, ବାହାଘର ହେବ…. appeared first on Dharitri Odia News.