କାଳ ବୈଶାଖୀରେ ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ: ଛିଣ୍ଡିଲା ତାର

ଭଦ୍ରକ,୧୬।୩(ସନାତନ ରାଉତ): କାଳ ବୈଶାଖୀ ତାଣ୍ଡବରେ ଭଦ୍ରକ ଜିଲା ବନ୍ତ ବ୍ଲକ ସରମରା ଗ୍ରାମରେ କ୍ଷୟକ୍ଷତି ଘଟିଛି। ଶୁକ୍ରବାର ରାତିରେ ହଠାତ୍‌ ବର୍ଷା ହେବା ସହ ଜୋରରେ ପବନ ବହିଥିଲା। ଫଳରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ତାର ଛିଣ୍ଡି ପଡିବା ସହ ଖୁଣ୍ଟ ଭାଙ୍ଗି ଯାଇଛି। ଏଥିରେ ଅଞ୍ଚଳରେ ୧୨ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲା ବିଦ୍ୟୁତ୍‌ ସେବା ବ୍ୟାହତ ରହିଛି। ଏନେଇ ଲୋକେ ଅସହ୍ୟ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି। ସୌଭାଗ୍ୟ ବଶତଃ ରାତ୍ରିରେ ଏହି ଘଟଣା […] The post କାଳ ବୈଶାଖୀରେ ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ: ଛିଣ୍ଡିଲା ତାର appeared first on Dharitri Odia News.

କାଳ ବୈଶାଖୀରେ ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ: ଛିଣ୍ଡିଲା ତାର

ଭଦ୍ରକ,୧୬।୩(ସନାତନ ରାଉତ): କାଳ ବୈଶାଖୀ ତାଣ୍ଡବରେ ଭଦ୍ରକ ଜିଲା ବନ୍ତ ବ୍ଲକ ସରମରା ଗ୍ରାମରେ କ୍ଷୟକ୍ଷତି ଘଟିଛି। ଶୁକ୍ରବାର ରାତିରେ ହଠାତ୍‌ ବର୍ଷା ହେବା ସହ ଜୋରରେ ପବନ ବହିଥିଲା। ଫଳରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ତାର ଛିଣ୍ଡି ପଡିବା ସହ ଖୁଣ୍ଟ ଭାଙ୍ଗି ଯାଇଛି। ଏଥିରେ ଅଞ୍ଚଳରେ ୧୨ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲା ବିଦ୍ୟୁତ୍‌ ସେବା ବ୍ୟାହତ ରହିଛି। ଏନେଇ ଲୋକେ ଅସହ୍ୟ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି। ସୌଭାଗ୍ୟ ବଶତଃ ରାତ୍ରିରେ ଏହି ଘଟଣା ଘଟିଥିବାରୁ କୌଣସି ମୃତ ଆହତଙ୍କ ଖବର ଆସିନାହିଁ।

ଅନ୍ୟପକ୍ଷେ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ବିଦ୍ୟୁତ୍‌ ତାର ଏବଂ ଖୁଣ୍ଟ ବଦଳା ଯାଉ ନ ଥିବାରୁ ଏହା ଦୁର୍ବଳ ଅବସ୍ଥାରେ ରହିଛି। ଏନେଇ ବିଦ୍ୟୁତ୍‌ ବିଭାଗକୁ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

 

The post କାଳ ବୈଶାଖୀରେ ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ: ଛିଣ୍ଡିଲା ତାର appeared first on Dharitri Odia News.