କାହା ଭରସାରେ ଚାଲିଛି ସମବାୟ ସମିତି? ୧୦ ବର୍ଷ ହେଲା ହୋଇନି ଅଡିଟ୍!

କନକ ବ୍ୟୁରୋ: ବାହାନଗା ବ୍ଲକ୍ ପଣାପଣା ସମବାୟ ସମିତିରେ କୋଟି କୋଟି ଟଙ୍କା ହେରଫେର ମାମଲା ତଦନ୍ତରେ ସୀମିତ ଥିବା ବେଳେ ଜମାକାରୀଙ୍କ ହାତ ଏବେବି ଖାଲି। ଅନ୍ୟପଟେ ପ୍ରତିବର୍ଷ ଅଡିଟ କରାଯିବା ନିୟମ ଥିବା ବେଳେ ଏମିତି ମଧ୍ୟ ସମବାୟ ସମିତି ରହିଛି ଯେଉଁଠି ୧୦ବର୍ଷ ହେଲାଣି ଅଡିଟ ହୋଇନାହିଁ। ଏଠି ପ୍ରଶ୍ନ ଉଠୁଛି, କେମିତି ଓ କାହା ଭରସାରେ ଚାଲିଛି ଏହି ସମବାୟ ସମିତି। ଗ୍ରାମାଞ୍ଚଳ ଚାଷୀଙ୍କ ପାଇଁ ସମବାୟ ସମିତି। ଚାଷୀଙ୍କ ଟଙ୍କା […] The post କାହା ଭରସାରେ ଚାଲିଛି ସମବାୟ ସମିତି? ୧୦ ବର୍ଷ ହେଲା ହୋଇନି ଅଡିଟ୍! first appeared on Kanak News.

କାହା ଭରସାରେ ଚାଲିଛି ସମବାୟ ସମିତି? ୧୦ ବର୍ଷ ହେଲା ହୋଇନି ଅଡିଟ୍!

କନକ ବ୍ୟୁରୋ: ବାହାନଗା ବ୍ଲକ୍ ପଣାପଣା ସମବାୟ ସମିତିରେ କୋଟି କୋଟି ଟଙ୍କା ହେରଫେର ମାମଲା ତଦନ୍ତରେ ସୀମିତ ଥିବା ବେଳେ ଜମାକାରୀଙ୍କ ହାତ ଏବେବି ଖାଲି। ଅନ୍ୟପଟେ ପ୍ରତିବର୍ଷ ଅଡିଟ କରାଯିବା ନିୟମ ଥିବା ବେଳେ ଏମିତି ମଧ୍ୟ ସମବାୟ ସମିତି ରହିଛି ଯେଉଁଠି ୧୦ବର୍ଷ ହେଲାଣି ଅଡିଟ ହୋଇନାହିଁ। ଏଠି ପ୍ରଶ୍ନ ଉଠୁଛି, କେମିତି ଓ କାହା ଭରସାରେ ଚାଲିଛି ଏହି ସମବାୟ ସମିତି।

ଗ୍ରାମାଞ୍ଚଳ ଚାଷୀଙ୍କ ପାଇଁ ସମବାୟ ସମିତି। ଚାଷୀଙ୍କ ଟଙ୍କା କାରବାର ହେଉଥିବାରୁ ପ୍ରତିବର୍ଷ ଅଡିଟ୍ ହେବା କଥା। ହେଲେ ୧୦ ବର୍ଷ ଧରି ହୋଇପାରିନାହିଁ ଅଡିଟ୍। କର୍ମଚାରୀଙ୍କ ଅଭାବରୁ ଅଡିଟ୍ ହୋଇପାରୁନି। ବାଲେଶ୍ବର-ଭଦ୍ରକ ସମବାୟ ବ୍ୟାଙ୍କ ଅଧୀନରେ ଥିବା ୩୦ଟି ସମବାୟ ସମିତିରେ ସମାନ ଚିତ୍ର। ୨୦୧୭ରୁ ବିନାୟକପୁର ଓ ଗୁଆମାଳ ସମବାୟ ସମିତିରେ ହୋଇନାହିଁ ଅଡିଟ୍। ଆଶ୍ଚର୍ଯ୍ୟକର କଥା ହେଉଛି, ଖଇରା ବର୍ତନ ସମବାୟ ସମିତିରେ ୨୦୧୪ରୁ ଅଡିଟ୍ ହୋଇନାହିଁ।

ଅଡିଟ ରିପୋର୍ଟରେ ଲେଖାଯାଇଛି ଯେ ସେଠାର ଅଧିକାଂଶ ଦସ୍ତାବିଜ୍ ଉପଲବ୍ଧ ନାହିଁ। ପ୍ରଶ୍ନ ଉଠୁଛି, ବିନା କାଗଜପତ୍ରରେ ସମବାୟ ସମିତି ଚାଲିଛି କେମିତି? ବିଭାଗୀୟ ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ ରିପୋର୍ଟ ଦିଆ ଯାଇଥିଲେ ମଧ୍ୟ କାହିଁକି ଆଜିଯାଏଁ କାର୍ଯ୍ୟାନୁଷ୍ଠାନ ହୋଇନାହିଁ?

ଏତେ ବର୍ଷ ଧରି କାଗଜପତ୍ର ମିଳୁନଥିବା ବେଳେ ନିୟମ ଅନୁସାରେ ଅଡିଟ ଅଫିସର୍ ସୋସାଇଟିକୁ ବା କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ରଦ୍ଧ କରିବାକୁ ନିର୍ଦ୍ଦେଶ ନଦେଇ କାହିଁକି ଚୁପ୍ ବସିଛନ୍ତି। ଆଉ କେଉଁ କେଉଁ ସମବାୟ ସମିତିରେ ଦୁର୍ନିତି ଚାଲିଛି ତଦନ୍ତ ହେଲେ ସବୁ ସାମ୍ନା କୁ ଆସିବ। ଏଠାରେ ମଧ୍ୟ ପ୍ରଶ୍ନ ଉଠୁଛି, ଯେତେବେଳେ ମୂଳ କାଗଜପତ୍ର ନାହିଁ କେମିତି ଚାଲିଛି ସଂସ୍ଥା।

The post କାହା ଭରସାରେ ଚାଲିଛି ସମବାୟ ସମିତି? ୧୦ ବର୍ଷ ହେଲା ହୋଇନି ଅଡିଟ୍! first appeared on Kanak News.