କାଳ ହେଲା ଦ୍ରୁତ ଗତି: କାର୍ ଓଲଟି ୨ ମୃତ, ୩ ଗୁରୁତର
ଟିଟିଲାଗଡ଼: କାର୍ ଓଲଟି ୨ ମୃତ ୩ ଗୁରୁତର । ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସଇଁନ୍ତଳା ଥାନା ଅନ୍ତର୍ଗତ କୁଶମଖାଲ ନିକଟରେ। ସୂଚନା ଅନୁଯାୟୀ, ଦ୍ରୁତ ଗତିରେ ବଲାଙ୍ଗିରରୁ ଭବାନୀପାଟଣା ଯାଉଥିବା ଏକ କାର୍ କୁଶମଖାଲ ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଆଉ ଏଥିରେ ଘଟଣାସ୍ଥଳରେ ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଗୁରୁତରଙ୍କୁ ସଇଁନ୍ତଳା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣାରେ ଗାଡ଼ି ମଧ୍ୟ ନଷ୍ଟ ହୋଇଯାଇଛି। ତେବେ ଏ ପର୍ଯ୍ୟନ୍ତ ଏମାନଙ୍କ ପରିଚୟ ମିଳିପାରିନଥିବା ବେଳେ ପୋଲିସ ମୃତଦେହ ଉଦ୍ଧାର କରି ସଇଁନ୍ତଳା ମେଡିକାଲରେ ରଖିଥିବା ଜଣାପଡ଼ିଛି। Also Read: କେନାଲରେ ଭାସୁଛି JEଙ୍କ ମୃତଦେହ, ଅଫିସ୍ ଯାଇ ଘରକୁ ଫେରିନଥିଲେ The post କାଳ ହେଲା ଦ୍ରୁତ ଗତି: କାର୍ ଓଲଟି ୨ ମୃତ, ୩ ଗୁରୁତର appeared first on Prameya News7.
ଟିଟିଲାଗଡ଼: କାର୍ ଓଲଟି ୨ ମୃତ ୩ ଗୁରୁତର । ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସଇଁନ୍ତଳା ଥାନା ଅନ୍ତର୍ଗତ କୁଶମଖାଲ ନିକଟରେ। ସୂଚନା ଅନୁଯାୟୀ, ଦ୍ରୁତ ଗତିରେ ବଲାଙ୍ଗିରରୁ ଭବାନୀପାଟଣା ଯାଉଥିବା ଏକ କାର୍ କୁଶମଖାଲ ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି।
ଆଉ ଏଥିରେ ଘଟଣାସ୍ଥଳରେ ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଗୁରୁତରଙ୍କୁ ସଇଁନ୍ତଳା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣାରେ ଗାଡ଼ି ମଧ୍ୟ ନଷ୍ଟ ହୋଇଯାଇଛି। ତେବେ ଏ ପର୍ଯ୍ୟନ୍ତ ଏମାନଙ୍କ ପରିଚୟ ମିଳିପାରିନଥିବା ବେଳେ ପୋଲିସ ମୃତଦେହ ଉଦ୍ଧାର କରି ସଇଁନ୍ତଳା ମେଡିକାଲରେ ରଖିଥିବା ଜଣାପଡ଼ିଛି।
Also Read: କେନାଲରେ ଭାସୁଛି JEଙ୍କ ମୃତଦେହ, ଅଫିସ୍ ଯାଇ ଘରକୁ ଫେରିନଥିଲେ
The post କାଳ ହେଲା ଦ୍ରୁତ ଗତି: କାର୍ ଓଲଟି ୨ ମୃତ, ୩ ଗୁରୁତର appeared first on Prameya News7.