କାଳବୈଶାଖୀ ପ୍ରଭାବରେ ଆସନ୍ତା ବୁଧବାର ପର୍ଯ୍ୟନ୍ତ ଝଡ଼ବର୍ଷା ଲାଗି ରହିବା ସମ୍ଭାବନା
ଭୁବନେଶ୍ୱର,୧୨।୫: କାଳବୈଶାଖୀ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଗତ ଦୁଇଦିନ ଧରି ଲାଗି ରହିଥିବା କାଳବୈଶାଖୀ ବର୍ଷା, ଝଡ଼ତୋଫାନ ଯୋଗୁଁ ତାପମାତ୍ରା ପାଖାପାଖି ୩ରୁ ୫ ଡିଗ୍ରୀ ସେଲସିୟସ୍ କମିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଗତକାଲି ରାତିରେ କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଗତକାଲି ବିଳମ୍ବିତ ରାତିରେ ରାଜଧାନୀରେ ହୋଇଥିବା ବର୍ଷାର ପରିମାଣ ୭୬ ଦଶମିକ ୮ ମିଲିମିଟର ଥିଲା। ଆସନ୍ତା ବୁଧବାର ପର୍ଯ୍ୟନ୍ତ […] The post କାଳବୈଶାଖୀ ପ୍ରଭାବରେ ଆସନ୍ତା ବୁଧବାର ପର୍ଯ୍ୟନ୍ତ ଝଡ଼ବର୍ଷା ଲାଗି ରହିବା ସମ୍ଭାବନା appeared first on Dharitri Odia News.
ଭୁବନେଶ୍ୱର,୧୨।୫: କାଳବୈଶାଖୀ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଗତ ଦୁଇଦିନ ଧରି ଲାଗି ରହିଥିବା କାଳବୈଶାଖୀ ବର୍ଷା, ଝଡ଼ତୋଫାନ ଯୋଗୁଁ ତାପମାତ୍ରା ପାଖାପାଖି ୩ରୁ ୫ ଡିଗ୍ରୀ ସେଲସିୟସ୍ କମିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଗତକାଲି ରାତିରେ କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଗତକାଲି ବିଳମ୍ବିତ ରାତିରେ ରାଜଧାନୀରେ ହୋଇଥିବା ବର୍ଷାର ପରିମାଣ ୭୬ ଦଶମିକ ୮ ମିଲିମିଟର ଥିଲା। ଆସନ୍ତା ବୁଧବାର ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ ଏବଂ ଶୁକ୍ରବାର ଆଡ଼କୁ ପୁଣିଥରେ ପାଗ ବଳଦିବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ କହିଛି। ସୂଚନା ଅନୁସାରେ, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ସହିତ ଆଜି ୧୯ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି।
The post କାଳବୈଶାଖୀ ପ୍ରଭାବରେ ଆସନ୍ତା ବୁଧବାର ପର୍ଯ୍ୟନ୍ତ ଝଡ଼ବର୍ଷା ଲାଗି ରହିବା ସମ୍ଭାବନା appeared first on Dharitri Odia News.