କାଳ ସାଜିଲା ‘ଚିକେନ ଟିକ୍କା ମସଲା ପ୍ୟାଜ ପିଜ୍ଜା’, ମିଶିଥିଲା ଏପରି ଇନଗ୍ରୀଡିଏନ୍ସ ଚାଲିଗଲା ଜୀବନ

ଇଂଲଣ୍ଡ,୧୧।୧: ସମସ୍ତେ ପ୍ରୋସେସିଙ୍ଗ ବା ଫାଷ୍ଟ ଫୁଡ୍‌ ଖାଇବାକୁ ପସନ୍ଦ କରନ୍ତି। ତା’ଭିତରୁ ବହୁଜଣ ପିଜ୍ଜା ଖାଇବାକୁ ବହୁତ ପସନ୍ଦ କରନ୍ତି। ବିଭିନ୍ନ ଫ୍ଲେଭରର ମିଳୁଥିବା ପିଜ୍ଜା ଏବେ ମାର୍କେଟରେ ଇନଷ୍ଟାଣ୍ଟ ପ୍ରସ୍ତୁତ ହୋଇ ବିକ୍ରି ହେଉଛି। ନିକଟରେ ଜଣେ ବ୍ୟକ୍ତି ପିଜ୍ଜା ଖାଇବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ସେ ପିଜ୍ଜାକୁ ପୁରା ବି ଖାଇ ନ ଥିଲେ ମାତ୍ର ଗୋଟିଏ ସ୍ଲାଇସ ଖାଇବା ମାତ୍ରେ ତାଙ୍କ ଜୀବନ ଚାଲିଯାଇଥିଲା। ବ୍ୟକ୍ତିଜଣକ […] The post କାଳ ସାଜିଲା ‘ଚିକେନ ଟିକ୍କା ମସଲା ପ୍ୟାଜ ପିଜ୍ଜା’, ମିଶିଥିଲା ଏପରି ଇନଗ୍ରୀଡିଏନ୍ସ ଚାଲିଗଲା ଜୀବନ appeared first on Dharitri Odia News.

କାଳ ସାଜିଲା ‘ଚିକେନ ଟିକ୍କା ମସଲା ପ୍ୟାଜ ପିଜ୍ଜା’, ମିଶିଥିଲା ଏପରି ଇନଗ୍ରୀଡିଏନ୍ସ ଚାଲିଗଲା ଜୀବନ

ଇଂଲଣ୍ଡ,୧୧।୧: ସମସ୍ତେ ପ୍ରୋସେସିଙ୍ଗ ବା ଫାଷ୍ଟ ଫୁଡ୍‌ ଖାଇବାକୁ ପସନ୍ଦ କରନ୍ତି। ତା’ଭିତରୁ ବହୁଜଣ ପିଜ୍ଜା ଖାଇବାକୁ ବହୁତ ପସନ୍ଦ କରନ୍ତି। ବିଭିନ୍ନ ଫ୍ଲେଭରର ମିଳୁଥିବା ପିଜ୍ଜା ଏବେ ମାର୍କେଟରେ ଇନଷ୍ଟାଣ୍ଟ ପ୍ରସ୍ତୁତ ହୋଇ ବିକ୍ରି ହେଉଛି। ନିକଟରେ ଜଣେ ବ୍ୟକ୍ତି ପିଜ୍ଜା ଖାଇବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ସେ ପିଜ୍ଜାକୁ ପୁରା ବି ଖାଇ ନ ଥିଲେ ମାତ୍ର ଗୋଟିଏ ସ୍ଲାଇସ ଖାଇବା ମାତ୍ରେ ତାଙ୍କ ଜୀବନ ଚାଲିଯାଇଥିଲା।

ବ୍ୟକ୍ତିଜଣକ ହେଉଛନ୍ତି ଇଂଲଣ୍ଡର ୨୩ବର୍ଷିୟ ଜେମ୍ସ ଷ୍ଟଆର୍ଟ। ସେ ଖାଇଥିବା ପିଜ୍ଜାରେ ବାଦାମ ପଡିଥିଲା। ବାଦାମରେ ତାଙ୍କର ଆଲର୍ଜି ଥିଲା। ରେଷ୍ଟୁରାଣ୍ଟରେ ସେ ଚିକେନ ଟିକ୍କା ମସଲା ପ୍ୟାଜ ଅର୍ଡର କରିଥିଲେ। ଯେଉଁଥିରେ ବାଦାମ ପଡିଥିଲା।
ଗୋଟିଏ ସ୍ଲାଇସ୍‌ ନେବା ମାତ୍ରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଲା। ସାଙ୍ଗେସାଙ୍ଗେ ଆମ୍ବୁଲାନ୍ସ ଡକାଯାଇଥିଲେ ମଧ୍ୟ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ସେ କିଛି ଖାଇବା ଅର୍ଡର କରିବାବେଳେ ଇର୍ଟରନେଟରେ ପ୍ରଥମେ ଇନଗ୍ରୀଡିଏଣ୍ଟସ ସର୍ଚ୍ଚ କରୁଥିଲେ। କିନ୍ତୁ ରେଷ୍ଟୁରାଣ୍ଟରେ ପିଜ୍ଜାରେ ପଡିଥିବା ଇନଗ୍ରୀଡିଏନ୍ସ ବିଷୟରେ ପଚାରିବାକୁ ଭୁଲି ଯାଇଥିଲେ।

The post କାଳ ସାଜିଲା ‘ଚିକେନ ଟିକ୍କା ମସଲା ପ୍ୟାଜ ପିଜ୍ଜା’, ମିଶିଥିଲା ଏପରି ଇନଗ୍ରୀଡିଏନ୍ସ ଚାଲିଗଲା ଜୀବନ appeared first on Dharitri Odia News.