କାଳବୈଶାଖୀ ରଚିଲା ତାଣ୍ଡବ ବିଦ୍ୟୁତ ଖୁଣ୍ଟ ଓ ବଡ଼ ବଡ଼ ଗଛ ଧରାଶାୟୀ,ଏଣେ ମଣ୍ଡି ରେ ଭାସୁଛି ଚାଷି ଙ୍କ ଧାନ।
କୋକସରା:୦୨/୦୬(ସନତ ପ୍ରଧାନୀ) ରବିବାର କୋକସରା ବ୍ଲକ ଅଞ୍ଚଳ ରେ ତାଣ୍ଡବ ରଚିଛି କାଳବୈଶାଖୀ, ଅପରାହ୍ନ ରେ ପ୍ରବଳ ଘୁର୍ଣ୍ଣିଝଡ଼ ସହ ପ୍ରବଳ ପବନ ସହ ଝଡବର୍ଷା ୩୦ ରୁ ୪୫ ମିନିଟ ପର୍ଯ୍ୟନ୍ତ ତାଣ୍ଡବ ରଚିଥିଲା। କାଳବୈଶାଖୀ ପ୍ରଭାବ ରେ ହୋଇଥିବା ବର୍ଷା ରେ ଖରା ରୁ ଲୋକଙ୍କୁ ଆସ୍ୱସ୍ତି ମିଳିଥିବା ବେଳେ ବ୍ଲକ ର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥିବା ଦେଖିବାକୁ ମିଳିଛି।ଫଳରେ ବ୍ଲକ ରେ ବିଦ୍ୟୁତ […] The post କାଳବୈଶାଖୀ ରଚିଲା ତାଣ୍ଡବ ବିଦ୍ୟୁତ ଖୁଣ୍ଟ ଓ ବଡ଼ ବଡ଼ ଗଛ ଧରାଶାୟୀ,ଏଣେ ମଣ୍ଡି ରେ ଭାସୁଛି ଚାଷି ଙ୍କ ଧାନ। appeared first on Odisha.News.

କୋକସରା:୦୨/୦୬(ସନତ ପ୍ରଧାନୀ)
ରବିବାର କୋକସରା ବ୍ଲକ ଅଞ୍ଚଳ ରେ ତାଣ୍ଡବ ରଚିଛି କାଳବୈଶାଖୀ, ଅପରାହ୍ନ ରେ ପ୍ରବଳ ଘୁର୍ଣ୍ଣିଝଡ଼ ସହ ପ୍ରବଳ ପବନ ସହ ଝଡବର୍ଷା ୩୦ ରୁ ୪୫ ମିନିଟ ପର୍ଯ୍ୟନ୍ତ ତାଣ୍ଡବ ରଚିଥିଲା। କାଳବୈଶାଖୀ ପ୍ରଭାବ ରେ ହୋଇଥିବା ବର୍ଷା ରେ ଖରା ରୁ ଲୋକଙ୍କୁ ଆସ୍ୱସ୍ତି ମିଳିଥିବା ବେଳେ ବ୍ଲକ ର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥିବା ଦେଖିବାକୁ ମିଳିଛି।ଫଳରେ ବ୍ଲକ ରେ ବିଦ୍ୟୁତ ଯୋଗାଣ ମଧ୍ୟ ଠପ ହୋଇ ପଡିଛି। ଅନ୍ୟପଟେ କୋକସରା ବ୍ଲକ ର ବିଭିନ୍ନ ମଣ୍ଡି ରେ ଚାଷୀ ଙ୍କ ହଜାର ହଜାର କ୍ୱିଣ୍ଟାଲ ଧାନ ବର୍ଷା ରେ ଭିଜି ନଷ୍ଟ ହୋଇଥିବା ନେଇ ଚାଷି ଅଭିଯୋଗ କରିଛନ୍ତି। ଅନ୍ୟପଟେ ମଣ୍ଡି ପରିସରରେ ଖୋଲା ଆକାଶ ତଳେ ଥିବା ଧାନ ପାଣି ରେ ଭାସୁଛି। କୋକସରା ସଦର ମଣ୍ଡି ରେ ଚାଷି ଙ୍କ ୫ ହଜାର ରୁ ଉର୍ଦ୍ଧ କ୍ୱିଣ୍ଟାଲ ଧାନ ରହିଥିବା ବେଳେ କାଳବୈଶାଖୀ ବର୍ଷା ରେ ଧାନ ଭିଜି ଗୁଣବତ୍ତା ହରାଇଥିବା ବେଳେ ଆଗକୁ କଟନୀ ଛଟନୀ କୁ ନେଇ ଚାଷି ଚିନ୍ତିତ ହୋଇ ପଡିଛନ୍ତି। କାଳବୈଶାଖୀ ଝଡବର୍ଷା ରେ ବଙ୍ଗୋମୁଣ୍ଡା ର ଛତୁ ଚାଷି ରୋମାଞ୍ଚଳ ପୁଝାରି ଙ୍କ ଛତୁ ଘର ନଷ୍ଟ ଉଡାଇ ନେଇଥିବା ବେଳେ କୁକୁଡ଼ା ଚାଷି ଜଗବନ୍ଧୁ ପୁଝାରି ଙ୍କ କୁକୁଡ଼ା ଫାର୍ମ ର ଆଜବେଷ୍ଟର ଉଡାଇ ନେଇଛି। କୋକସରା ପଟ୍ଟନାୟକ ପଡା ରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଥିବା ବେଳେ ଗମ୍ଭାରୀଗୁଡା ଚିକିଲି ରାସ୍ତା ରେ ମଧ୍ୟ ଏକ ବିରାଟକାୟ ବରଗଛ ଧରାଶାୟୀ ହୋଇ ପଡ଼ିଥିବା ବେଳେ କୋକସରା ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ଗଛ କାଟି ରାସ୍ତା ସଫା କରିଥିବା ଜଣାପଡ଼ିଛି।ଜାତୀୟ ରାଜପଥ ୨୬ କୋକସରା କଲେଜ ଛକ ନିକଟରେ ରେ ମଧ୍ୟ ରାସ୍ତା ରେ ଗଛ ପଡି ରହିଥିବା ବେଳେ ରାସ୍ତା ରେ ଯାତାୟାତ ରେ ସମସ୍ୟା ସୃଷ୍ଟି ହୋଇଛି।
The post କାଳବୈଶାଖୀ ରଚିଲା ତାଣ୍ଡବ ବିଦ୍ୟୁତ ଖୁଣ୍ଟ ଓ ବଡ଼ ବଡ଼ ଗଛ ଧରାଶାୟୀ,ଏଣେ ମଣ୍ଡି ରେ ଭାସୁଛି ଚାଷି ଙ୍କ ଧାନ। appeared first on Odisha.News.