କାହା ସହ କଥା ହେଉଥିଲେ କ୍ୟାପଟେନ୍ ପ୍ରିନ୍ସ; ରାଗିକି ଚାହିଁଲେ ପ୍ରେମିକା ! ଭିଡିଓ ଭାଇରାଲ ହେଲା
ନୂଆଦିଲ୍ଲୀ ୧୮।୦୭; ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍ । ଗତ କିଛି ସପ୍ତାହ ଧରି ଲଗାତାର ଚର୍ଚ୍ଚାରେ ଅଛନ୍ତି। ଟେଷ୍ଟ ଦଳର ଅଧିନାୟକ ହେବା ପରେ, ସେ ଇଂଲଣ୍ଡରେ ଅଧିକ ରନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ଏହା ବ୍ୟତୀତ, ସେ ତାଙ୍କ ପର୍ସନାଲ ଲାଇଫକୁ ନେଇ ଲାଇମ୍ ଲାଇଟ୍କୁ ଆସିଛନ୍ତି । ଏହାର କାରଣ ସାରା ତେନ୍ଦୁଲକରଙ୍କ ସହ ତାଙ୍କ ସମ୍ପର୍କର ଗୁଜବ। ସାରା ଏବଂ ଶୁଭମନ ଗିଲଙ୍କ ସମ୍ପର୍କକୁ ନେଇ ଗତ ୩-୪ ବର୍ଷ ଧରି ଆଲୋଚନା ଚାଲିଛି। ନିକଟରେ, ଉଭୟଙ୍କୁ ସମାନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା, ଯେଉଁଠାରେ ଗିଲ୍ ଟିମ୍ ଇଣ୍ଡିଆ ସହିତ ଥିଲେ। ସେହି ସମୟରେ ସାରା ତାଙ୍କ ପିତାମାତାଙ୍କ ସହିତ ଥିଲେ। ଏହି କାର୍ଯ୍ୟକ୍ରମର ଏପରି ଏକ ଭିଡିଓ ସାମ୍ନାକୁ ଆସିଛି , ଯାହା ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି।View this post on InstagramA post shared by Shubman Gill die heart fan (@shubman_gill_77_love_)କିଛି ଦିନ ପୂର୍ବରୁ, ଶୁଭମନ ଗିଲ ସମଗ୍ର ଦଳ ସହିତ ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଫାଉଣ୍ଡେସନ 'UVCAN'ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଲଣ୍ଡନରେ ଅନୁଷ୍ଠିତ ହୋଇଥିଲା ଏବଂ ଟିମ୍ ଇଣ୍ଡିଆ ସହିତ ବିରାଟ କୋହଲି, ସଚିନ ତେନ୍ଦୁଲକର ଏବଂ ଅନେକ ପୂର୍ବତନ ଭାରତୀୟ ଏବଂ ଇଂରାଜୀ କ୍ରିକେଟର ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ। ସାରା ମଧ୍ୟ ଏହି
ନୂଆଦିଲ୍ଲୀ ୧୮।୦୭; ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍ । ଗତ କିଛି ସପ୍ତାହ ଧରି ଲଗାତାର ଚର୍ଚ୍ଚାରେ ଅଛନ୍ତି। ଟେଷ୍ଟ ଦଳର ଅଧିନାୟକ ହେବା ପରେ, ସେ ଇଂଲଣ୍ଡରେ ଅଧିକ ରନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ଏହା ବ୍ୟତୀତ, ସେ ତାଙ୍କ ପର୍ସନାଲ ଲାଇଫକୁ ନେଇ ଲାଇମ୍ ଲାଇଟ୍କୁ ଆସିଛନ୍ତି । ଏହାର କାରଣ ସାରା ତେନ୍ଦୁଲକରଙ୍କ ସହ ତାଙ୍କ ସମ୍ପର୍କର ଗୁଜବ। ସାରା ଏବଂ ଶୁଭମନ ଗିଲଙ୍କ ସମ୍ପର୍କକୁ ନେଇ ଗତ ୩-୪ ବର୍ଷ ଧରି ଆଲୋଚନା ଚାଲିଛି। ନିକଟରେ, ଉଭୟଙ୍କୁ ସମାନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା, ଯେଉଁଠାରେ ଗିଲ୍ ଟିମ୍ ଇଣ୍ଡିଆ ସହିତ ଥିଲେ। ସେହି ସମୟରେ ସାରା ତାଙ୍କ ପିତାମାତାଙ୍କ ସହିତ ଥିଲେ। ଏହି କାର୍ଯ୍ୟକ୍ରମର ଏପରି ଏକ ଭିଡିଓ ସାମ୍ନାକୁ ଆସିଛି , ଯାହା ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି।
କିଛି ଦିନ ପୂର୍ବରୁ, ଶୁଭମନ ଗିଲ ସମଗ୍ର ଦଳ ସହିତ ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଫାଉଣ୍ଡେସନ 'UVCAN'ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଲଣ୍ଡନରେ ଅନୁଷ୍ଠିତ ହୋଇଥିଲା ଏବଂ ଟିମ୍ ଇଣ୍ଡିଆ ସହିତ ବିରାଟ କୋହଲି, ସଚିନ ତେନ୍ଦୁଲକର ଏବଂ ଅନେକ ପୂର୍ବତନ ଭାରତୀୟ ଏବଂ ଇଂରାଜୀ କ୍ରିକେଟର ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ। ସାରା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ଯେଉଁଠାରେ ତାଙ୍କ ବାପା ସଚିନଙ୍କ ବ୍ୟତୀତ ତାଙ୍କ ମାଆ ଅଞ୍ଜଳି ମଧ୍ୟ ଉପସ୍ଥିତ ଥିଲେ।

ଏହି ଭିଡିଓରେ ଶୁଭମନ ଗିଲ ଜଣେ ଝିଅ ସହିତ କଥା ହେଉଥିଲେ। ହେଲେ ଝିଅଟି କିଏ ତାହା ସ୍ପଷ୍ଟ ହୋଇନାହିଁ। କିଛି ସୋସିଆଲ ମିଡିଆ ୟୁଜର୍ସ ଏହା ମଧ୍ୟ ଦାବି କରିଛନ୍ତି ଯେ ସେ ତାଙ୍କ ଗୁରୁ ଯୁବରାଜ ସିଂହଙ୍କ ପତ୍ନୀ ହେଜେଲ କିଚ୍ ଙ୍କ ସହ କଥା ହେଉଥିଲେ। କିନ୍ତୁ ଏହା ଏକମାତ୍ର ଜିନିଷ ନୁହେଁ। ଏହି ସମୟରେ, ତାଙ୍କ ବାପାଙ୍କ ପାଖରେ ବସିଥିବା ସାରା ତେନ୍ଦୁଲକର ପଛକୁ ବୁଲିପଡ଼ିଲେ ଏବଂ କିଛି ସେକେଣ୍ଡ ପାଇଁ ଗିଲ୍କୁ ଚାହିଁ ରହିଥିଲେ ।
ଡେଟିଂ ଖବରକୁ ନେଇ ଚର୍ଚ୍ଚା
ଏବେ ତାଙ୍କ ନଜର ଗିଲ୍ ଉପରେ ଥିଲା ନା ଅନ୍ୟ କୌଣସି ସ୍ଥାନରେ ଥିଲା, କେବଳ ସାରା ଭଲ ଭାବରେ କହିପାରିବେ। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲରେ ହୋଇଛି। ପୂର୍ବରୁ ମଧ୍ୟ ଏହି ଇଭେଣ୍ଟରୁ ଏକ ଭିଡିଓ ଆସିଥିଲା, ଯେଉଁଥିରେ ରବିନ୍ଦ୍ର ଜାଡେଜା ଏବଂ କେଏଲ ରାହୁଲ ଗିଲଙ୍କୁ କୌଣସି କଥାରେ ଚିଡ଼ାଉଥିବାର ଦେଖାଯାଇଥିଲା । ବର୍ତ୍ତମାନ ଉଭୟଙ୍କ ପ୍ରଶଂସକମାନେ ପୁଣି ଥରେ ସେମାନଙ୍କ ସମ୍ପର୍କ ବିଷୟରେ ଆଲୋଚନା କରିବା ଆରମ୍ଭ କରିଛନ୍ତି। କେବଳ ସାରା ଏବଂ ଶୁଭମନ ଜାଣିପାରିବେ ଯେ ସତ କ’ଣ, କାରଣ ଦୁହେଁ କେବେ ଖୋଲାଖୋଲି ଭାବରେ ଏହା ବିଷୟରେ କହି ନାହାଁନ୍ତି।