କାଲିମେଳାରେ ଡାକ୍ତରଙ୍କୁ ମାଓବାଦୀଙ୍କ ଅପହରଣ ଅଭିଯୋଗ
ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ କୁମାର ଭୋଇ ନିଖୋଜ । ଗତରାତିରୁ ସେ ନିଖୋଜ... The post କାଲିମେଳାରେ ଡାକ୍ତରଙ୍କୁ ମାଓବାଦୀଙ୍କ ଅପହରଣ ଅଭିଯୋଗ appeared first on .
ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ କୁମାର ଭୋଇ ନିଖୋଜ । ଗତରାତିରୁ ସେ ନିଖୋଜ ଅଛନ୍ତି। ଡାକ୍ତରଙ୍କ ସରକାରୀ କ୍ଵାର୍ଟର୍ସରୁ ସିପିଆଇ ମାଓବାଦୀ ବୋଲି ଲେଖାଥିବା ଏକ ଚିଠି ମିଳିଛି । ସରକାରୀ କ୍ଵାର୍ଟର୍ସ ଭିତରେ ଡାକ୍ତରଙ୍କ ମୋବଇଲ ଓ ଘର ବାହାରେ ବାଇକ ରହିଥିବା ଦେଖିବାକୁ ମିଳିଛି। ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦକୁ କେନ୍ଦ୍ର କରି ଡାକ୍ତରଙ୍କ ସହ କିଛି ଲୋକଙ୍କର ବଚସା ହୋଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଡାକ୍ତରଙ୍କୁ ଅପହରଣ କରାଯାଇଥିବାର ଅନୁମାନ କରାଯାଉଛି।
ଏସଡିପିଓ ସଚିନ ପଟେଲ ମେଡିକାଲକୁ ଯାଇ ତନାଘନା ଆରମ୍ଭ କରିବା ସହିତ ଚିଠି ଜବତ କରିଛନ୍ତି। ଡାକ୍ତରଙ୍କୁ ମାଓବାଦୀଙ୍କ ନାଁରେ କେହି ଦୁର୍ବୃତ୍ତ ଅପହରଣ କରିଥିବା ସନ୍ଦେହରେ ଖୋଳତାଡ଼ ଚାଲିଛି। ଏହି ଘଟଣା ପରେ ଡାକ୍ତରଙ୍କ ମହଲରେ ଆତଙ୍କ ଖେଳିଯାଇଛି।
The post କାଲିମେଳାରେ ଡାକ୍ତରଙ୍କୁ ମାଓବାଦୀଙ୍କ ଅପହରଣ ଅଭିଯୋଗ appeared first on .