କାଳିଆ, ବଳିଆ, ସୁଭଦ୍ରାଙ୍କ ଭଳି ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧ା୭ (ଅସମାପିକା ସାହୁ): ଭାଜପାର ସମ୍ବର୍ଦ୍ଧନା ସଭା ରବିବାର ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ସହ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନେ ଉପସ୍ଥିତ ରହିଥିଲେ। ସଭାକୁ ସମ୍ବୋଧିତ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ଓ ଦୁଇ ମୁଖ୍ୟମନ୍ତ୍ରୀ କାଳିଆ, ବଳିଆ, ସୁଭଦ୍ରାଙ୍କ ଭଳି ବୋଲି କହିଥିଲେ। ଧର୍ମେନ୍ଦ୍ର […] The post କାଳିଆ, ବଳିଆ, ସୁଭଦ୍ରାଙ୍କ ଭଳି ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ: ଧର୍ମେନ୍ଦ୍ର appeared first on Dharitri Odia News.

କାଳିଆ, ବଳିଆ, ସୁଭଦ୍ରାଙ୍କ ଭଳି ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧ା୭ (ଅସମାପିକା ସାହୁ): ଭାଜପାର ସମ୍ବର୍ଦ୍ଧନା ସଭା ରବିବାର ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ସହ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନେ ଉପସ୍ଥିତ ରହିଥିଲେ। ସଭାକୁ ସମ୍ବୋଧିତ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ଓ ଦୁଇ ମୁଖ୍ୟମନ୍ତ୍ରୀ କାଳିଆ, ବଳିଆ, ସୁଭଦ୍ରାଙ୍କ ଭଳି ବୋଲି କହିଥିଲେ।

ଧର୍ମେନ୍ଦ୍ର କହିଲେ, ଗୋଟିଏ ରାଷ୍ଟ୍ରୀୟ ଦଳ ହୋଇ ମଧ୍ୟ ଆଞ୍ଚଳିକ ଆବେଗ, ଆଞ୍ଚଳିକ ସମ୍ବେଦନଶୀଳତା, ଓଡ଼ିଆ ଅସ୍ମିତା, ଓଡ଼ିଆ ସଂସ୍କୃତିକୁ ବଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେଷ୍ଟା କରିଥିଲେ। ଏହା ନିହାତି ଭାବରେ ଇତିହାସରେ ଗୋଟିଏ ଗବେଷଣାର ବିଷୟ ହେବ। କୁରୁସଭାରେ ଦ୍ରୌପଦୀ ବସ୍ତ୍ରହରଣ ବେଳେ ମହାପ୍ରଭୁ ଜଗନ୍ନାଥଙ୍କ ସ୍ବରୂପ ଶ୍ରୀକୃଷ୍ଣ ଯେପରି ତ୍ରାଣକର୍ତ୍ତା ସାଜିଥିଲେ, ସେହିପରି ଏକ ରାଷ୍ଟ୍ରୀୟ ଦଳ ଭାଜପା ଓଡ଼ିଶାବାସୀଙ୍କୁ ତାଙ୍କ ସେବା ପାଇଁ ସୁଯୋଗ ଦେବାକୁ ନିବେଦନ କରିଥିଲା। ଆଉ ଆଜି ଓଡ଼ିଶାବାସୀ ସେହି ସୁଯୋଗ ଦେଇଛନ୍ତି।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତୀ ପରିଡ଼ା, ଯାହାଙ୍କର ରଙ୍ଗ ବି ମହାପ୍ରଭୁଙ୍କ ରଙ୍ଗ ସହ ସମାନ, ସମସ୍ତେ ସେବା କରିବାକୁ ଆସିଛନ୍ତି। କାଳିଆ, ବଳିଆ, ସୁଭଦ୍ରା ତିନି ଭଉଣୀଭାଈ ଭଳି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ସାନ ଭାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଭଉଣୀ ପ୍ରଭାତୀ ପରିଡ଼ା ବୋଲି ଧର୍ମେନ୍ଦ୍ର କହିଛନ୍ତି। ଓଡ଼ିଶାବାସୀ ଏଥର ଭାଜପାକୁ ବାଛିଥିବାରୁ ଶୁଭେଚ୍ଛା ଜଣାଇବା ସହ ଏହା କେବଳ ମହାପ୍ରଭୁଙ୍କ ଆଶୀର୍ବାଦ ବୋଲି ଧର୍ମେନ୍ଦ୍ର କହିଛନ୍ତି।

The post କାଳିଆ, ବଳିଆ, ସୁଭଦ୍ରାଙ୍କ ଭଳି ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ: ଧର୍ମେନ୍ଦ୍ର appeared first on Dharitri Odia News.