କାହାକୁ କଳାପତାକା ଦେଖାଇବା ବେଆଇନ ନୁହେଁ: ହାଇକୋର୍ଟ

ଥିରୁଭାନନ୍ତପୁରମ୍‌,୨୧ା୧୧:କାହାକୁ କଳାପତାକା ଦେଖାଇବା ବେଆଇନ କାର୍ଯ୍ୟ ନୁହେଁ ଏବଂ ଏହାକୁ ମାନହାନି କୁହାଯାଇପାରିବ ନାହିଁ ବୋଲି କେରଳ ହାଇକୋର୍ଟ ଟିପ୍ପଣୀ ଦେଇଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କୁ କଳାପତାକା ଦେଖାଇବା ଅଭିଯୋଗରେ ୩ ଜଣ ଯୁବକଙ୍କ ନାଁରେ ଦାଏର ମାମଲାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ପ୍ରଭାବୀ ଗଣତନ୍ତ୍ର ପାଇଁ ପ୍ରତିବାଦ ଜରୁରୀ ବୋଲି ଜଷ୍ଟିସ୍‌ ବଚେୁ କୁରିଆନ୍‌ ଥୋମାସ୍‌ ବୁଧବାର ରାୟ ପ୍ରଦାନ ବେଳେ କହିଥିଲେ। ୨୦୧୭ ଏପ୍ରିଲ ୯ରେ ବିଜୟନଙ୍କ ଗାଡ଼ିକୁ କଳାପତାକା ଦେଖାଇବା ସହ […] The post କାହାକୁ କଳାପତାକା ଦେଖାଇବା ବେଆଇନ ନୁହେଁ: ହାଇକୋର୍ଟ appeared first on Dharitri Odia News.

କାହାକୁ କଳାପତାକା ଦେଖାଇବା ବେଆଇନ ନୁହେଁ: ହାଇକୋର୍ଟ

ଥିରୁଭାନନ୍ତପୁରମ୍‌,୨୧ା୧୧:କାହାକୁ କଳାପତାକା ଦେଖାଇବା ବେଆଇନ କାର୍ଯ୍ୟ ନୁହେଁ ଏବଂ ଏହାକୁ ମାନହାନି କୁହାଯାଇପାରିବ ନାହିଁ ବୋଲି କେରଳ ହାଇକୋର୍ଟ ଟିପ୍ପଣୀ ଦେଇଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କୁ କଳାପତାକା ଦେଖାଇବା ଅଭିଯୋଗରେ ୩ ଜଣ ଯୁବକଙ୍କ ନାଁରେ ଦାଏର ମାମଲାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ପ୍ରଭାବୀ ଗଣତନ୍ତ୍ର ପାଇଁ ପ୍ରତିବାଦ ଜରୁରୀ ବୋଲି ଜଷ୍ଟିସ୍‌ ବଚେୁ କୁରିଆନ୍‌ ଥୋମାସ୍‌ ବୁଧବାର ରାୟ ପ୍ରଦାନ ବେଳେ କହିଥିଲେ। ୨୦୧୭ ଏପ୍ରିଲ ୯ରେ ବିଜୟନଙ୍କ ଗାଡ଼ିକୁ କଳାପତାକା ଦେଖାଇବା ସହ ପୋଲିସ କର୍ମଚାରୀଙ୍କ ବିରୋଧରେ ବଳପ୍ରୟୋଗ ନେଇ ୩ ଯୁବକଙ୍କ ବିରୋଧରେ ଆଇପିସିର ଧାରା ୨୮୩, ୧୮୮, ୫୦୦ ଏବଂ ୩୪ ଅନୁଯାୟୀ ମାମଲା ରୁଜୁ ହୋଇଥିଲା।

The post କାହାକୁ କଳାପତାକା ଦେଖାଇବା ବେଆଇନ ନୁହେଁ: ହାଇକୋର୍ଟ appeared first on Dharitri Odia News.