କାହିଁକି ଜୀବନ ହାରିଲେ ଡାକ୍ତର ? ଏବେବି ରହସ୍ୟ ଘେରରେ

ରାଉରକେଲା: ଘର ନୁହେଁ ପୁରା ଗାଁର ସୁନା ପୁଅ ଥିଲେ ସନ୍ତୋଷ । ଅତି ଶାନ୍ତ ସରଳ ସ୍ବଭାବର । ତାଙ୍କ କଥାବାର୍ତ୍ତା ବ୍ୟବହାର ଥିଲା ଅତି ସୁନ୍ଦର। ବାପା ମାଆଙ୍କ ଏକମାତ୍ର ଆଶା ଭରସା ଥିଲେ ଡାକ୍ତର ସନ୍ତୋଷ । ମାତ୍ର ୨୮ ବର୍ଷ ବୟସରେ ସଫଳତାର ଶିଡ଼ି ଚଢ଼ିବାକୁ ଆରମ୍ଭ କରି ଡାକ୍ତର ବନିଥିଲେ । ପରେ ନିଟ୍ ପିଜି ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ । କିନ୍ତୁ ଶିଖରକୁ ଛୁଇଁବା ପୂର୍ବରୁ ସମସ୍ତଙ୍କୁ […] The post କାହିଁକି ଜୀବନ ହାରିଲେ ଡାକ୍ତର ? ଏବେବି ରହସ୍ୟ ଘେରରେ appeared first on KNews Odisha.

କାହିଁକି ଜୀବନ ହାରିଲେ ଡାକ୍ତର ? ଏବେବି ରହସ୍ୟ ଘେରରେ

ରାଉରକେଲା: ଘର ନୁହେଁ ପୁରା ଗାଁର ସୁନା ପୁଅ ଥିଲେ ସନ୍ତୋଷ । ଅତି ଶାନ୍ତ ସରଳ ସ୍ବଭାବର । ତାଙ୍କ କଥାବାର୍ତ୍ତା ବ୍ୟବହାର ଥିଲା ଅତି ସୁନ୍ଦର। ବାପା ମାଆଙ୍କ ଏକମାତ୍ର ଆଶା ଭରସା ଥିଲେ ଡାକ୍ତର ସନ୍ତୋଷ । ମାତ୍ର ୨୮ ବର୍ଷ ବୟସରେ ସଫଳତାର ଶିଡ଼ି ଚଢ଼ିବାକୁ ଆରମ୍ଭ କରି ଡାକ୍ତର ବନିଥିଲେ । ପରେ ନିଟ୍ ପିଜି ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ । କିନ୍ତୁ ଶିଖରକୁ ଛୁଇଁବା ପୂର୍ବରୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ନିଜ ହାତରେ ଲିଭାଇ ଦେଲେ ନିଜର ଜୀବନ ଦୀପ ।

କର୍ଣ୍ଣାଟକ ବିଜୟପୁରା ଗାଁର ଜଣେ ଚାଷୀ ହେଉଛନ୍ତି ମହାଦେବପା ହୁଗର । ତାଙ୍କ ପରିବାରରେ ଜନ୍ମ ସନ୍ତୋଷଙ୍କର । ମାଆ ଶାରୀରିକ ଭାବେ ଅସୁସ୍ଥ ଥିବା ବେଳେ ବାପାଙ୍କ ରୋଜଗାର ମଧ୍ୟ ସେଭଳି କିଛି ନାହିଁ । ହୁଗାର ପରିବାରରେ ଡ଼ାକ୍ତରୀ ପାଠ ପଢ଼ି ଡାକ୍ତର ଭାବେ ଏନ୍ଆଇଟି ଭଳି ଅନୁଷ୍ଠାନରେ ଚାକିରି ପାଇବାରେ ସେ ଥିଲେ ପ୍ରଥମ ଯୁବକ ।

ଏକ ସ୍ଵତନ୍ତ୍ର ବ୍ୟକ୍ତିତ୍ଵର ଅଧିକାରୀ ଥିଲେ ଉଜ୍ଜ୍ବଳ ଭବିଷ୍ୟତ ତାଙ୍କ ପାଇଁ ଅପେକ୍ଷା କରିଥିଲା । ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରିବାର ସବୁ ଦକ୍ଷତା ଥିଲା ତାଙ୍କ ପାଖରେ । ହେଲେ ପ୍ରଥମ ପାହାଚ ପରେ ହଠାତ୍ ନିଜ ଜୀବନରେ ବ୍ରେକ ଲଗାଇ ଦେଲେ ନିଜେ । ତେବେ କାହିଁକି ? ସେହି ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ପରିବାର ଲୋକେ ଏବଂ ଏନ୍ ଆଇ ଟି କର୍ତ୍ତୃପକ୍ଷ, ସହକର୍ମୀ ଡାକ୍ତର ଓ ପୋଲିସ୍ । ସାନ ଭାଇ ଘର ପାଖରେ ଥିବା ଏକ ଘରୋଇ ସଂସ୍ଥାରେ ଚାକିରି କରିଛି । ଅଳ୍ପ କିଛି ଦରମାରେ ପରିବାରକୁ ଯାହା କିଛି ସାହାଯ୍ୟ କରେ । ତେଣୁ ଶାରୀରିକ ଭାବେ ଅକ୍ଷମ ହୋଇପଡ଼ିଥିବା ବାପା ଓ ମାଆଙ୍କ ଏକମାତ୍ର ସାହା ଭରସା ଥିଲେ ଡାକ୍ତର ସନ୍ତୋଷ ହୁଗାର ।

ଜଣେ ଡାକ୍ତର ଜୀବନ ହାରିଥିବା ଖବରପାଇ ଘଟଣାସ୍ଥଳରେ ସେକ୍ଟର -୩ ଥାନା ପୋଲିସ୍ ପହଂଚି ମୃତ ଦେହକୁ ଉଦ୍ଧାର କରିଥିଲା । ପରେ ଡାକ୍ତର ସନ୍ତୋଷ ହୁଗାରଙ୍କ ପରିବାରକୁ ଜଣାଇଥିଲେ । ପରିବାର ଲୋକେ ପହଞ୍ଚିବା ପରେ ମୃତଦେହକୁ ପରିବାର ଲୋକଙ୍କ ସମ୍ମୁଖରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ପରେ ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ଏକ ଅପମୃତ୍ୟୁ ମାମଲା ରୁଜୁ କରି ସନ୍ତୋଷ କାହିଁକି ଏପରି ଚରମ ନିଷ୍ପତ୍ତି ନେଲେ ତାର କାରଣ ଖୋଜୁଛି ପୋଲିସ୍ ।

The post କାହିଁକି ଜୀବନ ହାରିଲେ ଡାକ୍ତର ? ଏବେବି ରହସ୍ୟ ଘେରରେ appeared first on KNews Odisha.