କାହିଁକି ଆତ୍ମହତ୍ୟା କଲେ ଲୋକପ୍ରିୟ ମଡେଲ ସାନ ରେଚଲ?

ମଡେଲିଂ ଜଗତରେ ସାନ ରେଚଲ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଭାରତୀୟ ସିନେମା ଓ ଫ୍ୟାଶନ ଦୁନିଆରେ ରଙ୍ଗକୁ ନେଇ ଭେଦଭାବ ଚାଲିଥିବାରୁ ଏହା ବିରୋଧରେ ସାନ ରେଚଲ ସ୍ୱର ଉଠାଇଥିଲେ।

କାହିଁକି ଆତ୍ମହତ୍ୟା କଲେ ଲୋକପ୍ରିୟ ମଡେଲ ସାନ ରେଚଲ?

ଲୋକପ୍ରିୟ ମଡେଲ ତଥା ସୋଶାଲ ମିଡିଆର ଚର୍ଚ୍ଚିତ ଚେହେରା ସାନ ରେଚଲ ଆଉ ନାହାନ୍ତି। ରବିବାର ସେ ପୁଡୁଚେରୀରେ ଆତ୍ମହତ୍ୟା କରିଛନ୍ତି। ୨୬ ବର୍ଷୀୟ ମଡେଲ ସାନ ନିକଟରେ ବିବାହ କରିଥିଲେ। ସେ ମନୋରଞ୍ଜନ ଶିଳ୍ପରେ ରହିଥିବା ରଙ୍ଗବୈଶମ୍ୟ ବିରୋଧରେ ସବୁବେଳେ ମତ ରଖୁଥିଲେ। ଏବେ ସେ ହଠାତ୍‌ ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଚିକିତ କରିଛି।

ପୁଲିସ୍‌ ସୂତ୍ର ଅନୁସାରେ, ସାନ ରେଚଲ ନିକଟରେ ନିଜ ବାପାଙ୍କ ଘରକୁ ଯାଇଥିଲେ। ଏହି ସମୟରେ ସେ ଜୀବନ ହାରିବା ପାଇଁ କିଛି ମେଡିସିନକୁ ଏକକାଳୀନ ଖାଇ ଦେଇଥିଲେ। ଏଥିଯୋଗୁ ତାଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା। ପ୍ରଥମେ ତାଙ୍କୁ ସ୍ଥାନୀୟ ହସ୍ପିଟାଲ ପରେ ଗୋଟିଏ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲେ।

ତଥାପି ତାଙ୍କ ଅବସ୍ଥାରେ ସୁଧାର ନ ଆସିବାରୁ ସାନ ରେଚଲଙ୍କୁ ଶେଷରେ ଜବାହର ଲାଲ ଇନଷ୍ଟିଚ୍ୟୁଟ ଅଫ ପୋଷ୍ଟଗ୍ରାଜ୍ୟୁଏଟ ମେଡିକାଲ ଏଡୁକେସନ ଓ ରିସର୍ଚ୍ଚରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଜେଆଇପିଏମଇଆର୍‌ରେ ତାଙ୍କର ମୃତ୍ୟୁ ହୋଇଛି।

କୁହାଯାଉଛି ଯେ ଆର୍ଥିକ ଚିନ୍ତା ଓ ବ୍ୟକ୍ତିଗତ ଚାପ ଯୋଗୁ ସାନ ରେଚଲ ଏପରି ଚରମ ପଦକ୍ଷେପ ନେଇଛନ୍ତି। ନିଜର କାମ ପାଇଁ ସାନ ରେଚଲଙ୍କୁ ଟଙ୍କାର ଆବଶ୍ୟକ ପଡ଼ିଥିଲା। ପ୍ରଥମେ ସେ ନିଜର ସମସ୍ତ ପ୍ରକାରର ସୁନା ଅଳଙ୍କାର ବିକ୍ରି କରି କିଛି ଟଙ୍କା ଯୋଗାଡ଼ କରିଥିଲେ। ଏଥିସହ ବାପାଙ୍କ ଠାରୁ କିଛି ଟଙ୍କା ପାଇବେ ବୋଲି ଆଶା କରିଥିଲେ। କିନ୍ତୁ ବାପା କୌଣସି ପ୍ରକାରର ସହଯୋଗ କରିବେ ନାହିଁ ବୋଲି ସାନ ରେଚଲ ଜାଣିପାରିବାରୁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଛନ୍ତି।

ତାଙ୍କ ମୃତଦେହ ନିକଟରୁ ଗୋଟିଏ ସୁଇସାଇଡ ନୋଟ ଜବତ କରିଛି ପୁଲିସ୍‌। ହେଲେ ଏଥିରେ ସାନ ତାଙ୍କ ମୃତ୍ୟୁ ପାଇଁ କାହାକୁ ଦାୟୀ ନ କରିବାକୁ ଉଲ୍ଲେଖ କରିଛନ୍ତି। କିନ୍ତୁ ପ୍ରଶାସନ ପକ୍ଷରୁ ଜଣେ ତହସିଲଦାର ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ବୈବାହିକ ଜୀବନକୁ ନେଇ ସାନ ରେଚଲ ଖୁସି ଥିଲେ କି ନାହିଁ? ଆତ୍ମହତ୍ୟା ସହ ବାହାଘରର କିଛି ଲିଙ୍କ ରହିଛି କି ନାହିଁ, ସେସବୁର ତଦନ୍ତ କରାଯିବ।

ମଡେଲିଂ ଜଗତରେ ସାନ ରେଚଲ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଭାରତୀୟ ସିନେମା ଓ ଫ୍ୟାଶନ ଦୁନିଆରେ ରଙ୍ଗକୁ ନେଇ ଭେଦଭାବ ଚାଲିଥିବାରୁ ଏହା ବିରୋଧରେ ସାନ ରେଚଲ ସ୍ୱର ଉଠାଇଥିଲେ। କଳା ରଙ୍ଗର ଲୋକମାନେ ବିଶେଷ କରି ମହିଳାମାନେ ସାମ୍ନା କରୁଥିବା ସମସ୍ୟା ବିରୋଧରେ ରେଚଲ ଲଢ଼େଇ କରୁଥିଲେ। ୨୦୨୨ରେ ରେଚଲ ମିସ୍‌ ପୁଡୁଚେରୀ ସମ୍ମାନ ଜିତିବାକୁ ସକ୍ଷମ ହୋଇଥିଲେ।