କାଲିପୋଇରେ ବଧୂହତ୍ୟା ଅଭିଯୋଗ, ୩ ଗିରଫ
କଳାପଥର (ବାଙ୍କୀ ):କଟକ ଜିଲା ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ କାଲିପୋଇ ଗ୍ରାମ ଗୌଡ଼ ସାହିରେ ଜଣେ ଵିଭାହିତାଙ୍କୁ ଅଧିକ ଯୌତୁକ ଦାବିରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ସ୍ବାମୀ, ଶାଶୁ ଓ ଶ୍ବଶୁରଙ୍କୁ ଗିରଫ କରାଯାଇଛିବୋଲି ବୈଦେଶ୍ବର ପୁଲିସ ସୂଚନା ଦେଇଛି। କାଲିପୋଇ ଗ୍ରାମର ଗଙ୍ଗାଧର ବେହେରାଙ୍କ ପୁଅ ନିରଞ୍ଜନ ବେହେରା ୩ବର୍ଷ ତଳେ ସେ ବଡ଼ମ୍ବା ଥାନା ଗୋପୀନାଥପୁର ଗ୍ରାମର ଫକିର ନାୟକଙ୍କ ଝିଅ ପାର୍ବତୀ ନାୟକଙ୍କୁ ଦ୍ବିତୀୟ ବିବାହ କରିଥିଲେ। ବିବାହ […]

ଅଭିଯୋଗକୁ ଆଧାର କରି ଥାନା ଅଧିକାରୀ ପ୍ରିୟ ରଞ୍ଜନ ସେଠୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ମୃତଦେହ ଜବତ କରିବା ସହ ବ୍ୟବଛେଦ ପାଇଁ ବାଙ୍କୀ ଉପଖଣ୍ଡ ଚିକତ୍ସାଳୟ କୁ ପଠାଇଛନ୍ତି। ପାର୍ବତୀ ର ସ୍ବାମୀ ନିରଞ୍ଜନ ବେହେରା, ଶାଶୁ ପ୍ରମିଳା ବେହେରା ଓ ଶଶୁର ଗଙ୍ଗାଧର ବେହେରଙ୍କୁ ଅଟକ ରଖି ପୁଲିସ ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଛେଦ ରିପୋର୍ଟ ଆସବା ପରେ ମୃତ୍ୟୁ ର କାରଣ ଜଣାପଡିବ ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି।