କାଳବୈଶାଖୀ ବର୍ଷାରେ ଭିଜିବ ଓଡ଼ିଶା, ୭୦-୭୫ କି.ମି. ରହିପାରେ ପବନର ବେଗ

ଭୁବନେଶ୍ବର ୧୦।୪: ଆସନ୍ତା ୧୨ରୁ କାଳବୈଶାଖୀ ବର୍ଷା । ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । କେତେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୦-୭୫ କିଲୋମିଟର ମଧ୍ୟ ହୋଇପାରେ । ଉତ୍ତର ଭାରତରେ ଏକ ଟ୍ରପ୍‌ଲାଇନ୍ ଆସିବାର ଅଛି । ଏହା ପ୍ରଭାବରେ ବର୍ଷା ସମ୍ଭାବନା ରହୁଛି । ତେବେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ୧୭ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି । ସେପଟେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଉତ୍ତର ପୂର୍ବ ବଙ୍ଗୋପସାଗରରେ ରହୁଛି । ଏହା ପ୍ରଭାବରେ ଉତ୍ତର ପଶ୍ଚିମ ଦିଗରୁ ପବନ ବହୁଛି । ଏଥିସହ ସ୍ଥଳଭାଗକୁ ଦକ୍ଷିଣ ଦିଗରୁ ଓଡ଼ିଶାକୁ ପବନ ବହୁଛି । ଫଳରେ କିଛି ସମୟ ମେଘୁଆ ରହୁଛି ପୁଣି ଖରା ହେଉଛି । ତେବେ ଗୁରୁବାର ଏବଂ ଶୁକ୍ରବାର ଅଭ୍ୟନ୍ତରୀଣ ଓଡ଼ିଶାରେ ହାଲକା ବର୍ଷା ସମ୍ଭାବନା ରହୁଛି । ଅନ୍ୟପଟେ ୧୪ ପରେ ବଢ଼ିବ ତାପମାତ୍ରା । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଅତିକ୍ରମ କରିବ ବୋଲି ସିଇସି ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।You Can Read:ଶିକ୍ଷକ ଅଭାବକୁ ନେଇ ସ୍କୁଲରେ ତାଲା, ଗେଟ୍‌ ସମ୍ମୁଖରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

କାଳବୈଶାଖୀ ବର୍ଷାରେ ଭିଜିବ ଓଡ଼ିଶା, ୭୦-୭୫ କି.ମି. ରହିପାରେ ପବନର ବେଗ

ଭୁବନେଶ୍ବର ୧୦: ଆସନ୍ତା ୧୨ରୁ କାଳବୈଶାଖୀ ବର୍ଷା । ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । କେତେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୦-୭୫ କିଲୋମିଟର ମଧ୍ୟ ହୋଇପାରେ । ଉତ୍ତର ଭାରତରେ ଏକ ଟ୍ରପ୍‌ଲାଇନ୍ ଆସିବାର ଅଛି । ଏହା ପ୍ରଭାବରେ ବର୍ଷା ସମ୍ଭାବନା ରହୁଛି । ତେବେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ୧୭ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି । 

ସେପଟେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଉତ୍ତର ପୂର୍ବ ବଙ୍ଗୋପସାଗରରେ ରହୁଛି । ଏହା ପ୍ରଭାବରେ ଉତ୍ତର ପଶ୍ଚିମ ଦିଗରୁ ପବନ ବହୁଛି । ଏଥିସହ ସ୍ଥଳଭାଗକୁ ଦକ୍ଷିଣ ଦିଗରୁ ଓଡ଼ିଶାକୁ ପବନ ବହୁଛି । ଫଳରେ କିଛି ସମୟ ମେଘୁଆ ରହୁଛି ପୁଣି ଖରା ହେଉଛି । ତେବେ ଗୁରୁବାର ଏବଂ ଶୁକ୍ରବାର ଅଭ୍ୟନ୍ତରୀଣ ଓଡ଼ିଶାରେ ହାଲକା ବର୍ଷା ସମ୍ଭାବନା ରହୁଛି । 

ଅନ୍ୟପଟେ ୧୪ ପରେ ବଢ଼ିବ ତାପମାତ୍ରା । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଅତିକ୍ରମ କରିବ ବୋଲି ସିଇସି ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।


You Can Read:

ଶିକ୍ଷକ ଅଭାବକୁ ନେଇ ସ୍କୁଲରେ ତାଲା, ଗେଟ୍‌ ସମ୍ମୁଖରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ