କାଳ ହେଲା ସମ୍ପତ୍ତି ଲୋଭ, କିନ୍ନର ପ୍ରେମିକା ସହ ମିଶି ବାପା ଜୀବନ ନେଲା ପୁଅ
ବ୍ରହ୍ମପୁର ୧୯/୦୮: ବ୍ରହ୍ମପୁରର ଅଯୋଧ୍ୟା ନଗରରେ ବିଭତ୍ସ ହତ୍ୟା । ୩ୟ ଲାଇନର ଜଣେ ବୃଦ୍ଧଙ୍କୁ ହତ୍ୟା କରିଛନ୍ତି ଇଞ୍ଜିନିୟର ପୁଅ ସନ୍ଦୀପ ପଣ୍ଡା ଓ କିନ୍ନର ବୋହୁ ଶ୍ରୀୟା । ମୃତ ବୃଦ୍ଧ ଜଣଙ୍କ ରାଜସ୍ୱ ବିଭାଗର ଅବସରପ୍ରାପ୍ତ କିରାଣୀ ୭୪ ବର୍ଷୀୟ ଗରୀବବନ୍ଧୁ ପଣ୍ଡା । ହତ୍ୟା କରିବା ପରେ ଉଭୟ ଏହାକୁ ଦୁର୍ଘଟଣାର ରୂପ ଦେଖିବାକୁ ସମସ୍ତ ଯୋଜନା କରିଥିଲେ ଅଭିଯୁକ୍ତ ପୁଓ ଓ କିନ୍ନର ବୋହୂ । ହେଲେ ସେମାନଙ୍କ ଯୋଜନା ଫେଲ ହେବା ସହ ପୋଲିସ ହାତରେ ଧରାପଡିଛନ୍ତି । ସେହିକ୍ରମରେ ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବ୍ରହ୍ମପୁର ବୈଦନାଥପୁର ଅଞ୍ଚଳରେ ଘଟିଛି ଏହି ଘଟଣା । ସୂଚନା ଥାଉକି, ଗତ ୧୬ ତାରିଖ ସକାଳୁ ଅଯୋଧ୍ୟାନଗର ୩ୟ ଲାଇନରେ ରହୁଥିବା ଗରୀବବନ୍ଧୁ ପଣ୍ଡାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ପୁଅ ସନ୍ଦୀପ ପଣ୍ଡା ଏମକେସିଜି ମେଡିକାଲକୁ ନେଇଥିଲେ । ହେଲେ ମେଡିକାଲରେ ପହଞ୍ଚିବା ପୂର୍ବରୁ ହିଁ ଗରୀବବନ୍ଧୁ ପଣ୍ଡାଙ୍କ ମୃତ୍ୟୁ ହୋଇସାରିଥିଲା । ତେବେ ଗରୀବବନ୍ଧୁଙ୍କ ଛାତି ହାଡ ଭାଙ୍ଗି ଯାଇଥିବା ବେଳେ ମୃତ୍ୟୁ ପୂର୍ବରୁ ଶରୀରର ବିଭିନ୍ନ ସ୍ଥାନରେ ରକ୍ତାକ୍ତ କ୍ଷତ ଚିହ୍ନ ସୃଷ୍ଟି ହୋଇଥିଲା । ଏନେଇ ଡାକ୍ତଙ୍କ ପକ୍ଷରୁ ପୋଲିସକୁ ଖବର ଦିଆଯିବ ପରେ ବୈଦ୍ୟନାଥପୁର ଥାନା ପକ୍ଷରୁ ଏକ ଅପମୃତ୍ୟ ମାମଲା ରୁଜୁ କରାଯାଇ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଯାଇଥିଲା । ଏପଟେ ଘରେ ଚଟାଣରେ ପଡିଯିବାରୁ ଗରୀବବନ୍ଧୁ ଗୁରୁ
ବ୍ରହ୍ମପୁର ୧୯/୦୮: ବ୍ରହ୍ମପୁରର ଅଯୋଧ୍ୟା ନଗରରେ ବିଭତ୍ସ ହତ୍ୟା । ୩ୟ ଲାଇନର ଜଣେ ବୃଦ୍ଧଙ୍କୁ ହତ୍ୟା କରିଛନ୍ତି ଇଞ୍ଜିନିୟର ପୁଅ ସନ୍ଦୀପ ପଣ୍ଡା ଓ କିନ୍ନର ବୋହୁ ଶ୍ରୀୟା । ମୃତ ବୃଦ୍ଧ ଜଣଙ୍କ ରାଜସ୍ୱ ବିଭାଗର ଅବସରପ୍ରାପ୍ତ କିରାଣୀ ୭୪ ବର୍ଷୀୟ ଗରୀବବନ୍ଧୁ ପଣ୍ଡା । ହତ୍ୟା କରିବା ପରେ ଉଭୟ ଏହାକୁ ଦୁର୍ଘଟଣାର ରୂପ ଦେଖିବାକୁ ସମସ୍ତ ଯୋଜନା କରିଥିଲେ ଅଭିଯୁକ୍ତ ପୁଓ ଓ କିନ୍ନର ବୋହୂ । ହେଲେ ସେମାନଙ୍କ ଯୋଜନା ଫେଲ ହେବା ସହ ପୋଲିସ ହାତରେ ଧରାପଡିଛନ୍ତି । ସେହିକ୍ରମରେ ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବ୍ରହ୍ମପୁର ବୈଦନାଥପୁର ଅଞ୍ଚଳରେ ଘଟିଛି ଏହି ଘଟଣା ।
ସୂଚନା ଥାଉକି, ଗତ ୧୬ ତାରିଖ ସକାଳୁ ଅଯୋଧ୍ୟାନଗର ୩ୟ ଲାଇନରେ ରହୁଥିବା ଗରୀବବନ୍ଧୁ ପଣ୍ଡାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ପୁଅ ସନ୍ଦୀପ ପଣ୍ଡା ଏମକେସିଜି ମେଡିକାଲକୁ ନେଇଥିଲେ । ହେଲେ ମେଡିକାଲରେ ପହଞ୍ଚିବା ପୂର୍ବରୁ ହିଁ ଗରୀବବନ୍ଧୁ ପଣ୍ଡାଙ୍କ ମୃତ୍ୟୁ ହୋଇସାରିଥିଲା । ତେବେ ଗରୀବବନ୍ଧୁଙ୍କ ଛାତି ହାଡ ଭାଙ୍ଗି ଯାଇଥିବା ବେଳେ ମୃତ୍ୟୁ ପୂର୍ବରୁ ଶରୀରର ବିଭିନ୍ନ ସ୍ଥାନରେ ରକ୍ତାକ୍ତ କ୍ଷତ ଚିହ୍ନ ସୃଷ୍ଟି ହୋଇଥିଲା ।
ଏନେଇ ଡାକ୍ତଙ୍କ ପକ୍ଷରୁ ପୋଲିସକୁ ଖବର ଦିଆଯିବ ପରେ ବୈଦ୍ୟନାଥପୁର ଥାନା ପକ୍ଷରୁ ଏକ ଅପମୃତ୍ୟ ମାମଲା ରୁଜୁ କରାଯାଇ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଯାଇଥିଲା । ଏପଟେ ଘରେ ଚଟାଣରେ ପଡିଯିବାରୁ ଗରୀବବନ୍ଧୁ ଗୁରୁତର ହୋଇଯାଇଥିଲେ ବୋଲି ତାଙ୍କ ପୁଅ ସନ୍ଦୀପ ଡାକ୍ତର ଓ ପୋଲିସକୁ କହିଥିଲେ । ସନ୍ଦୀପଙ୍କ ଶରୀରରେ ଯେଉଁ ଧରଣର କ୍ଷତ ଚିହ୍ନ ସୃଷ୍ଟି ହୋଇଥିଲା ତାକୁ ଦେଖି ପୋଲିସର ସନ୍ଦେହ ଉପୁଜିଥିଲା ।
ପୋଲିସ ଘଟଣାର ତଦନ୍ତ କରିବା ବେଳେ ଅଯୋଧ୍ୟାନଗର ୩ୟ ଲାଇନକୁ ଯାଇ ଗରିବବନ୍ଧୁଙ୍କ ସାଇପଡିଶା ଲୋକଙ୍କୁ ପଚରାଉଚରା କରିଥିଲେ । ଏହି ସମୟରେ ପୋଲିସ ହାତରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଥିଲା । ମୃତ ଗରିବବନ୍ଧୁଙ୍କ ପତ୍ନୀଙ୍କ ୨ ବର୍ଷ ତଳେ ମୃତ୍ୟୁ ହୋଇଯାଇଛି । ସେହିପରି ତାଙ୍କ ଝିଅ ଆମେରିକାରେ ରହୁଛି । ପୁଅ ସନ୍ଦୀପ ପୂର୍ବରୁ ମୁମ୍ବାଇରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ । ହେଲେ ସେ ସବୁବେଳେ ମଦ୍ୟପାନ କରୁଥିବାରୁ ଅନେକ ଦିନ ହେବ ତାଙ୍କ ପତ୍ନୀ ଓ ଝିଅ ତାଙ୍କୁ ଛାଡି ବାପ ଘରକୁ ଚାଲିଯାଇଛନ୍ତି ।
ଅଯୋଧ୍ୟାନଗର ୩ୟ ଲାଇନ ସ୍ଥିତ ଘରେ ଗରିବବନ୍ଧୁ ଓ ତାଙ୍କ ପୁଅ ସନ୍ଦୀପ ହିଁ ରହୁଥିଲେ । ହେଲେ ସନ୍ଦୀପ ମୁମ୍ବାଇରେ ରହୁଥିବା ବେଳେ ମହାରାଷ୍ଟ୍ର ଥାନେ ଜିଲାର କାଲସ୍ବା ଥାନା ଅନ୍ତର୍ଗତ ଶୀବାଜୀନଗରର କିନ୍ନର ଶ୍ରୀୟା ଓରଫ ପ୍ରବୀଣ କୁମାର ଶର୍ମାଙ୍କ ସହ ତାଙ୍କର ସମ୍ପର୍କ ଗଢି ଉଠିଥିଲା । ପତ୍ନୀ ଛାଡି ଚାଲିଯାଇଥିବାରୁ ସନ୍ଦୀପ କିନ୍ନର ଶ୍ରୀୟାଙ୍କୁ ପତ୍ନୀ ଭାବେ ଗ୍ରହଣ କରି ଆଜକୁ ୩ ମାସ ହେବ ନିଜ ଘରେ ଆଣି ରଖିଥିଲେ । ସନ୍ଦୀପ ଓ ଶ୍ରୀୟା ଏଠାରେ ସ୍ୱାମୀ-ସ୍ତ୍ରୀ ଭାବେ ରହୁଥିଲେ ।
ଉଭୟ ମୃତ ଗରିବବନ୍ଧୁଙ୍କୁ ଅନେକ ସମୟରେ ଗାଳିଗୁଳଜ କରିବା ସହ ମାଡ ମଧ୍ୟ ମାରିଥିଲେ । ୧୫ ତାରିଖ ରାତିରେ ଉଭୟ ମଦ୍ୟପାନ କରିବା ପରେ ଗରିବବନ୍ଧୁଙ୍କ ସହ ଝଗଡା କରିଥିଲେ । ଉଭୟ ଉତ୍ୟକ୍ତ ହୋଇ ଗରିବନ୍ଧୁଙ୍କ ଉପରକୁ ଟେବୁଲ ଫ୍ୟାନ ଓ ଷ୍ଟିଲ ଆଲମିରା ପକାଇ ଦେଇଥିଲେ । ଏଥିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେହି ଘରର ବିଭିନ୍ନ ସ୍ଥାନରେ ରକ୍ତର ଛିଟା ପଡିଥିଲା । ଉଭୟ ଏହାକୁ ଏକ ଦୁର୍ଘଟଣା ରୂପ ଦେବାକୁ ରକ୍ତ ଛିଟା ପୋଛାପୋଛି କରିଥିଲେ ।
ସକାଳୁ ଉଭୟ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଏମକେସିଜିକୁ ନେଇଥିଲେ । ଏପଟେ ପାରିପାର୍ଶିକ ପରିସ୍ଥିତିରୁ ସନ୍ଦେହ କରି ପୋଲିସ ସାଇଣ୍ଟିଫିକ ଟମ ସହ ଅଯୋଧ୍ୟାନଗର ଘରେ ପହଞ୍ଚି ତଦନ୍ତ କରିଥିଲା । ସେଥୀରୁ ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା । ଏହାପରେ ପୁଲିସ ପକ୍ଷରୁ ରୁଜୁ ହୋଇଥିବା ଅପମୃତ୍ୟୁ ମାମଲାଟି ହତ୍ୟା ମାମଲା(ନଂ-୩୮୨/୨୪)ରେ ପରିଣତ ହୋଇଥିଲା ।