କାହା ଚାପରେ କହନ୍ତି ପ୍ରସନ୍ନ?
ଓଡ଼ିଶାକୁ ପ୍ରାଥମିକତା ଦିଆଯାଉଥିବା ନେଇ ପ୍ରଧାନମନ୍ତ୍ରୀ କହିଥିବା ବେଳେ ତା’ ଉପରେ ପ୍ରଶ୍ନ ଉଠାଇଛନ୍ତି ପ୍ରସନ୍ନ।
ଶୁକ୍ରବାର ଭୁବନେଶ୍ୱରରେ ଅନୁଷ୍ଠିତ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ତାଙ୍କ ସରକାର ପ୍ରାଥମିକତା ଦେଉଥିବା କଥା କହିବା ସହିତ ତା’ର ପ୍ରମାଣ ଦେଇଥିଲେ। ଆଉ ଏହା ଉପରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଆଜି କହିଛନ୍ତି ଯେ ଯଦି ଓଡ଼ିଶାକୁ ପ୍ରାଧାନ୍ୟ ଦେଉଛନ୍ତି, ତା’ହେଲେ କୋଇଲା ରୟାଲଟି ନେଇ କାହିଁକି ସଂଶୋଧନ କରୁନାହାନ୍ତି। ପ୍ରସନ୍ନଙ୍କ ଏହି କଥା ଉପରେ ପ୍ରତିକ୍ରିୟା ରଖି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ‘ପ୍ରସନ୍ନ ବାବୁ ପ୍ରକୃତରେ କୁହନ୍ତି ନାହିଁ। ତାଙ୍କ ମୁହଁରେ ବିଜୁ ଜନତା ଦଳ କୁହାଏ। ତେଣୁ ସହମତି ନଥିଲେ ମଧ୍ୟ ବିଜୁ ଜନତା ଦଳର ଚାପରେ ପ୍ରସନ୍ନ ବାବୁ ବହୁ ସମୟରେ ବହୁ କଥା କହିଥା’ନ୍ତି।’
ମନ୍ତ୍ରୀ ଶ୍ରୀ ପୂଜାରୀ ଆଉ କ’ଣ କହିଛନ୍ତି, ଏହି ଭିଡିଓରେ ଦେଖନ୍ତୁ।