କାଳବୈଶାଖୀ ପ୍ରଭାବରେ ଉଡ଼ିଲା ଛପର, ଉପୁଡ଼ିଲା ଗଛ

ଦାରିଙ୍ଗବାଡ଼ି,୬ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଉକ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏକାଧିକ ଲୋକଙ୍କ ଆଜବେଷ୍ଟ ଛପର ଉଡ଼ିବା ସହ ଘର ଭାଙ୍ଗିଥିବା ସୂଚନା ମିଳିଥିବା ମିଳିଛି। ସିମନବାଡ଼ିର ବଜାର ଉପରେ କାଳବୈଶାଖୀର ତାଣ୍ଡବରେ ବଡ଼ବଡ଼ ଗଛ ଉପୁଡ଼ି ପଡ଼ିଥିବା ବେଳେ ଅମରେନ୍ଦ୍ର ପ୍ରଧାନଙ୍କ ଦୋକାନ ଘର ଉପରେ ବିରାଟକାୟ ଗଛ ଉପୁଡ଼ି ପଡ଼ି ବହୁ କ୍ଷତି ହୋଇଛି ତେବେ କାହାର ଏଥିରେ ଆହତ ହୋଇ […] The post କାଳବୈଶାଖୀ ପ୍ରଭାବରେ ଉଡ଼ିଲା ଛପର, ଉପୁଡ଼ିଲା ଗଛ appeared first on Dharitri Odia News.

କାଳବୈଶାଖୀ ପ୍ରଭାବରେ ଉଡ଼ିଲା ଛପର, ଉପୁଡ଼ିଲା ଗଛ

ଦାରିଙ୍ଗବାଡ଼ି,୬ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଉକ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏକାଧିକ ଲୋକଙ୍କ ଆଜବେଷ୍ଟ ଛପର ଉଡ଼ିବା ସହ ଘର ଭାଙ୍ଗିଥିବା ସୂଚନା ମିଳିଥିବା ମିଳିଛି। ସିମନବାଡ଼ିର ବଜାର ଉପରେ କାଳବୈଶାଖୀର ତାଣ୍ଡବରେ ବଡ଼ବଡ଼ ଗଛ ଉପୁଡ଼ି ପଡ଼ିଥିବା ବେଳେ ଅମରେନ୍ଦ୍ର ପ୍ରଧାନଙ୍କ ଦୋକାନ ଘର ଉପରେ ବିରାଟକାୟ ଗଛ ଉପୁଡ଼ି ପଡ଼ି ବହୁ କ୍ଷତି ହୋଇଛି ତେବେ କାହାର ଏଥିରେ ଆହତ ହୋଇ ନ ଥିବା ଓ ଅଳ୍ପକେ ବର୍ତ୍ତି ଯାଇଥିବା ଅମରେନ୍ଦ୍ର କହିଛନ୍ତି। ସେହିପରି ଉକ୍ତ ବ୍ଲକକୁ ସଂଯୋଗ କରୁଥିବା ୩୩ କେଭି ଓ ୧୧ କେଭି ବିଦ୍ୟୁତ ସେବା ଠପ୍‌ ହୋଇଯାଇଛି। ଏକାଧିକ ସ୍ଥାନରେ ବିଦ୍ୟୁତ ମରାମତିର ଆବଶ୍ୟକତା ରହିଥିବା କୁହାଯାଇଛି। ସେହିପରି ସିମନବାଡ଼ିରେ ଉପୁଡି ପଡ଼ିଥିବା ଗଛକୁ ଅଗ୍ନିଶମ ବିଭାଗ ପହଞ୍ଚି ହଟାଇଥିଲା। ଖବର ଲେଖିବା ସୁଦ୍ଧା ବର୍ଷା ଚାଲିଥିବା ବେଳେ ସମ୍ପୂର୍ଣ୍ଣ କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ।

The post କାଳବୈଶାଖୀ ପ୍ରଭାବରେ ଉଡ଼ିଲା ଛପର, ଉପୁଡ଼ିଲା ଗଛ appeared first on Dharitri Odia News.