କାଲିମେଳାରେ ଲଜ୍ଜା : ଦଶମୀରେ ଯୁବତୀଙ୍କୁ ଦୁଷ୍କର୍ମ, ପଡ଼ୋଶୀ ଯୁବକଙ୍କ ବିରୋଧରେ ଏତଲା

କାଲିମେଳା : ବିଜୟା ଦଶମୀ ରାତିରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଘରେ କେହି ନଥିବା ବେଳେ ରାତି ଅଧରେ ଜଣେ ବିବାହିତ ଯୁବକ ଯୁବତୀଙ୍କ ଘର ଭିତରେ ପଶି ଜୋରଜବରଦସ୍ତ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମଭି ୮୦ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ପୀଡିତା ଯୁବତୀ ଏନେଇ ମୋଟୁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣାଟି ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ […]

କାଲିମେଳାରେ ଲଜ୍ଜା : ଦଶମୀରେ ଯୁବତୀଙ୍କୁ ଦୁଷ୍କର୍ମ, ପଡ଼ୋଶୀ ଯୁବକଙ୍କ ବିରୋଧରେ ଏତଲା
rape case in malkangiri

କାଲିମେଳା : ବିଜୟା ଦଶମୀ ରାତିରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଘରେ କେହି ନଥିବା ବେଳେ ରାତି ଅଧରେ ଜଣେ ବିବାହିତ ଯୁବକ ଯୁବତୀଙ୍କ ଘର ଭିତରେ ପଶି ଜୋରଜବରଦସ୍ତ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମଭି ୮୦ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ପୀଡିତା ଯୁବତୀ ଏନେଇ ମୋଟୁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣାଟି ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମଭି ୮୦ ଗ୍ରାମରେ ପୀଡିତା ଯୁବତୀଙ୍କ ମା’ଙ୍କ ମୃତ୍ୟୁ ହୋଇସାରିଥିବାବେଳେ ବାପା ରାତିରେ ମାଛ ମାରିବାକୁ ନିକଟସ୍ଥ ପୋଖରୀକୁ ଯାଇଥିଲେ । ସେହି ଗ୍ରାମର ୨୬ ବର୍ଷୀୟ ବିବାହିତ ଯୁବକ ଅଶୋକ ସରକାର ପୀଡିତା ଘରେ ଏକୁଟିଆ ଥିବା ଜାଣି ଦୁଷ୍କର୍ମ କରିଥିବା ନେଇ ଯୁବତୀ ମୋଟୁ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ମୋଟୁ ପୁଲିସ ଡିତାର ମାଲକାନଗିରି ମେଡିକାଲରେ ଡାକ୍ତରୀମାଇନା କରିବା ପରେ ଘଟଣାର ଛାନଭିନ ଆରମ୍ଭ କରିଛି । ସେପଟେ ଦୁଷ୍କର୍ମ କରିଥିବା ଏମଭି ୮୦ ଗ୍ରାମର ୨୬ ବର୍ଷୀୟ ବିବାହିତ ଯୁବକ ଅଶୋକ ସରକାର ଫେରାର ଥିବାର ସୂଚନା ମିଳିଛି ।