କାହିଁକି ଝୁଲିପଡିଲେ ସାଗର ? ସୁଇସାଇଡ୍ ନୋଟ୍ ଜବତ କରି ପୋଲିସର ଛାନ୍‌ଭିନ୍‌

ଭୁବନେଶ୍ବର ୨୪/୫: ୩ ଦିନ ହେବ ବନ୍ଦ ଘରେ ଥିଲା ଝୁଲନ୍ତା ମୃତଦେହ । ପାଖରେ ପଡିଥିଲା ସୁଇସାଇଡ ନୋଟ୍‌ । ରାଜଧାନୀ ମୈତ୍ରୀ ବିହାର ଥାନା ଅଧୀନ ଜନତା ନଗର ଏକ ବନ୍ଦ ଘରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ସାଗର କୁମାର ବିଶୋଇ । ଏଠାରେ ରହି ଯୁକ୍ତ ୩ ବିଜ୍ଞାନ ପାଠ ପଢୁଥିଲେ । ତେବେ ସାଗର ନିଜର କ୍ୟାରିୟରକୁ ନେଇ ଚିନ୍ତିତ ଥିଲେ । ଆଗକୁ ବିଟେକ ପଢିବେ କି ଆଉ କଣ କରିବେ ସେ ନେଇ ନିଷ୍ପତ୍ତି ନେଇପାରୁନଥିଲେ । ପାଠ ପଢାକୁ ନେଇ ଘର ଲୋକଙ୍କ ସହ ପାଟିତୁଣ୍ଡ ପରେ ସାଗର ରାଗରେ ଘରୁ ଚାଲିଆସିଥିବା କହିଛନ୍ତି ସାଗରଙ୍କ ବାପା ବାଳକୃଷ୍ଣ ବିଶୋଇ ।ସବୁ ଆଡୁ ହତାଶ ହୋଇ ସାଗର ଆତ୍ମହତ୍ୟା କରିଥିବା କହିଛନ୍ତି ସ୍ଥାନୀୟ ଲୋକ । ସାଗରଙ୍କ ମୃତଦେହ ପାଖରୁ ମିଳିଥିବା ସୁଇସାଇଡ ନୋଟ୍‌ ଜବତ କରି ଫରେନସିକ୍‌ ଟିମ୍‌କୁ ପଠାଯାଇଛି । ବିଭିନ୍ନ ଦିଗକୁ ନେଇ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଚଳାଇଛି ମୈତ୍ରୀବିହାର ଥାନା ପୋଲିସ ।You Can Read:ସାଙ୍ଗ ହୋଇ ବୁଲୁଛନ୍ତି ମହାବଳ ଓ କଳା ବାଘ, ସୂଚନା ଦେଲେ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ 

କାହିଁକି ଝୁଲିପଡିଲେ ସାଗର ? ସୁଇସାଇଡ୍ ନୋଟ୍ ଜବତ କରି ପୋଲିସର ଛାନ୍‌ଭିନ୍‌

ଭୁବନେଶ୍ବର ୨୪/୫: ୩ ଦିନ ହେବ ବନ୍ଦ ଘରେ ଥିଲା ଝୁଲନ୍ତା ମୃତଦେହ । ପାଖରେ ପଡିଥିଲା ସୁଇସାଇଡ ନୋଟ୍‌ । ରାଜଧାନୀ ମୈତ୍ରୀ ବିହାର ଥାନା ଅଧୀନ ଜନତା ନଗର ଏକ ବନ୍ଦ ଘରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ସାଗର କୁମାର ବିଶୋଇ । ଏଠାରେ ରହି ଯୁକ୍ତ ୩ ବିଜ୍ଞାନ ପାଠ ପଢୁଥିଲେ । ତେବେ ସାଗର ନିଜର କ୍ୟାରିୟରକୁ ନେଇ ଚିନ୍ତିତ ଥିଲେ । 

ଆଗକୁ ବିଟେକ ପଢିବେ କି ଆଉ କଣ କରିବେ ସେ ନେଇ ନିଷ୍ପତ୍ତି ନେଇପାରୁନଥିଲେ । ପାଠ ପଢାକୁ ନେଇ ଘର ଲୋକଙ୍କ ସହ ପାଟିତୁଣ୍ଡ ପରେ ସାଗର ରାଗରେ ଘରୁ ଚାଲିଆସିଥିବା କହିଛନ୍ତି ସାଗରଙ୍କ ବାପା ବାଳକୃଷ୍ଣ ବିଶୋଇ ।ସବୁ ଆଡୁ ହତାଶ ହୋଇ ସାଗର ଆତ୍ମହତ୍ୟା କରିଥିବା କହିଛନ୍ତି ସ୍ଥାନୀୟ ଲୋକ । 

ସାଗରଙ୍କ ମୃତଦେହ ପାଖରୁ ମିଳିଥିବା ସୁଇସାଇଡ ନୋଟ୍‌ ଜବତ କରି ଫରେନସିକ୍‌ ଟିମ୍‌କୁ ପଠାଯାଇଛି । ବିଭିନ୍ନ ଦିଗକୁ ନେଇ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଚଳାଇଛି ମୈତ୍ରୀବିହାର ଥାନା ପୋଲିସ ।

You Can Read:

ସାଙ୍ଗ ହୋଇ ବୁଲୁଛନ୍ତି ମହାବଳ ଓ କଳା ବାଘ, ସୂଚନା ଦେଲେ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ