‘କାହିଁକି ସମ୍ବଲପୁରରୁ ଲଢ଼ିଲେ ବବି’, ରହିଛି ଦୁଇଟି କାରଣ!

ଭୁବନେଶ୍ୱର,୨୭।୩: ଆସନ୍ତା ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକ ସଭା ଆସନରେ ବଡ଼ ଲଢେଇ ଦେଖିବାକୁ ମିଳିବ। ରାଜ୍ୟ ଭାଜପାର ବରିଷ୍ଠ ନେତା ତଥା କେନ୍ଦ୍ର ଶିକ୍ଷା ଏବଂ ଉଦ୍ୟମତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ଲୋକସଭା ନିର୍ବାଚନ ଲଢ଼ିବା ଘୋଷଣା ହେବା ପରଠୁ ଏଠାରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ମଧ୍ୟ ସେଠାରୁ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ଏବେ ଏହି ଛବି ସ୍ପଷ୍ଟ ହୋଇ ସାରିଛି। ଓଡ଼ିଶାର ଦୁଇ ବରିଷ୍ଠ ନେତା ସମ୍ବଲପୁର […] The post ‘କାହିଁକି ସମ୍ବଲପୁରରୁ ଲଢ଼ିଲେ ବବି’, ରହିଛି ଦୁଇଟି କାରଣ! appeared first on Dharitri Odia News.

‘କାହିଁକି ସମ୍ବଲପୁରରୁ ଲଢ଼ିଲେ ବବି’, ରହିଛି ଦୁଇଟି କାରଣ!

ଭୁବନେଶ୍ୱର,୨୭।୩: ଆସନ୍ତା ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକ ସଭା ଆସନରେ ବଡ଼ ଲଢେଇ ଦେଖିବାକୁ ମିଳିବ। ରାଜ୍ୟ ଭାଜପାର ବରିଷ୍ଠ ନେତା ତଥା କେନ୍ଦ୍ର ଶିକ୍ଷା ଏବଂ ଉଦ୍ୟମତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ଲୋକସଭା ନିର୍ବାଚନ ଲଢ଼ିବା ଘୋଷଣା ହେବା ପରଠୁ ଏଠାରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ମଧ୍ୟ ସେଠାରୁ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ଏବେ ଏହି ଛବି ସ୍ପଷ୍ଟ ହୋଇ ସାରିଛି। ଓଡ଼ିଶାର ଦୁଇ ବରିଷ୍ଠ ନେତା ସମ୍ବଲପୁର ମାଟିରୁ ମୁହାଁମୁହିଁ ହେବାକୁ ଯାଉଥିଲା ବେଳେ ପ୍ରଣବ ଏଠାରୁ ଲଢ଼ି ଦଳର କର୍ମୀ ଏବଂ ନେତାମାନଙ୍କୁ ଦୁଇଟି ବାର୍ତ୍ତା ଦେବାକୁ ଚାହୁଁଥିବା କୁହାଯାଉଛି।

ପ୍ରଥମ: ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଭୋଟରଙ୍କ ପାଇଁ ଏକ ସ୍ପଷ୍ଟ ଏବଂ ବଡ଼ ବାର୍ତ୍ତା ଦେବାକୁ ଚାହୁଁଛନ୍ତି। ଆସନ୍ତା ନିର୍ବାଚନକୁ ଦଳ ହାଲୁକାରେ ନେଉ ନାହିଁ କିମ୍ବା ନିର୍ବାଚନ ପାଇଁ ପ୍ରସ୍ତୁତିରେ କୌଣସି ହେଲା କରାଯିବ ନାହିଁ। ମେଣ୍ଟ ଆଲୋଚନାରେ ପୂର୍ଣ୍ଣଛେଦ ପଡିବା ପରେ ଦଳ ଏହି ନିଷ୍ପତି ନେଇଛି ଏବଂ ସମ୍ବଲପୁରରୁ ବବିଙ୍କୁ ପ୍ରାର୍ଥୀ କରି ମୁଖ୍ୟମନ୍ତ୍ରୀ ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି।

ଦ୍ୱିତୀୟ: ଭୋଟରଙ୍କ ବ୍ୟତୀତ ଦଳ ଏହାର ନେତା ଏବଂ କର୍ମୀ ମାନଙ୍କୁ ମଧ୍ୟ ଦେବାକୁ ଚାହିଁଛି। ବବି ଲଗାତାର ତିନିଥର ଯାଜପୁରରୁ ଜିତିଛନ୍ତି ଏବଂ ଚତୁର୍ଥ ଥର ପାଇଁ ସେ ଯାଜପୁରରୁ ନିର୍ବାଚିତ ହେବାରେ ପ୍ରାୟ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନଥାନ୍ତେ। ଦଳର ଆବଶ୍ୟକତା ପୂରଣ କରିବାକୁ ବବି ଦାସ ସମ୍ବଲପୁର ଯାଉଛନ୍ତି। ଯାଜପୁର ଅପେକ୍ଷା ସମ୍ବଲପୁର ପ୍ରତିଯୋଗିତା କଠିନ ହେବ, କିନ୍ତୁ ବବି ଦାସ ପଶ୍ଚିମ ଓଡ଼ିଶାର ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛା ପ୍ରକାଶ କରି ଦଳର ସ୍ୱାର୍ଥକୁ ଆଗ୍ରାଧିକାର ଦେଇଛନ୍ତି। ଏହାଦ୍ୱାରା ସମସ୍ତ ବିଜେଡି ନେତା ଏବଂ କର୍ମୀଙ୍କୁ ସେମାନଙ୍କର ପସନ୍ଦ ନିର୍ବାଚନମଣ୍ଡଳୀ ପ୍ରତିଦ୍ୱନ୍ଦ୍ୱିତା ନକରି ଦଳର ସ୍ୱାର୍ଥକୁ ସର୍ବୋଚ୍ଚ ରଖିବା ପାଇଁ ଏକ ବାର୍ତ୍ତା ପଠାଯାଇଛି।

The post ‘କାହିଁକି ସମ୍ବଲପୁରରୁ ଲଢ଼ିଲେ ବବି’, ରହିଛି ଦୁଇଟି କାରଣ! appeared first on Dharitri Odia News.