କାଳ ବୈଶାଖୀ ରଚିଲା ତାଣ୍ଡବ: ଉପୁଡିଲା ବଡ ବଡ ଗଛ ଓ ବିଦ୍ୟୁତ ଖୁଣ୍ଟ, ଉଡିଲା ଦୋକାନର ଛପର
ପାଟଣା, ୧୫।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ସାହାରପଡା , ଉଖୁଣ୍ଡା ଓ ତୁରୁମୁଙ୍ଗା ଅଞ୍ଚଳରେ ମଙ୍ଗଳବାର ସଂଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କଳା ହାଣ୍ଡିଆ ମେଘ ସାଙ୍ଗକୁ ଘଡ ଘଡି, ବର୍ଷା ପବନ ସାଙ୍ଗକୁ କୁଆ ପଥର ବର୍ଷା ହୋଇଛି। ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡି ପଡିବା ସହ ଘର ଉପରେ ଗଛ ପଡି ଯାଇଛି। ପରିବାର ଲୋକେ ଘର ଭିତରେ ଥିବାବେଳେ ଅଳ୍ପକେ […] The post କାଳ ବୈଶାଖୀ ରଚିଲା ତାଣ୍ଡବ: ଉପୁଡିଲା ବଡ ବଡ ଗଛ ଓ ବିଦ୍ୟୁତ ଖୁଣ୍ଟ, ଉଡିଲା ଦୋକାନର ଛପର appeared first on Dharitri Odia News.
ପାଟଣା, ୧୫।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ସାହାରପଡା , ଉଖୁଣ୍ଡା ଓ ତୁରୁମୁଙ୍ଗା ଅଞ୍ଚଳରେ ମଙ୍ଗଳବାର ସଂଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କଳା ହାଣ୍ଡିଆ ମେଘ ସାଙ୍ଗକୁ ଘଡ ଘଡି, ବର୍ଷା ପବନ ସାଙ୍ଗକୁ କୁଆ ପଥର ବର୍ଷା ହୋଇଛି। ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡି ପଡିବା ସହ ଘର ଉପରେ ଗଛ ପଡି ଯାଇଛି। ପରିବାର ଲୋକେ ଘର ଭିତରେ ଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବାଉଁଶୁଳିରୁ ଉଖୁଣ୍ଡା ଦେଇ ଯାଇଥିବା ଚମ୍ପୁଆ ରାସ୍ତାର ବାରିଆ ନିକଟରେ ରାସ୍ତା ଉପରେ ବଡ ଗଛ ପଡିଥିବାରୁ ରାସ୍ତାରେ ଗାଡି ଚଳାଚଳ ବ୍ୟାଘାତ ହୋଇଥିଲା ।
ସ୍ଥାନୀୟ ଲୋକେ ଜେସିବି ସହୟତାରେ ରାସ୍ତା ଉପରୁ ଗଛକୁ ହଟାଇବା ପରେ ଦୁଇ ଘଣ୍ଟା ପରେ ଉକ୍ତ ରାସ୍ତାରେ ଗାଡି ଚଳାଚଳ ସ୍ବଭାବିକ ହୋଇଥିଲା। ଏଥି ସହ ତୁରୁମୁଙ୍ଗା ହାଇସ୍କୁଲ ନିକଟରେ ବିରାଟ ନିମ୍ବ ଗଛ ପଡିଥିବା ଉକ୍ତ ରାସ୍ତା ଅବରୋଧ ହୋଇଥିଲା । ପାଟଣା ଅଗ୍ନିଶମ ବାହିନୀ ପହଁଞ୍ଚି ଗଛକୁ କାଟି ହଟାଇବା ପରେ ଉକ୍ତ ରାସ୍ତାରେ ଯିବା ଆସିବା ସ୍ବାଭାବିକ ହୋଇଥିଲା। ସେହିପରି ତୁରୁମୁଙ୍ଗା ମନ୍ଦିର ସାହିରେ ତପନ ସାହୁଙ୍କ ଘର ଉପରେ ବିରାଟ କୃଷ୍ଣଚୁଡା ଗଛର ଡାଳ ଭାଙ୍ଗି ପଡିବା ସହ ,ତୁରୁମୁଙ୍ଗା ନାଏକ ସାହିର ବାସନ୍ତୀ ଦେହୁରୀଙ୍କ ଘର ଉପରେ ବିରାଟ ଆମ୍ବ ଗଛ ଖସି ପଡିବାରୁ ଘରଟି ନଷ୍ଟ ହେବା ସହ ଘର ଭିତରେ ଥିବା ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପବନ ଯୋଗୁଁ ତୁରୁମୁଙ୍ଗା ବଜାର ଉପରେ ଥିବା କେତେକ ଦୋକାନର ଆଜବେଷ୍ଟସ ଛପର ଉଡି ଯାଇ ଦୋକାନରେ ଥିବା ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇ ଯାଇଛି। ଏଥି ସହ ତୁରୁମୁଙ୍ଗା ବିଦ୍ୟୁତ ସବ ଷ୍ଟେସନ ର ଟ୍ରାନ୍ସଫର୍ମର ଉପରେ ବିରାଟ ନିମ୍ବ ଗଛ ଡାଳ ଖସି ପଡିବା ସହ ପବନ ଯୋଗୁଁ ତ୍ରିବିନ୍ଦା, ତେନ୍ତୁଳା, ନିହ୍ନୁଆଁ, ତୁରୁମୁଙ୍ଗା ବଜାର ଆଦି ସ୍ଥାନରେ ଅନେକ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବା ସହ ବିଦ୍ୟୁତ ତାର ଛିଣ୍ଡି ଯାଇଛି । ଫଳରେ ଅଞ୍ଚଳରେ ବିଦ୍ୟୁତ ସରବରାହ ବ୍ୟାଘାତ ହୋଇଛି। କୁଆପଥର ମାଡ଼ ରେ ଅଞ୍ଚଳରେ ହୋଇଥିବା ପନି ପରିବା ଚାଷ ବ୍ୟାପକ ଭାବରେ ନଷ୍ଟ ହୋଇଛି । ଖୁବ ଶୀଘ୍ର କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛି।
The post କାଳ ବୈଶାଖୀ ରଚିଲା ତାଣ୍ଡବ: ଉପୁଡିଲା ବଡ ବଡ ଗଛ ଓ ବିଦ୍ୟୁତ ଖୁଣ୍ଟ, ଉଡିଲା ଦୋକାନର ଛପର appeared first on Dharitri Odia News.