କାହିଁକି ଗଲା ଦନ୍ତାର ଜୀବନ? ମାତ୍ରାଧିକ ନିଶ୍ଚେତକ ନା’ ଅସୁରକ୍ଷିତ ପରିବହନ?

କନକ ବ୍ୟୁରୋ: ରାଜ୍ୟରେ ଥମୁନି ହାତୀ ମୃତ୍ୟୁ । କପିଳାସ ହାତୀ ସଂରକ୍ଷଣ କେନ୍ଦ୍ରରେ ଯାଇଛି ଆଉ ଏକ ହାତୀର ଜୀବନ ଯାଇଛି । ଶନିବାର ହାତୀକୁ ଏଠାକୁ ଅଣାଯାଇଥିଲା ବେଳେ ରବିବାର ତାର ମୃତ୍ୟୁ ହୋଇଛି । ୨ ଜଣଙ୍କ ଜୀବନ ନେବା ପରେ ଟ୍ରାଙ୍କୁଲାଇଜ୍ କରି ହାତୀକୁ କାବୁ କରିଥିଲା ବୌଦ୍ଧ ବନବିଭାଗ । ରକ୍ଷଣା ବେକ୍ଷଣା ପାଇଁ ଟ୍ରକ ଯୋଗେ କପିଳାସ ସଂରକ୍ଷଣ କେନ୍ଦ୍ରକୁ ଅଣାଯାଇଥିଲା, କିନ୍ତୁ ଦିନକ ପରେ ତା’ର ମୃତ୍ୟୁ […] The post କାହିଁକି ଗଲା ଦନ୍ତାର ଜୀବନ? ମାତ୍ରାଧିକ ନିଶ୍ଚେତକ ନା’ ଅସୁରକ୍ଷିତ ପରିବହନ? first appeared on Kanak News.

କାହିଁକି ଗଲା ଦନ୍ତାର ଜୀବନ? ମାତ୍ରାଧିକ ନିଶ୍ଚେତକ ନା’ ଅସୁରକ୍ଷିତ ପରିବହନ?

କନକ ବ୍ୟୁରୋ: ରାଜ୍ୟରେ ଥମୁନି ହାତୀ ମୃତ୍ୟୁ । କପିଳାସ ହାତୀ ସଂରକ୍ଷଣ କେନ୍ଦ୍ରରେ ଯାଇଛି ଆଉ ଏକ ହାତୀର ଜୀବନ ଯାଇଛି । ଶନିବାର ହାତୀକୁ ଏଠାକୁ ଅଣାଯାଇଥିଲା ବେଳେ ରବିବାର ତାର ମୃତ୍ୟୁ ହୋଇଛି । ୨ ଜଣଙ୍କ ଜୀବନ ନେବା ପରେ ଟ୍ରାଙ୍କୁଲାଇଜ୍ କରି ହାତୀକୁ କାବୁ କରିଥିଲା ବୌଦ୍ଧ ବନବିଭାଗ । ରକ୍ଷଣା ବେକ୍ଷଣା ପାଇଁ ଟ୍ରକ ଯୋଗେ କପିଳାସ ସଂରକ୍ଷଣ କେନ୍ଦ୍ରକୁ ଅଣାଯାଇଥିଲା, କିନ୍ତୁ ଦିନକ ପରେ ତା’ର ମୃତ୍ୟୁ ଘଟିଛି । ହେଲେ ହାତୀ କେମିତି ମଲା, ସେ ନେଇ କପିଳାସ ରେଂଜ ସ୍ପଷ୍ଟୀକରଣ ଦେଇ ନାହିଁ ।

ଢେଙ୍କାନାଳ କପିଳାସ ହାତୀ ସଂରକ୍ଷଣ କେନ୍ଦ୍ରରେ ଯାଇଛି ଆଉ ଏକ ହାତୀର ଜୀବନ । ଶନିବାର ଦିନ ଏହି ଦନ୍ତାହାତୀକୁ ଅଣାଯାଇଥିଲା, ରବିବାର ସକାଳୁ ତା’ଣ ମୃତ୍ୟୁ ହୋଇଯାଇଛି । ଏହି ପୋଷା ହାତୀର ମାହୁନ୍ତ ଗଂଜେଇ ଚୋରାଚାଲଣରେ ଗିରଫ ହେବା ପରେ ବୌଦ୍ଧ ଜିଲ୍ଲା କଂଟାମାଳ ଅଂଚଳରେ ଆତଙ୍କ ଖେଳାଇ ଦେଇଥିଲା ଦନ୍ତା । ୨ ଜଣଙ୍କ ଜୀବନ ନେବା ପରେ ଟ୍ରାଙ୍କୁଲାଇଜ୍ କରି ହାତୀକୁ କାବୁ କରିଥିଲା ବୌଦ୍ଧ ବନବିଭାଗ । ରକ୍ଷଣା ବେକ୍ଷଣା ପାଇଁ ଟ୍ରକ ଯୋଗେ କପିଳାସ ସଂରକ୍ଷଣ କେନ୍ଦ୍ରକୁ ଅଣାଯାଇଥିଲା, କିନ୍ତୁ ଦିନକ ପରେ ତା’ର ମୃତ୍ୟୁ ଘଟିଛି । ସୁସ୍ଥ ଥିବା ହାତୀ ୨୪ ଘଂଟାରେ କେମିତି ମୃତ୍ୟ୍ୟୁବରଣ କଲା, ଏ ନେଇ ପ୍ରଶ୍ନ ଉଠିଛି ।

ଏନେଇ ସ୍ପଷ୍ଟୀକରଣ ଦେବା ତ ଦୂରର କଥା, କପିଳାସ ରେଂଜ କାର୍ଯ୍ୟାଳୟ ପରିସରକୁ ଯିବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ କରାଯାଉଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କହି ଦୋଷ ଖସାଇବା ପାଇଁ ଉଦ୍ୟମ କରୁଛି ବନବିଭାଗ ।
ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି –
ମାତ୍ରାଧିକ ନିଶ୍ଚେତକ
କଷ୍ଟଦାୟକ ପରିବହନ
ହାତୀ ପାଇଁ ଘାତକ ହେଉଛି । ହୃଦଘାତ ଯୋଗୁଁ ପ୍ରାଣ ହରାଉଛନ୍ତି ହାତୀ । ମାତ୍ରାଧିକ ନିଶ୍ଚେତକ ଯୋଗୁଁ ହାତୀ ପ୍ରାଣ ହରାଉଥିବା ଅଭିଯୋଗ ନୂଆ ନୁହେଁ । ବାରମ୍ବାର ଏପରି ଅଭିଯୋଗ ହେଉଥିବା ବେଳେ ବନବିଭାଗ ଏ ନେଇ କିଛି ପଦକ୍ଷେପ ନେଉନାହିଁ । ଏପଟେ ଗତ ଦେଢ଼ ବର୍ଷ ଭିତରେ କପିଳାସ ହାତୀ ସଂରକ୍ଷଣ କେନ୍ଦ୍ରରେ ୩ଟି ହାତୀର ମୃତ୍ୟୁ ହୋଇଛି ।

The post କାହିଁକି ଗଲା ଦନ୍ତାର ଜୀବନ? ମାତ୍ରାଧିକ ନିଶ୍ଚେତକ ନା’ ଅସୁରକ୍ଷିତ ପରିବହନ? first appeared on Kanak News.