କାଲିଫର୍ନିଆରେ ନାଭାଲ୍‌ନିଙ୍କ ପରିବାରକୁ ଭେଟିଲେ ବାଇଡେନ୍‌

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଗୁରୁବାର କାଲିଫର୍ନିଆରେ ପୁଟିନ୍‌ ସମାଲୋଚକ ଏଲେକ୍ସି ନାଭାଲ୍‌ନିଙ୍କ ସ୍ତ୍ରୀ ଓ ଝିଅଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ଗତ ୧୬ ତାରିଖରେ ରୁଷିଆ ଜେଲରେ ନାଭାଲ୍‌ନିଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ଘଟିଥିଲା। ନାଭାଲ୍‌ନିଙ୍କ ମୃତଦେହ ତାଙ୍କ ପରିବାରକୁ ଏପର୍ଯ୍ୟନ୍ତ ହସ୍ତାନ୍ତର କରାଯାଇ ନାହିଁ। ଏଥିଯୋଗୁଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ ତାଙ୍କୁ ତାଙ୍କୁ ହତ୍ୟା କରାଇଛନ୍ତି ବୋଲି ବାଇଡେନ୍‌ ପୂର୍ବରୁ କହିଆସିଛନ୍ତି। ନାଭାଲ୍‌ନିଙ୍କ ବିଧବା ସ୍ତ୍ରୀ ୟୁଲିଆ ନାଭାଲ୍‌ନାୟା ଏବଂ ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟିରେ […] The post କାଲିଫର୍ନିଆରେ ନାଭାଲ୍‌ନିଙ୍କ ପରିବାରକୁ ଭେଟିଲେ ବାଇଡେନ୍‌ appeared first on Dharitri Odia News.

କାଲିଫର୍ନିଆରେ ନାଭାଲ୍‌ନିଙ୍କ ପରିବାରକୁ ଭେଟିଲେ ବାଇଡେନ୍‌

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଗୁରୁବାର କାଲିଫର୍ନିଆରେ ପୁଟିନ୍‌ ସମାଲୋଚକ ଏଲେକ୍ସି ନାଭାଲ୍‌ନିଙ୍କ ସ୍ତ୍ରୀ ଓ ଝିଅଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ଗତ ୧୬ ତାରିଖରେ ରୁଷିଆ ଜେଲରେ ନାଭାଲ୍‌ନିଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ଘଟିଥିଲା। ନାଭାଲ୍‌ନିଙ୍କ ମୃତଦେହ ତାଙ୍କ ପରିବାରକୁ ଏପର୍ଯ୍ୟନ୍ତ ହସ୍ତାନ୍ତର କରାଯାଇ ନାହିଁ। ଏଥିଯୋଗୁଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ ତାଙ୍କୁ ତାଙ୍କୁ ହତ୍ୟା କରାଇଛନ୍ତି ବୋଲି ବାଇଡେନ୍‌ ପୂର୍ବରୁ କହିଆସିଛନ୍ତି। ନାଭାଲ୍‌ନିଙ୍କ ବିଧବା ସ୍ତ୍ରୀ ୟୁଲିଆ ନାଭାଲ୍‌ନାୟା ଏବଂ ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟିରେ ପଢ଼ୁଥିବା ତାଙ୍କ ଝିଅ ଡସାଙ୍କ ସହ ରାଷ୍ଟ୍ରପତି ବାଇଡେନ୍‌ଙ୍କ ଆବେଗପୂର୍ଣ୍ଣ ଫଟୋକୁ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଏକ୍ସ’ରେ ପୋଷ୍ଟ କରାଯାଇଛି।

The post କାଲିଫର୍ନିଆରେ ନାଭାଲ୍‌ନିଙ୍କ ପରିବାରକୁ ଭେଟିଲେ ବାଇଡେନ୍‌ appeared first on Dharitri Odia News.