କାଳ ହେଲା ଭସାଣି: ଗଣେଶ ବିସର୍ଜନ କରିବାକୁ ଆସି ଭାସିଗଲେ ୪ ଛାତ୍ର, ୨ ଉଦ୍ଧାର, ୨ ନିଖୋଜ
ବାରିପଦା,୧୩।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଭଞ୍ଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀପୋଷି ନିକଟସ୍ଥ ସୁବର୍ଣ୍ଣରେଖା କେନାଲରେ ଗଣେଶ ମୂର୍ତ୍ତି ଭସାଇବା ସମୟରେ ୪ଛାତ୍ର ପାଣି ସୁଅରେ ଭାସି ଯାଇଛନ୍ତି। ଖବରପାଇ ତୁରନ୍ତ ଅଗ୍ନିଶମ ବିଭାଗ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୨ ନିଖୋଜ ଅଛନ୍ତି। ସୂଚନାଯୋଗ୍ୟ, ନିକଟସ୍ଥ ଏକ ମେସରୁ ଛାତ୍ରମାନେ ଗଣେଶ ମୂର୍ତ୍ତି ଭସାଇବା ପାଇଁ କେନାଲକୁ ଯାଇଥିଲେ । ପାଣିରେ ମୂର୍ତ୍ତି ଭସାଇବା ସମୟରେ ଅସାବଧାନତାବଶତଃ ଚାରିଜଣ ପାଣି ସୁଅରେ […] The post କାଳ ହେଲା ଭସାଣି: ଗଣେଶ ବିସର୍ଜନ କରିବାକୁ ଆସି ଭାସିଗଲେ ୪ ଛାତ୍ର, ୨ ଉଦ୍ଧାର, ୨ ନିଖୋଜ appeared first on Dharitri Odia News.
ବାରିପଦା,୧୩।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଭଞ୍ଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀପୋଷି ନିକଟସ୍ଥ ସୁବର୍ଣ୍ଣରେଖା କେନାଲରେ ଗଣେଶ ମୂର୍ତ୍ତି ଭସାଇବା ସମୟରେ ୪ଛାତ୍ର ପାଣି ସୁଅରେ ଭାସି ଯାଇଛନ୍ତି। ଖବରପାଇ ତୁରନ୍ତ ଅଗ୍ନିଶମ ବିଭାଗ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୨ ନିଖୋଜ ଅଛନ୍ତି।
ସୂଚନାଯୋଗ୍ୟ, ନିକଟସ୍ଥ ଏକ ମେସରୁ ଛାତ୍ରମାନେ ଗଣେଶ ମୂର୍ତ୍ତି ଭସାଇବା ପାଇଁ କେନାଲକୁ ଯାଇଥିଲେ । ପାଣିରେ ମୂର୍ତ୍ତି ଭସାଇବା ସମୟରେ ଅସାବଧାନତାବଶତଃ ଚାରିଜଣ ପାଣି ସୁଅରେ ଭାସିଯାଇଥିଲେ । ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେବା ପରେ କର୍ମଚାରୀମାନେ ପହଞ୍ଚିି ଦୁଇ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରି ଥିଲେ। ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଦୁଇ ନିଖୋଜ ଛାତ୍ରଙ୍କୁ ଖୋଜା ଜାରି ରହିଛି।
The post କାଳ ହେଲା ଭସାଣି: ଗଣେଶ ବିସର୍ଜନ କରିବାକୁ ଆସି ଭାସିଗଲେ ୪ ଛାତ୍ର, ୨ ଉଦ୍ଧାର, ୨ ନିଖୋଜ appeared first on Dharitri Odia News.