କାଲିଠୁ କମିବ ବର୍ଷା
ଭୁବନେଶ୍ୱର,୨୧।୧୨: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେବା ପରେ ରବିବାରଠାରୁ ବର୍ଷାର ପରିମାଣ କମିବ । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାପାତ୍ର ଶନିବାର ସୂଚନା ଦେଇଛନ୍ତି। ଅବପାତ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଦୁର୍ବଳ ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଲଘୁଚାପ ପ୍ରଭାବରେ ଶୁକ୍ରବାରଠାରୁ ରାଜ୍ୟରେ ବର୍ଷା ଜାରି ରହିଛି। ଶନିବାର ମଧ୍ୟ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର […] The post କାଲିଠୁ କମିବ ବର୍ଷା appeared first on Dharitri Odia News.
ଭୁବନେଶ୍ୱର,୨୧।୧୨: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେବା ପରେ ରବିବାରଠାରୁ ବର୍ଷାର ପରିମାଣ କମିବ । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାପାତ୍ର ଶନିବାର ସୂଚନା ଦେଇଛନ୍ତି। ଅବପାତ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଦୁର୍ବଳ ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଲଘୁଚାପ ପ୍ରଭାବରେ ଶୁକ୍ରବାରଠାରୁ ରାଜ୍ୟରେ ବର୍ଷା ଜାରି ରହିଛି। ଶନିବାର ମଧ୍ୟ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ୨୪ ଘଣ୍ଟାରେ ଖୋର୍ଦ୍ଧାରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।
ପାଣିପାଗ କେନ୍ଦ୍ର ସୂଚନା ମୁତାବକ, ଖୋର୍ଦ୍ଧାରେ ସର୍ବାଧିକ ୭୫ମି.ମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଜଗତସିଂହପୁରରେ ୬୧.୨, ପାରାଦୀପରେ ୬୧.୧, ଗୋପାଳପୁରରେ ୫୮.୬ ମିମି ପାରଳାଖେମୁଣ୍ଡି ୫୩ ମିଲିମିଟର ବର୍ଷା ହୋଇଛି। ସେହିପରି ଛତ୍ରପୁରରେ ୫୧.୮, ଭୁବନେଶ୍ୱର ୫୧.୬, ନୟାଗଡ଼ ୪୯, ପୁରୀରେ ୪୦.୫, ରାୟଗଡ଼ାରେ ୩୫.୬, କଟକ ୩୩.୪ ଏବଂ ଦାରିଙ୍ଗିବାଡ଼ିରେ ୩୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
The post କାଲିଠୁ କମିବ ବର୍ଷା appeared first on Dharitri Odia News.